ଭୁବନେଶ୍ବର: କଲମା ବ୍ୟାରେଜର ସବୁ ଗେଟ ଖୋଲିବାକୁ ଯୋଜନା କରିଛି ଛତିଶଗଡ ସରକାର । ଗେଟ ଖୋଲିଲେ ତଳମୁଣ୍ଡରେ ବନ୍ୟାଭଳି ପରିସ୍ଥିତି ସୃଷ୍ଟି ହେବା ନେଇ ଆଶଙ୍କା ଅଛି । ଓଡିଶାର ବିଭିନ୍ନ ସ୍ଥାନରେ ଜଳସ୍ତର ବୃଦ୍ଧିପାଇବା ସହ ଫସଲହାନୀର ଆଶଙ୍କା ରହିଛି ।
୧୬ ଜୁନରୁ ୧୫ ଅକ୍ଟୋବର ଭିତରେ ମହାଦନୀର ଉପର ମୁଣ୍ଡରେ ଥିବା କଲମା ବ୍ୟାରେଜର ସମସ୍ତ ଗେଟ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ଛତିଶଗଡ ସରକାର । ଏହାର ପ୍ରତିକ୍ରିୟାରେ ପିସିସି ସଭାପତି କହିଛନ୍ତି 22 ବର୍ଷରେ ବିଜେଡି ସରକାର କଣ କରୁଛି । ଆଗରୁ ନଦୀ ବନ୍ଧ ବାନ୍ଧିବା ପାଇଁ କେଉଁଠି ଶୋଇଥିଲା ବିଜେଡି । ଏ ସରକାର ସବୁ କ୍ଷେତ୍ରରେ ଫେଲ ବୋଲି କହିଛନ୍ତି ପିସିସି ସଭାପତି ।
ସେହିପରି ବିଜେପି ନେତା ପ୍ରଦୀପ ପୁରୋହିତ କହିଛନ୍ତି ଛତିଶଗଡ ସରକାରର ଜଳସମ୍ପଦ ବିଭାଗ ଯେଉଁ ବିଜ୍ଞପ୍ତି ଜାରି କରିଛନ୍ତି କଲମା ବ୍ୟାରେଜ ର ସବୁ ଗେଟ ଖୋଲିବେ । ହେଲେ ତଳ ଅଞ୍ଚଳ ଗୁଡିକ ବନ୍ୟା ପରିସ୍ଥିତି ସୃଷ୍ଟି ହେବ, ନିଘୋଡ ନିଦରେ ସରକାର ଶୋଇଛି ।
ଇଟିଭି ଭାରତ, ଭୁବନେଶ୍ବର