ETV Bharat / city

ସ୍ତ୍ରୀକୁ ଛାଡି ଘରୁ ପଳାଇଥିଲେ ସ୍ବାମୀ, ୨୪ ଘଣ୍ଟାରେ ଆନ୍ଧ୍ରରୁ ଖୋଜି ଆଣିଲା ପୋଲିସ - ଜିଆରପି

ମୁଁ ତୁମକୁ ଖୁସିରେ ରଖିପାରୁନି, ମତେ ଆଉ ଖୋଜିବନି । ଏମିତି ଏକ ଦୁଃଖ ଭରା ଚିଠି ଲେଖି ସ୍ତ୍ରୀ ସହ ଝଗଡା କରି ଘର ଛାଡି ପଳାଇଥିଲେ ସ୍ବାମୀ । ୨୪ଘଣ୍ଟାରେ ଆନ୍ଧ୍ରରୁ ଖୋଜି ଆଣିଲା ପୋଲିସ । ଅଧିକ ପଢନ୍ତୁ...

ସ୍ତ୍ରୀକୁ ଛାଡି ଘରୁ ପଳାଇଥଲେ ସ୍ବାମୀ,୨୪ଘଣ୍ଟାରେ ଆନ୍ଧ୍ରରୁ ଖୋଜି ଆଣିଲା ପୋଲିସ

author img

By

Published : Jul 5, 2021, 7:55 AM IST

Updated : Jul 5, 2021, 8:00 AM IST

ଭୁବନେଶ୍ବର: ହଜିଲା ସ୍ବାମୀକୁ ଘରକୁ ଫେରାଇ ଆଣିଲା ସ୍ତ୍ରୀର ଅତୁଟ ଭଲପାଇବା । ସ୍ତ୍ରୀକୁ ଖୁସିରେ ରଖିନପାରି ଘରୁ ମନଦୁଃଖରେ ଅନେକ ଦୂରକୁ ପଳାଇଥିଲେ ଭୁବନେଶ୍ବର ରସୁଲଗଡରେ ରହୁଥିବା ଶମ୍ଭୁପ୍ରସାଦ ଦାସ । ଆଉ ଅଭିଯୋଗ ପରେ ଏବେ ସ୍ବାମୀକୁ ଘରକୁ ଫେରାଇ ଆଣିଛି ପୋଲିସ । ଶେଷରେ କେବେ ସ୍ତ୍ରୀକୁ ଛାଡି ଯିବେ ନାହିଁ ବୋଲି କହିଛନ୍ତି ସ୍ବାମୀ ।

ସ୍ତ୍ରୀକୁ ଛାଡି ଘରୁ ପଳାଇଥଲେ ସ୍ବାମୀ,୨୪ଘଣ୍ଟାରେ ଆନ୍ଧ୍ରରୁ ଖୋଜି ଆଣିଲା ପୋଲିସ
ସ୍ତ୍ରୀକୁ ଛାଡି ଘରୁ ପଳାଇଥଲେ ସ୍ବାମୀ,୨୪ଘଣ୍ଟାରେ ଆନ୍ଧ୍ରରୁ ଖୋଜି ଆଣିଲା ପୋଲିସ

