ETV Bharat / city

ଲେଖାଶ୍ରୀଙ୍କ ମନ୍ତବ୍ୟକୁ ବିଭିନ୍ନ ବିଜେଡି ଓ କଂଗ୍ରେସର କଡା ସମାଲୋଚନା - ଲେଖାଶ୍ରୀଙ୍କ ମନ୍ତବ୍ୟକୁ କଡା ସମାଲୋଚନା

ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ନେଇ ଝଡ । କ୍ଷମା ମାଗିବାକୁ କହିଲା କଂଗ୍ରେସ । ବିଜେଡି କହିଲା ଶସ୍ତା ରାଜନୀତି କରାନଯାଉ । ଅଧିକ ପଢନ୍ତୁ...

ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ
ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ
author img

By

Published : Nov 17, 2020, 3:27 PM IST

ଭୁବନେଶ୍ବର: ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନକୁ ନେଇ ବଢୁଛି ପ୍ରତିକ୍ରିୟା । ପୁରୀକୁ ଦେଶବାସୀ କଲିକତାର ବୋଲି ଜାଣିଥିଲେ । ଯେତେବେଳେ ପୁରୀ ଲୋକସଭା ଆସନରୁ ସମ୍ବିତ ପାତ୍ର ନିର୍ବାଚନ ଲଢିଲେ, ସେତେବେଳେ ଦେଶବାସୀ ପୁରୀ ଓଡିଶାର ଜାଣିବାକୁ ପାଇଥିଲେ ବୋଲି ଲେଖାଶ୍ରୀ ମନ୍ତବ୍ୟ ଦେଇଥିଲେ । ଯାହାକୁ ନେଇ ବର୍ତ୍ତମାନ ରାଜନୈତିକ ଦଳ କଡା ସମାଲୋଚନା କରୁଛନ୍ତି ।

ଲେଖାଶ୍ରୀ ସାମନ୍ତସିଂହାରଙ୍କ ବିବାଦୀୟ ବୟାନ

କଂଗ୍ରେସ ନେତା ସନ୍ତୋଷ ସିଂ ସାଲୁଜା କହିଛନ୍ତି, ଜଗନ୍ନାଥ ଓଡିଶାର ପରିଚୟ । ଲେଖାଶ୍ରୀଙ୍କ ଏଭଳି ମନ୍ତବ୍ୟ ପାଇଁ ସେ ଓଡିଶାର ଲୋକଙ୍କୁ କ୍ଷମା ମାଗିବା ଉଚିତ । ବିଜେପି ନେତାମାନେ ସେ ଇତିହାସ ପଢିବାକୁ କହିଛନ୍ତି ।

ସେପଟେ ବିଜେଡି ନେତା ସୈମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି, ‘‘ମୋ ଅନୁଭବରୁ କହୁଛି, ମୋତେ ଯେତେବେଳେ ବାହାରେ ପଚାରୁଥିଲେ ଓଡିଶା କେଉଁଠି, ସେତେବେଳେ ଜଗନ୍ନାଥଧାମ ପୁରୀର ପରିଚୟ ଦେଉଥିଲି । ପରେ ଲୋକେ ଜାଣିପାରୁଥିଲେ ।’’ ଏବେ କେମିତି ସମ୍ବିତ ନୂଆ ପରିଚୟ ଦେଲେ ସେ ଜାଣିପାରୁ ନାହିଁନ୍ତି । ତେଣୁ ଲେଖାଶ୍ରୀ ମ୍ୟାଡାମ ଏଭଳି ଶସ୍ତା ମନ୍ତବ୍ୟ ନ ଦିଅନ୍ତୁ ବୋଲି ବିଜେଡି ନେତା କହିଛନ୍ତି ।

ସେହିପରି ପ୍ରମିଳା ମଲ୍ଲିକ ମଧ୍ୟ ଲେଖଶ୍ରୀଙ୍କ ବୟାନକୁ ନେଇ କଟୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ଯେ,ଏହି ଏକ ନିର୍ବୋଧତା ,ଏଭଳି ମନ୍ତବ୍ୟ ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ପହଞ୍ଚାଇଥିବ । ଏଭଳି କହି ହିନ୍ଦୁ ଧର୍ମ ଓ ପୁରୀବାସୀଙ୍କୁ ଅପମାନିତ କରିଛନ୍ତି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.