ଭୁବନେଶ୍ବର: ଆସନ୍ତା 28ରେ ଓଡିଶା ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଏହାକୁ ନେଇ ଓଡିଶା ରାଜନୀତିରେ ସୃଷ୍ଟି ହୋଇଛି ହଟଚମଟ । ଏନେଇ ରାଜ୍ୟର ପ୍ରମୁଖ ରାଜନୈତିକ ବିଜେଡି ଓ କଂଗ୍ରେସ ପ୍ରତିକ୍ରିୟା ରଖିଛନ୍ତି ।
ଭୁବନେଶ୍ବରରେ ଅନୁଷ୍ଠିତ ଏକ ବିଶାଳ ସମାବେଶରେ ଓଡିଶାବାସୀଙ୍କୁ ଉଦବୋଧନ ଦେବେ ଅମିତ ଶାହା । ନାଗରିକ ସଂଶୋଧନ ଆଇନ ସମର୍ଥନରେ ଆୟୋଜିତ ଏହି ସମାବେଶରେ, ଯେଉଁଠି ଲକ୍ଷାଧିକ ଜନସମାବେଶ ହେବ ବୋଲି ଆଶା କରାଯାଉଛି । କିନ୍ତୁ ସେଠାରେ ଅମିତ ଶାହାଙ୍କ ଗସ୍ତକୁ ନେଇ ଓଡିଶା ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି ।
କଂଗ୍ରେସର ନେତା ସନ୍ତୋଷ ସିଂ ସାଲଜା କହିଛନ୍ତି ଯେ, ଦିଲ୍ଲୀରେ ଯେଉଁଭଳି ଭାବରେ ବିଜେପି ପରାଜୟର ସ୍ବାଦ ନେଇଛି । ଓଡ଼ିଶାରେ ମଧ୍ୟ ସେହିଭଳି ଭାବରେ ପରାସ୍ତ ହେବ । ଅମିତ ସାହା ଓଡିଶା ଗସ୍ତରେ ଆସିଲେ ମଧ୍ୟ ଏହାର ପ୍ରଭାବ ପଡିବ ନାହିଁ ।
ଅନ୍ୟପଟେ ବିଜେଡି ବିଧାୟକ କିଶୋର ମହାନ୍ତି ମଧ୍ୟ କହିଛନ୍ତି ଯେ, ନବୀନ ପଟ୍ଟନାୟକଙ୍କ ବିଷୟରେ ଶୁଣିବା ପାଇଁ ଓଡ଼ିଶାର ଲୋକମାନେ ପ୍ରସ୍ତୁତ ନାହାନ୍ତି । ଓଡିଶାକୁ ଯିଏ ବି ଆସୁ ଅମିତ ଶାହା ଆସନ୍ତୁ କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଶାରେ ନବୀନ ପଟ୍ଟନାୟକ ରହିଥିବା ଯାଏଁ ଆଉ କାହା କଥା ଜନତା ଶୁଣିବେ ନାହିଁ ବୋଲି କହିଛନ୍ତି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