ଭୁବନେଶ୍ବର: ଶୁକ୍ରବାରଠୁ ବିଧାନସଭାରେ ଆରମ୍ଭ ହେଉଛି ବଜେଟ ଅଧିବେଶନ । ଏହା ପୂର୍ବରୁ ପୋଲିସ ଡିଜି ଅଭୟ ସୁରକ୍ଷା ବ୍ୟବସ୍ଥା ତଦାରଖ କରିଛନ୍ତି । ବଜେଟ ଅଧିବେଶନକୁ ଦୃଷ୍ଟିରେ ରଖି ଦୁଇଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୋଟିଏ ହେଲା କମିଶନରେଟ ପୋଲିସ ଅନ୍ୟଟି ଗୋଇନ୍ଦା ବିଭାଗର ସୁରକ୍ଷା ବ୍ୟବସ୍ଥା ।
କମିଶନରେଟ ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି ଆବଶ୍ୟକ ଫୋର୍ସ ମୃତୟନ କରାଯାଇଥିବା କହିଛନ୍ତି ପୋଲିସ କମିଶନର ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