ETV Bharat / city

Sundarpada Murder Case: ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ

author img

By

Published : Jan 8, 2022, 1:15 PM IST

Updated : Jan 8, 2022, 2:19 PM IST

ଏୟାରଫିଲ୍ଡ ଥାନା ସୁନ୍ଦରପଦାରେ ଦୀପକ ରାଉତଙ୍କୁ ହତ୍ୟା ଘଟଣା । ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ । ଅଧିକ ପଢନ୍ତୁ

Sundarpada Murder Case:, ୩ ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୁବନେଶ୍ବର: ଖୋଲିବ ଏୟାରଫିଲ୍ଡ ଥାନା ସୁନ୍ଦରପଦା ହତ୍ୟାକାଣ୍ଡର ଗୁମର। ଗୋଷ୍ଠୀ ସଙ୍ଘର୍ଷ ନା ପୂର୍ବ ଶତୃତାକୁ ନେଇ ଦୀପକଙ୍କୁ କରାଯାଇଛି ହତ୍ୟା । କଣ ରହିଛି ଏହା ପଛର କାରଣ । ଏହି ଘଟଣାରେ ୩ ଅଭିଯୁକ୍ତଙ୍କ ପୋଲିସ ଗିରଫ କରିଥିବା ବେଳେ ଆଜି ୫ ଦିନିଆ ରିମାଣ୍ଡରେ ନେଇଛି ଏୟାରଫିଲ୍ଡ ଥାନା ପୋଲିସ । ୩ ଅଭିଯୁକ୍ତ ହେଉଛନ୍ତି ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡା ।

Sundarpada Murder Case: ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଏମାନଙ୍କ ମଧ୍ୟରୁ ଅଭିଯୁକ୍ତ ବିକି ମଲିକ ପୂର୍ବରୁ ଏକ ହତ୍ୟାକାଣ୍ଡ ମାମଲାରେ ଜେଲ ଯାଇ ବେଲରେ ଫେରିଥିଲା । ତେବେ ବେଲରେ ଫେରିବା ପରେ ସେ ହତ୍ୟାକାଣ୍ଡରେ କିଭଳି ସାମିଲ ହୋଇଥିଲା ସେନେଇ ରିମାଣ୍ଡ ସମୟରେ ପଚରାଉଚରା କରିବ ପୋଲିସ । ଆଜି କଡା ସୁରକ୍ଷା ବଳୟରେ ଝାରପଡା ଜେଲରୁ ୩ ଅଭିଯୁକ୍ତଙ୍କୁ ତିନୋଟି ପୋଲିସ ଭ୍ୟାନରେ ରିମାଣ୍ଡ ପାଇଁ ନିଆଯାଇଛି । ୩ ଅଭିଯୁକ୍ତଙ୍କୁ ଅଜ୍ଞାତ ସ୍ଥାନକୁ ନିଆଯାଇ ପଚରାଉଚରା କରିବ ପୋଲିସ । କାରଣ ପୁର୍ବରୁ ଏହି ହତ୍ୟାକାଣ୍ଡ ଘଟଣାରେ ଅନେକ ଲୋକ ଥାନା ଘେରାଉ କରିଥିଲେ। ଏବେବି ସୁନ୍ଦରପଦାରେ ତିନି ଅଭିଯୁକ୍ତଙ୍କୁ ନେଇ କଳହ ଲାଗି ରହିଛି ।

ସୂଚନା ଅନୁଯାୟୀ ଗତ ୩୧ତାରିଖ ରାତିରେ ଏହି ହତ୍ୟାକାଣ୍ଡ ଘଟିଥିଲା । ଭୋଜି କରୁଥିବା ବେଳେ ଦୀପକ ରାଉତକୁ ଖଣ୍ଡାରେ ହାଣି ହତ୍ୟା କରିଥିଲେ ଅଭିଯୁକ୍ତ ବିକି ମଲିଆ, ଗୁନୁ ମଲିଆ ଓ ସୁଜିତ ପଣ୍ଡା। ତେବେ ପରେ ସେମାନେ କୋର୍ଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ଏନେଇ ୭ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିବା ବେଳେ ୫ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ ଭୁବନେଶ୍ବର ଏସଡିଜେଏମ କୋର୍ଟ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Jan 8, 2022, 2:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.