ETV Bharat / city

ସ୍ବର୍ଗଦ୍ବାର କଟକଣାକୁ ନେଇ ତେଜୁଛି ଅସନ୍ତୋଷ

author img

By

Published : Jul 8, 2020, 7:45 PM IST

ସ୍ବର୍ଗଦ୍ବାରରେ ବାହାର ଜିଲ୍ଲାର ଲୋକେ ଅନ୍ତିମସଂସ୍କାର କରିବାକୁ ଯାଇପାରିବେ ନାହିଁ । ଏନେଇ କଟକଣା ଜାରି କରିଛନ୍ତି ପୁରୀ ଜିଲ୍ଲା ପ୍ରଶାସନ । ଏହି କଟକଣାକୁ ନେଇ ବିରୋଧି ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ସ୍ବର୍ଗଦ୍ବାର କଟକଣାକୁ ନେଇ ତେଜୁଛି ଅସନ୍ତୋଷ
ସ୍ବର୍ଗଦ୍ବାର କଟକଣାକୁ ନେଇ ତେଜୁଛି ଅସନ୍ତୋଷ

ଭୁବନେଶ୍ବର: ପୁରୀ ସ୍ବର୍ଗଦ୍ବାରରେ ଅନ୍ତିମ ସଂସ୍କାର ପାଇଁ ବାହାର ଜିଲ୍ଲାର ଲୋକଙ୍କ ଉପରେ ଜିଲ୍ଲା ପ୍ରଶାସନ କଟକଣା ଲଗାଇବା ପରେ ଏହାକୁ ନେଇ ତେଜୁଛି ରାଜନୀତି । ଉଭୟ ବିରୋଧି ଦଳ ଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତ୍ତିକୁ ଜୋରଦାର ବିରୋଧ କରିଥିବା ଦେଖିବାକୁ ମିଳିଛି । ସ୍ବର୍ଗଦ୍ବାର ଓ ମହୋଦଧିରେ ଅସ୍ଥି ବିସର୍ଜନ ଉପରେ କଟକଣା ଲଗାଇବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି କହିଛନ୍ତି ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥୀରାଜ ହରିଚନ୍ଦନ ।

ମହୋଦଧୀରେ ପିତୃପୁରୁଷଙ୍କ ଅସ୍ଥି ବିସର୍ଜନ କରିବା ପାଇଁ ରାଜ୍ୟର ପ୍ରତି କୋଣ ଅନୁକୋଣରୁ ଲୋକ ଆସିଥାନ୍ତି । ଏଥିରେ ଓଡିଶା ଲୋକଙ୍କର ଆସ୍ଥା ଜଡିତ ହୋଇ ରହିଛି । ରାଜ୍ୟସରକାର କୌଣସି ପ୍ରକାରରେ ଦିନ୍ଦୁ ଧର୍ମ ଏବଂ ଓଡିଆ ଲୋକଙ୍କ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି, ଏପରି ହେବା ଠିକ ନୁହେଁ । ପୁରୀ କାହାର ନୁହେଁ । ସମସ୍ତଙ୍କୁ ଛଡ଼ାଯିବା ଉଚିତ୍‌ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାରଙ୍କ ଗୃହ ବିଭାଗ ଦ୍ବାରା ଘୋଷିତ ହୋଇଥିବା କୋଭିଡ ନିୟନ୍ତ୍ରଣ ନିୟମକୁ ଅନୁପାଳନ କରାଇବା ଦାୟିତ୍ବ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର । ଏହାକୁ ପାଳନ କରି ଅନ୍ତିମସଂସ୍କାର କରିବାର ଅନୁମତି ଦେବା ସରକାରଙ୍କ ନୈତିକ ଦାୟିତ୍ବ ମଧ୍ୟ ।

ସ୍ବର୍ଗଦ୍ବାର କଟକଣାକୁ ନେଇ ତେଜୁଛି ଅସନ୍ତୋଷ

ଏଥିପାଇଁ ସରକାର ଲୋକଙ୍କ ନିଷ୍ଠା,ବିଶ୍ବାସ ଓ ଆସ୍ଥାକୁ ହତ୍ୟା କରିପାରିବେ ନାହିଁ । ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ କରାଇବାର ଷଡଯନ୍ତ୍ର କରିଥିବା ରାଜ୍ୟସରକାର ହିନ୍ଦୁ ଧର୍ମର ବିଶ୍ବାସକୁ ନଷ୍ଟ କରିବା ପାଇଁ ଦ୍ବିତୀୟ ଷଡଯନ୍ତ୍ର ଆରମ୍ଭ କରିଛନ୍ତି ବୋଲି ହରିଚନ୍ଦନ ଅଭିଯୋଗ କରିଛନ୍ତି । କରୋନା ମହାମାରୀ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବର୍ଗଦ୍ବାର ଠାରେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ଦରକାର । ଏହା ଅର୍ଥ ନୁହେଁ ନିଜର ଅପାରଗତାକୁ ଲୁଚାଇବାକୁ ଯାଇ ଲୋକଙ୍କ ଆସ୍ଥାକୁ କୁଠାରଘାତ କରିବା । ରାଜ୍ୟସରକାର ତୁରନ୍ତ ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରନ୍ତୁ । ଜିଲ୍ଲା ପ୍ରଶାସନକୁ ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବା ସହ ଅନ୍ତିମ ସଂସ୍କାର ସମୟରେ କୋଭିଡ ନିୟମର ପାଳନ କେମିତି ହେବ ତାହାର ବ୍ୟବସ୍ଥା କରିବା କଥା ଚିନ୍ତା କରନ୍ତୁ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.