ମୁଁ ତୁମକୁ ଖୁସିରେ ରଖିପାରୁନି,ମତେ ଆଉ ଖୋଜିବନି । ଏମିତି ଏକ ଦୁଃଖଭରା ଚିଠି ଲେଖି ସ୍ତ୍ରୀ ସହ ଝଗଡା କରି ଘର ଛାଡି ପଳାଇଥିଲେ ସ୍ବାମୀ । ଯାହାକୁ ନେଇ ଘରେ ଚିଠି ପାଇବା ପରେ ଏକୁଟିଆ ଛୁଆକୁ ଧରି ଧର୍ଯ୍ୟହରା ହୋଇଗଲେ ପତ୍ନୀ । ଏନେଇ ଶନିବାର ସନ୍ଧ୍ୟା 7ଟାରେ ମଞ୍ଚେଶ୍ବର ଥାନାରେ ସ୍ବାମୀକୁ ଖୋଜି ଆଣିବାକୁ ଗୁହାରି କରିଥିଲେ ପତ୍ନୀ । ଏହାପରେ ଥାନାବାବୁ ତୁରନ୍ତ ପଦକ୍ଷେପ ନେଇ ଆରମ୍ଭ କରିଥିଲେ ଅପରେସନ। ଖୋଜିବା ପାଇଁ ସେହି ବ୍ୟକ୍ତିଙ୍କର ଫଟୋକୁ ତୁରନ୍ତ ସମସ୍ତ ଥାନା ସହ ଟ୍ରେନ ଚଳାଚଳ ଯୋଗୁ ସମସ୍ତ ଥାନାର ଜିଆରପି ଥାନାକୁ ଆଲର୍ଟ କରିଥିଲେ। ପରେ ଉଭୟ କଲିକତା ଓ ବିଶାଖାପାଟଣା ପର୍ଯ୍ୟନ୍ତ ଜିଆରପି ଥାନାକୁ ମଧ୍ୟ ଜଣାଇଥିଲେ।

ହଠାତ ରାତି ୨ଟାରେ କୋହଭରା କଣ୍ଠରେ ଘରୁ ପଳାଇଥିବା ବ୍ୟକ୍ତି ଜଣକ ବିଶାଖାପାଟଣାର ଜଣେ ଟ୍ୟାକ୍ସି ଡ୍ରାଇଭରର ନମ୍ବରରୁ ତାଙ୍କ ପତ୍ନୀଙ୍କୁ ଫୋନ କରି କହିଥିଲେ ଆଉ ମନେ ପକେଇବନି ଭୁଲିଯିବ । ଯାହାକୁ ନେଇ ପତ୍ନୀ ତୁରନ୍ତ ପୋଲିସକୁ ଜଣାଇବା ପରେ ଥାନାବାବୁ ତୁରନ୍ତ ସେହି ଟ୍ୟାକ୍ସି ଡ୍ରାଇଭର ସହ କଥା ହୋଇଥିଲେ । ଟ୍ୟାକ୍ସି ଚାଳକ ଜଣଙ୍କ ବିଶାଖାପାଟଣା ଷ୍ଟେସନ ପାଖାପାଖି କହିବା ପରେ ମଞ୍ଚେଶ୍ବର ଥାନାଧିକାରୀ ବିଶାଖାପାଟଣା ଜିଆରପି ଥାନାଧିକାରୀଙ୍କ ସହ କଥା ହୋଇଥିଲେ ।

ଏହାପରେ ପୋଲିସ ସହାୟତାରେ ମହିଳାଙ୍କ ସ୍ବାମୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିଲା । ଏବଂ ରବିବାର ସନ୍ଧ୍ୟା 7ଟା ସୁଦ୍ଧା ପୋଲିସ ମଞ୍ଚେଶ୍ବର ଥାନାରେ ତାଙ୍କ ସ୍ବାମୀଙ୍କୁ ପତ୍ନୀଙ୍କୁ ଫେରାଇଥିଲେ । ଏବେ ପୋଲିସ ଉପସ୍ଥିତିରେ ଏପରି ଆଉ ପତ୍ନୀକୁ ଛାଡି ଯିବେନି ବୋଲି କହିଛନ୍ତି ଶମ୍ଭୁପ୍ରସାଦ । ପୋଲିସର ଏଭଳି ଅପରେସନକୁ ପତ୍ନୀ ସୁଜାତା ମହାପାତ୍ର ପୋଲିସକୁ ସାଧୁବାଦ ଜଣାଇଛନ୍ତି । ଶମ୍ଭୁପ୍ରସାଦ ଦାସ ନିଜ ପରିବାର ସହ ରସୁଲଗଡରେ ରହୁଥିଲେ । ସେ ଏକ ଶିଶୁମନ୍ଦିରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଛନ୍ତି।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jul 5, 2021, 8:00 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.