ETV Bharat / city

ସାବାଡ ହେବେ ଧଳା ଜହର ବେପାରୀ, ଅପରାଧୀଙ୍କୁ ଧରାଇବ ଅପରେସନ 'WHITE SPYDER' - Commissionerate Of Police

ରାଜଧାନୀରୁ ମୁକ୍ତ ହେବ ଧଳା ଜହର ବେପାରୀ । ଆଉ ଏହାର ବ୍ୟବସାୟ ବନ୍ଦ କରିବାକୁ ବସ୍ତି ଅଞ୍ଚଳର ଲୋକଙ୍କୁ ବୁଝାଇବା ସହ ସଚେତନ କରାଇବ ପୋଲିସ । ଅଧିକ ପଢନ୍ତୁ...

ସାବାଡ ହେବେ ଧଳା ଜହର ବେପାରୀ, ଅପରେସନ ହ୍ବାଇଟ ସ୍ପାଏଡ଼ର ସାହାର୍ଯ୍ୟରେ ଧରାହେବେ ଅପରାଧି

author img

By

Published : Aug 16, 2021, 9:42 PM IST

Updated : Aug 16, 2021, 10:44 PM IST

ଭୁବନେଶ୍ବର: ରାଜଧାନୀରୁ ମୂଳପୋଛ ହେବ ବ୍ରାଉନସୁଗାର । ଆଉ ଏରିଆ ପାର ହେବେ ବ୍ରାଉନସୁଗାର ବେପାରୀ । ଏନେଇ କମିଶନରେଟ ପୋଲିସ ଚଳାଇଛି ସିକ୍ରେଟ ଅପରେସନ । ଏହାର ନାଁ ହେଉଛି ଅପରେସନ ହ୍ବାଇଟ ସ୍ପାଏଡ଼ର । ସେପଟେ ଅପରେସନ ଦାୟିତ୍ବରେ ଅଛନ୍ତି ବଛା ବଛା ଅଣ୍ଡର କଭର ଅଫିସର। ପ୍ରସ୍ତୁତ ହୋଇଛି ପେଡଲର ଓ ସ୍ମଗଲରଙ୍କ ଲମ୍ବା ଲିଷ୍ଟ । ଆଉ ସେମାନଙ୍କୁ ଧରିବା ପାଇଁ ଇଣ୍ଟରନାଲ କୋର୍ଡିନେସନ ଟିମ । ପ୍ରଥମେ ବ୍ରାଉନସୁଗାର ରେଗୁଲାର କଷ୍ଟମର । ଓ ପରେ ଡେଲିଭରି କରୁଥିବା ପେଡଲରଙ୍କୁ ଟାର୍ଗେଟ କରିଛି ପୋଲିସ ।

ସେମାନଙ୍କ ବ୍ରାଉନସୁଗାର ଡେଲିଭରିର କୋର୍ଡ ଓ୍ବାର୍ଡ ଠାରୁ ଆରମ୍ଭ କରି ସେମାନଙ୍କୁ ସପ୍ଲାଏ ଦେଉଥିବା ସପ୍ଲାୟର ଓ ତାଙ୍କ କଣ୍ଟାକ୍ଟରେ ଥିବା ସ୍ମଗଲର । ସଭିଁଙ୍କୁ କୋର୍ଡିନେଟେଡ ତରିକାରେ ଟ୍ରାକ କରିବ କଣ୍ଟ୍ରୋଲ ରୁମର ସ୍ପେଶାଲ ଟିମ । ଏଥିସହ ଡାଇରେକ୍ଟ ଇନପୁଟ ବା ଲୋକଙ୍କଠୁ ସୂଚନା ପାଇବା ପାଇଁ ପୋଲିସର ହ୍ବାଟସଆପ ଓ ଡ୍ରଗସ ହେଲପଲାଇନ ନମ୍ବର । ଏହି 7077798111କୁ କଲ କରି ନିଜର ନାମ ଓ ଠିକଣା ଗୋପନ ରଖି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବ ଆଣ୍ଟି ଡ୍ରଗସ ସ୍ପେଶାଲ ଟିମ ।

ଆଉ ସେପଟେ ଭିନ୍ନ ଢଙ୍ଗରେ ସିକ୍ରେଟ ଅପରେସନ ଜାରି ରଖିଛି କମିଶନରେଟ ପୋଲିସ । ଏହି କ୍ରମରେ ପୂର୍ବରୁ ୨୫୦ରୁ ଅଧିକ ବ୍ରାଉନସୁଗାର ୪ଜଣ ଅପରାଧି ଧରାପଡିଥିବାବେଳେ ଭରତପୁର ଥାନା ଅଞ୍ଚଳରୁ ସୋମବାର ୨୮୦ଗ୍ରାମ ବ୍ରାଉନସୁଗାର ସହ ଜଣକୁ ଗିରଫ କରିଛି କମିଶନରେଟ ପୋଲିସ ।

ଧିରେ ଧିରେ ବ୍ରାଉନସୁଗାର ପାଇଁ ସହରମାନଙ୍କରେ ଦିନକୁ ଦିନ ଅପରାଧ ବଢିବାରେ ଲାଗିଛି । ଏଥିପାଇଁ ମାଧ୍ୟମ ସାଜିଛି ରାଜଧାନୀର ପ୍ରମୁଖ ବସ୍ତି। ଏଥିପାଇଁ ବସ୍ତିରେ ଅପରାଧର ଚିତ୍ର ବଦଳାଇବାକୁ ପ୍ରତି ମାସରେ ବରିଷ୍ଠ ଅଧିକାରୀମାନେ ବିଭିନ୍ନ କାର୍ଯ୍ୟକ୍ରମ ସମେତ ଜନସାଧାରଣଙ୍କୁ ବ୍ରାଉନସୁଗାରର ବିଭିନ୍ନ ଦିଗ ଉପରେ ସଚେତନତା କରିବାକୁ ଯୋଜନା କରିଛନ୍ତି ବରିଷ୍ଠ ପୋଲିସ ଅଧିକାରୀ ।

ଏନେଇ କମିଶନରେଟ ପୋଲିସର ସିକ୍ରେଟ ଅପରେସନ କରିବାକୁ ଫୋକସରେ ରଖିଥିବାବେଳେ ବ୍ରାଉନସୁଗାର ବେପାରୀ ମାନଙ୍କୁ କିପରି ସହରରୁ ମୂଳ ପୋଛ କରାଯାଇପାରିବ, ସେନେଇ ଯୋଜନା ଚଳାଇଛି କମିଶନରେଟ ପୋଲିସ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Aug 16, 2021, 10:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.