ETV Bharat / city

୨୯କୁ ନେଇ ସରଗରମ ରାଜ୍ୟ ରାଜନୀତି, ତିନି ପ୍ରମୁଖ ରାଜନୈତିକ ଦଳର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ

ସେପ୍ଟେମ୍ବର ୨୯ ତାରିଖକୁ ନେଇ ସରଗରମ ରାଜ୍ୟ ରାଜନୀତି । ସେହିଦିନ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଜେଡ଼ି ମଧ୍ୟ ଏକ ବଡ଼ ଦଳୀୟ ବୈଠକ ପାଇଁ ପ୍ରସ୍ତୁତ ହୋଇଛି । ସେପଟେ ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା ପାଇଁ ୨୯ରେ ପ୍ରସ୍ତୁତି ବୈଠକ କରିବ କଂଗ୍ରେସ । ଅଧିକ ପଢ଼ନ୍ତୁ

author img

By

Published : Sep 25, 2022, 9:49 PM IST

୨୯କୁ ନେଇ ସରଗରମ ରାଜ୍ୟ ରାଜନୀତି, ତିନି ପ୍ରମୁଖ ରାଜନୈତିକ ଦଳର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ
୨୯କୁ ନେଇ ସରଗରମ ରାଜ୍ୟ ରାଜନୀତି, ତିନି ପ୍ରମୁଖ ରାଜନୈତିକ ଦଳର ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ

ଭୁବନେଶ୍ବର: ଆସନ୍ତା ସେପ୍ଟେମ୍ବର ୨୯ ତାରିଖକୁ ନେଇ ସରଗରମ ହେଉଛି ରାଜ୍ୟ ରାଜନୀତି । ସେହିଦିନ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳ ତଥା ବିଜେଡି, ବିଜେପି ଓ କଂଗ୍ରେସର ରହିଛି ବିଭିନ୍ନ ରାଜନୈତିକ କାର୍ଯ୍ୟକ୍ରମ । ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ବିଜେଡ଼ି ମଧ୍ୟ ଏକ ବଡ଼ ଦଳୀୟ ବୈଠକ ପାଇଁ ପ୍ରସ୍ତୁତ ହୋଇଛି । ସେପଟେ ଓଡ଼ିଶାରେ ଭାରତ ଯୋଡ଼ ପଦଯାତ୍ରା ପାଇଁ ସେହିଦିନ କଂଗ୍ରେସ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରିଛି ।

ଆସନ୍ତା ୨୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏହି ଅବସରରେ ସେ ବିଭିନ୍ନ ଦଳୀୟ ପଦାଧିକାରୀଙ୍କ ସହ ଏକାଧିକ ବୈଠକ କରିବେ । ସମସ୍ତ ଜିଲ୍ଲାର ଜିଲ୍ଲା ସଭାପତି, ପଦାଧିକାରୀ, ବିଧାୟକ, ସାଂସଦ, ପୂର୍ବତନ ବିଧାୟକ ଓ ସାଂସଦ, ପ୍ରଭାରୀ ମାନଙ୍କ ସହ ଭିନ୍ନ ଭିନ୍ନ ପର୍ଯ୍ୟାୟରେ ବୈଠକ କରିବେ । ସାଙ୍ଗଠନିକ ବୈଠକ ବି ହେବ । ୩୦ ତାରିଖରେ ଜନତା ମୈଦାନରେ ଦଳୀୟ ସଂଗଠନର ୭ଟି ମୋର୍ଚ୍ଚାର ବିଭିନ୍ନ ପଦାଧିକାରଙ୍କ ସହ ଆଲୋଚନା କରିବେ । ପରେ ସଂଯୁକ୍ତ ମୋର୍ଚ୍ଚାକୁ ସମ୍ବୋଧିତ କରିବେ ନଡ୍ଡା । ଏହା ସହିତ ରାଜ୍ୟ ତୁଙ୍ଗ ନେତା ମାନଙ୍କ ସହ ବୈଠକ କରି ୨୦୨୪ ନିର୍ବାଚନ ପାଇଁ ଟାସ୍କ ଦେବେ ।

ସେହିଭଳି ୨୯ ତାରିଖରେ ବିଜେଡି ତାର ଛାମୁଆ ସଂଗଠନ ମୁଖ୍ୟମାନଙ୍କର ଏକ ବୈଠକ ନେଇ ପ୍ରସ୍ତୁତ ହୋଇଛି । ଏଥିରେ ଦଳର ଆଗାମୀ କାର୍ଯ୍ୟପନ୍ଥା ଓ ପଦଯାତ୍ରା ନେଇ ଖସଡ଼ା ପ୍ରସ୍ତୁତ ହେବ । ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ପଦଯାତ୍ରା ସହ ଯୁବ, ଛାତ୍ର ଓ ମହିଳା କର୍ମକର୍ତ୍ତାଙ୍କ ପାଇଁ ଆୟୋଜନ କରାଯିବ ପ୍ରଶିକ୍ଷଣ ଶିବିର । ତେବେ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସୁଥିବାରୁ ବିଜେପି ଜାଣିଶୁଣି ଏହି କାର୍ଯ୍ୟକ୍ରମର ଆୟୋଜନ କରୁଥିବା ଅଭିଯୋଗ କରିଛନ୍ତି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି । ଏହା ବିଜେପି ପାଇଁ ବୁମେରାଂ ହେବ ବୋଲି ସେ କହିଛନ୍ତି ।

ତେବେ ସେପ୍ଟେମ୍ବର ୨୯ ତାରିଖର ଏହି ଦୌଡ଼ରେ କଂଗ୍ରେସ ମଧ୍ୟ ପଛରେ ପଡ଼ିନାହିଁ । ଦଳକୁ ଆଗକୁ ନେବା ପାଇଁ ରଣନୀତି ପ୍ରସ୍ତୁତ କରିଛି କଂଗ୍ରେସ । ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଦଳ କାଶ୍ମୀରରୁ କନ୍ୟାକୁମାରୀ ଭାରତ ଯୋଡ଼ ପଦଯାତ୍ରା କରୁଥିବା ବେଳେ ଆସନ୍ତା ୩୧ ତାରିଖରୁ ରାଜ୍ୟରେ ମଧ୍ୟ ଭାରତ ଯୋଡ଼ ପଦଯାତ୍ରା କରିବ କଂଗ୍ରେସ । ତେବେ ଏନେଇ ୨୯ ତାରିଖରେ ବରୁଣେଇ ପାହାଡ଼ ତଳେ କଂଗ୍ରେସ କରିବ ପ୍ରସ୍ତୁତି ବୈଠକ । ପିସିସି ସଭାପତି ଶରତ ପଟ୍ଟନାୟକ ଏହି ବୈଠକରେ ଯୋଗଦେଇ ଦଳୀୟ କାର୍ଯ୍ୟକ୍ରମକୁ କିଭଳି ଅଧିକ କ୍ରିୟାଶୀଳ କରାଯାଇପାରିବ ସେନେଇ ଆଲୋଚନା କରିବେ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.