ETV Bharat / city

କାହିଁକି ଏନଡିଏ ପ୍ରତି ନବୀନଙ୍କ ଆକୁଣ୍ଠ ସମର୍ଥନ ?

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ସମର୍ଥିତ ପାର୍ଥୀ ହରିବଂଶ ନାରାୟଣ ସିଂ ଙ୍କୁ ସମର୍ଥନ ଦେଇଛି । ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥା ହୋଇ ସମର୍ଥନ ମାଗିଥିଲେ । ଏନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି । ଅଧିକ ପଢନ୍ତୁ...

author img

By

Published : Sep 14, 2020, 6:17 PM IST

ଏନଡିଏ ପ୍ରତି କାହିଁକି ନବୀନଙ୍କ ଆକୁଣ୍ଠ ସମର୍ଥନ

ଭୁବନେଶ୍ବର: ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ଏନଡିଏ ସମର୍ଥିତ ପାର୍ଥୀ ହରିବଂଶ ନାରାୟଣ ସିଂ ଙ୍କୁ ସମର୍ଥନ ଦେଇଛି । ବିହାର ମୁଖ୍ୟମନ୍ତ୍ରୀ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଫୋନରେ କଥାହୋଇ ସମର୍ଥନ ମାଗିଥିଲେ । ତେବେ ଏନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତିକ୍ରିୟା ରଖିଛନ୍ତି । ହେଲେ କାହିଁକି ବିଜେଡି ଏନଡିଏ ସମର୍ଥିତ ପାର୍ଥୀଙ୍କୁ ସମର୍ଥନ ଜଣାଇଲା ? ତାହାକୁ ନେଇ ବଢୁଛି ଚର୍ଚ୍ଚା ।

ଏହାକୁ ନେଇ ରାଜନୈତିକ ସମୀକ୍ଷକ ରବିଦାସ କହିଛନ୍ତି ଯେ, ନବୀନ ପଟ୍ଟନାୟକ ବା ବିଜେଡି ଜାତୀୟ ମାନଚିତ୍ରରେ ଏନିଡିଏ ସହ ଅଛି, ପୂର୍ବରୁ ବି ମଧ୍ୟ ଅନେକ ସମୟରେ ବିଜେଡି ବିଜେପିକୁ ସମର୍ଥନ କରିଛି । ଏବେ ବିଭିନ୍ନ ପ୍ରସଙ୍ଗରେ ବିଜେପିକୁ ସମର୍ଥନ କରିଛି । ଚଳିତ ଅଧିବେଶନରେ ପ୍ରଶ୍ନତ୍ତୋର ବାତିଲ ପ୍ରସଙ୍ଗରେ ମଧ୍ୟ କୌଣସି ଭିନ୍ନ ମତ ଦେଇନଥିଲେ । ଏହାସହ ଜିଏସଟି ପ୍ରସଙ୍ଗରେ ଅନ୍ୟ ରାଜ୍ୟ ଗୁଡିକ ଯେଉଁ ଚାପ ପ୍ରୟୋଗ କରୁଛନ୍ତି ବିଜେଡି ମଧ୍ୟ ସେଭଳି କିଛି କରିନାହିଁ । ଅତୀତରେ ମଧ୍ୟ ବିଜେଡି ଅନେକ ବିଲକୁ ସମର୍ଥନ କରିଥିବା ସେ କହିଛନ୍ତି ।

ଏହାର କାରଣ ହେଉଛି ,କେନ୍ଦ୍ର ସରକାର ଅଛନ୍ତି, ୟୁପିଏ ସରକାର ଭଳି ନୁହନ୍ତି ।ଏମାନଙ୍କ ବିରୋଧରେ ଗଲେ ବିଭିନ୍ନ କେନ୍ଦ୍ରିୟ ଏଜେନ୍ସି ସିବିଆଇ, ଇଡି ମାଧ୍ୟାମରେ ହଇରାଣ ହେବାର ଭୟ ରହୁଛି । ଏହାସହ ବିଜେଡି ସମର୍ଥନ ନକଲେ ବିଶେଷ କିଛି ପ୍ରଭାବ ପଡିବ ନାହିଁ । ସହଯୋଗର ହାତ ବଢେଇ ରାଜ୍ୟ ପାଇଁ ଅଧିକ ଅର୍ଥ ଆଣିବେ ସେଥିପାଇଁ ସମର୍ଥନ ଦେଉଥିବା କହିଛନ୍ତି ରବିଦାସ । ଏହାସହ ଖଣି ସ୍ଵାର୍ଥକୁ ଆଖିରେ ରଖି ସମର୍ଥନ ଦେଇଛନ୍ତି । ଓଡ଼ିଶାରେ ଅଧିକ ଖଣି ଥିବାରୁ ଅଧିକ ଅର୍ଥ ପାଇବେ । ସେଥିପାଇଁ ସମର୍ଥନ କରୁଥିବା କହିଛନ୍ତି ରବିଦାସ ।

