ETV Bharat / city

କୋରୋନା କଟକଣା: ଏମରଜେନ୍ସି ପାଇଁ ଲୋଡା ପୋଲିସ ପାସ - coronavirus updates

କର୍ଫ୍ୟୁ କଟକଣାରେ ପୋଲିସ ପାସ ସୁବିଧା । ଟ୍ରାଫିକ ଏମରଜେନ୍ସି ପାଇଁ ନେବାକୁ ପଡିବ ପାସ ।ଅଧିକ ପଢନ୍ତୁ...

Police will provide passes for emergencies
ଏମରଜେନ୍ସିଂ ପାଇଁ ପୋଲିସ ଯୋଗାଇବ ପାସ
author img

By

Published : Mar 22, 2020, 1:21 PM IST

Updated : Mar 22, 2020, 2:53 PM IST

ଭୁବନେଶ୍ବର: କୋରୋନା ପାଇଁ କଟକଣା । ରାଜ୍ୟବ୍ୟାପୀ ପାଳନ ହେଉଛି ଜନତା କର୍ଫ୍ୟୁ । ଅତ୍ୟାବଶ୍ୟକ ନଥିଲେ ବାହାରିବାକୁ ମନା । ସେପଟେ ଜରୁରୀ ସେବା ପାଇଁ ମିଳୁଛି ପୋଲିସ ପାସ ସୁବିଧା । କଣ୍ଟ୍ରୋଲ ରୁମ 100କୁ ଡାଏଲ କଲେ ଏସଏମଏସ ଜରିଆରେ ଏମରଜେନ୍ସି ପୋଲିସ ପାସର ସୁବିଧା ମିଳିବ । ପ୍ରଶାସନିକ ଅଧିକାରୀ ବା ତାଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କ ପାଇଁ ଅଫିସ ଯିବାକୁ ମିଳିବ ପାସ ସୁବିଧା । ଏଥିପାଇଁ ନିକଟସ୍ଥ ଥାନାକୁ ଯୋଗାଯୋଗ କରି ନେଇ ପାରିବେ ପାସ ।

କୋରୋନା କଟକଣା: ଏମରଜେନ୍ସି ପାଇଁ ଲୋଡା ପୋଲିସ ପାସ

ରାଜ୍ୟ ସରକାରଙ୍କ ଅଧିନରେ ଯେଉଁ ଅଫିସ ଖୋଲା ରହିବା ନିହାତି ଆବଶ୍ୟକ ସେମାନେ ବି ଆଇଆଇସିଙ୍କୁ ଯୋଗାଯୋଗ କରି ପାସ ନେବେ । ସୋମବାର ଠାରୁ କଡାକଡି ହେବ ପାସ ବ୍ୟବସ୍ଥା। ଟ୍ରେନ, ବସ କିମ୍ବା ବିମାନ ଯାତ୍ରୀ ପାଖରେ ଟିକେଟ ରଖିବା ବାଧ୍ୟତାମୂଳକ । ଏହା ସହ ଆସନ୍ତାକାଲି ସମସ୍ତ ଗୋଟିଏ ଜିଲ୍ଲାରୁ ଅନ୍ୟ ଜିଲ୍ଲାକୁ ଯିବାକୁ ବାରଣ କରାଯାଇଛି । ସରକାରୀ କାର୍ଯ୍ୟରେ ନିୟୋଜିତ ଥିବା ଗାଡିଗୁଡିକୁ ସେମାନଙ୍କ ବିଭାଗ ମୁଖ୍ୟଙ୍କ ଠାରୁ ଭେଇକିଲ ପାସ ନେବାକୁ ଅନୁରୋଧ । ନଚେତ ସହରର ବିଚରଣ ବେଳେ ସାମ୍ନା କରିବେ ସମସ୍ୟା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Mar 22, 2020, 2:53 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.