ସେପଟେ କଂଗ୍ରେସ ବିଜେଡି କୁ ସମାଲୋଚନା କରିଛନ୍ତି ପିସସି ସଭାପତି ନିରଞ୍ଜନ ପଟ୍ଟନାୟକ । ସେ କହିଛନ୍ତି, ବିଜେଡିର ଅସଲ ରୂପ ପଦାରେ ପଡିଛି ।ଅତୀତରେ ସମସ୍ତ ବିଲରେ ବିଜେପିକୁ ସମର୍ଥନ କରିଛି । ସମଦୂରତା କଥା କହୁଥିଲେ । କିନ୍ତୁ ରାଜ୍ୟ ସଭା ଉପାଧ୍ୟକ୍ଷ ନିର୍ବାଚନରେ ବିଜେଡି ବିଜେପି ମଧ୍ୟରେ ଥିବା ସମ୍ପର୍କ ପଦାରେ ପଡିଛି । ଏପରିକି ବିଜେପି ନିର୍ଦ୍ଦେଶରେ ବିଜେଡି ଚାଲିଛି । ଲୋକଙ୍କ ସମଦୂରତା କଥା କହି ମିଛ ପ୍ରଚାର କରିବା ଆବଶ୍ୟକ ନାହିଁ ।ଓଡ଼ିଶାରେ ବିଜେପି ବିଜେଡି ଏକ ବୋଲି କହିଛନ୍ତି ନିରଞ୍ଜନ ।

ଏନଡ଼ିଏ ରାଜ୍ୟସଭା ଉପଧାକ୍ଷ ପାର୍ଥୀକୁ ବିଜେଡି ସମର୍ଥନ କରିବା ନେଇ ବିଜେପି ନେତା ଗୋଲକ ମହାପାତ୍ରଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ କଂଗ୍ରେସ ଯେତେଦିନ ଉପା ସରକାର ଥିଲା । ବିଜେଡି ସହିତ ଥିଲା ଆଜି ବିଜେପି ଓଡିଶାରେ ବିଜେଡିର ଭୁଲକୁ ଲୋକଲୋଚନକୁ ଆଣୁଛି ଏବଂ ଲଢେଇ କରୁଛି ।ବିଜେପି ସ୍ପଷ୍ଟ କରିଛି, ଯେଉଁ ଶାସନ କରୁଛି ତାକୁ ପ୍ରତ୍ୟେକ କ୍ଷେତ୍ରରେ ବିରୋଧ କରୁଛି । ରାଜ୍ୟ ସଭା ଉପଧାକ୍ଷ କଥା ଜେଡ଼ିୟୁ କାହାକୁ ପାର୍ଥୀ କଲା ଏବଂ କିଏ କାହାକୁ ସମର୍ଥନ କଲା ସେଥିରେ ଆମର କଣ ଯାଉଛି । ତାଙ୍କର ବୋଧେ ବିକଳ୍ପ ନଥିଲା, ତେଣୁ ସେ ସମର୍ଥନ କଲେ, ସେଥିରେ ଆମର କହିବାର କଣ ଅଛି । ଭାରତୀୟ ଜନତା ପାର୍ଟି ଏଠି ଲଢେଇ କରୁଛି ଏବଂ ଲଢେଇ ଜାରି ରଖିବ ବୋଲି କହିଛନ୍ତି ଗୋଲକ ମହାପାତ୍ର ।

ବିଜେଡି ପକ୍ଷରୁ ମଧ୍ୟ ଏନେଇ ପ୍ରତିକ୍ରିୟା ଦେଇ ଦଳ ସମର୍ଥନ କରିଥିବା କହିଛନ୍ତି ଦଳର ରାଜ୍ୟସଭା ସାଂସଦ ଅମର ଶତପଥୀ । ସେ କହିଛନ୍ତି ଯେ, ନିତୀଶ କୁମାର ମୁଖ୍ୟମନ୍ତ୍ରୀଙ୍କୁ ସମର୍ଥନ ମାଗିଥିଲେ, ସବୁଦିଗକୁ ବିଚାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜେଡିୟୁ ଓ ଏନଡିଏ ପାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ ଜଣାଇବେ ବୋଲି କହିଛନ୍ତି । ଏହାସହ ସମସ୍ତ ବିଜେଡି ଏମପି ମାନେ ମଧ୍ୟ ଉପସ୍ଥିତ ରହିବେ । ଭୋଟିଂ ପ୍ରକ୍ରିୟାରେ ସାମିଲ ହେବେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.