ETV Bharat / city

କମିଶନରେଟ ପୋଲିସକର୍ମୀଙ୍କୁ ମାଡ ଘଟଣା: ଓଏଚଆରସିର ଦ୍ୱାରସ୍ଥ ହେଲେ ଏଏସଆଇଙ୍କ ସ୍ତ୍ରୀ

author img

By

Published : Jun 2, 2020, 8:27 PM IST

କମିଶନରେଟ ପୋଲିସର ଏଏସଆଇ ଓ ତାଙ୍କ ସ୍ତ୍ରୀଙ୍କୁ ନୟାଗଡ ବାଣୀଗୋଛା ଥାନାଧିକାରୀ ମାଡ ମାରିଥିବା ଘଟଣାରେ ଏଏସଆଇଙ୍କ ସ୍ତ୍ରୀ ରାଜ୍ୟ ମାନବାଧିକାର ଆୟୋଗଙ୍କ ଦ୍ୱାରସ୍ଥ ହୋଇଛନ୍ତି । ମିଛ ମାମଲାରେ ଦେଢ଼ ମାସ ହେଲା ଜେଲରେ ରହିଥିବା ଅଭିଯୋଗ ଆଣିବା ସହ ଦୋଷୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦାବି କରିଛନ୍ତି ଏଏସଆଇଙ୍କ ସ୍ତ୍ରୀ । ଅଧିକ ପଢନ୍ତୁ...

ନୟାଗଡରେ ପୋସିସକୁ ମାଡ ଘଟଣା: ଓଏଚଆରସିରେ ଦ୍ୱାରସ୍ଥ ହେଲେ ଏଏସଆଇଙ୍କ ସ୍ତ୍ରୀ

ଭୁବନେଶ୍ବର: ଲକଡାଉନ ସମୟରେ କ୍ଷମତାର ଭରପୁର ଫାଇଦା ଉଠାଇଛନ୍ତି ଓଡିଶା ପୋଲିସ । ଆଉ କେତେ ଜଣ ମଧ୍ୟ ସୀମା ଟପିଯାଇଛନ୍ତି । ଭୁବନେଶ୍ବରର ଜଣେ ପୋଲିସ ଅଧିକାରୀ ଓ ତାଙ୍କ ସ୍ତ୍ରୀଙ୍କୁ ନୟାଗଡର ବାଣିଗୋଛା ଥାନା ଅଧିକାରୀ ମାଡ ମାରିବା ସହ ଗିରଫ କରି କୋର୍ଟ ଚାଲାଣ କରିଥିଲେ । ହେଲେ ଏହି ଘଟଣା ଏବେ ଭିନ୍ନ ମୋଡ ନେଇଛି । ଏଏସଆଇ ଦେଢ଼ ମାସ ଧରି ଜେଲରେ ରହିଥିଲେ । ଏନେଇ ଏଏସଆଇଙ୍କ ସ୍ତ୍ରୀ ଓଏଚଆରସିଙ୍କ ନିକଟରେ ଦ୍ବାରସ୍ଥ ହୋଇଛନ୍ତି।

ଜିଲ୍ଳାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ଏହି ଘଟଣାର ତଦନ୍ତ କରିବା ପାଇଁ ନିବେଦନ କରିଥିଲେ ବି କୌଣସି ଅଧିକାରୀ ଶୁଣିନଥିବା ଏଏସଆଇଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି । ନ୍ୟାୟ ଆଶାରେ ଶେଷରେ ରାଜ୍ୟ ମାନବାଧିକାର ଆୟୋଗଙ୍କ ନିକଟରେ ସେ ଦ୍ବାରସ୍ତ ହୋଇଛନ୍ତି । ସ୍ବାମୀ ଏବଂ ସ୍ତ୍ରୀଙ୍କୁ ମାରିବା ସହ ମିଛ କେସରେ ଜେଲ ପଠାଇ ମାସେରୁ ଅଧିକ ସମୟ ମାନସିକ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ହୋଇଛି । ଏଣୁ ସ୍ବାମୀଙ୍କ ଉପରେ ହୋଇଥିବା ଅମାନବୀୟ ଅତ୍ୟାଚାରର ନ୍ୟାୟ ପାଇଁ ନିବେଦନ କରିବା ସହ ଦୋଷୀମାନଙ୍କ ବିରୋଧରେ ଖୁବଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି ।

ସୂଚନା ଅନୁଯାୟୀ, ନୟାଗଡ ଜିଲ୍ଲାର ବିରେନ ମାଝୀ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନା ମୈତ୍ରୀ ବିହାର ଫାଣ୍ଡି ଅଧିକାରୀ ଭାବରେ କାର୍ଯ୍ୟ କରନ୍ତି । ଏପ୍ରିଲ ମାସ 7 ତାରିଖରେ ବିରେନଙ୍କ ଭାଉଜଙ୍କର ହଠାତ ମୃତ୍ୟୁ ହୋଇଯାଇଥିଲା । ତେବେ ସେ ଏକ ପାସ ନେଇ ନୟାଗଡ ବାଣିଗୋଛା ଯାଉଥିଲେ । ଏହି ସମୟରେ ନୟାଗଡର ଡୁମୁରିବିଡ଼ାଠାରେ ଯାଞ୍ଚ ଚାଲିଥିବା ବେଳେ ବାଣୀଗୋଛାର ଥାନା ଅଧିକାରୀ ଗାଡିକୁ ଅଟକାଇଥିଲେ । ବିରେନ ନିଜର ପରିଚୟ ଦେବା ସହ ପୋଲିସ ଗାଡି ପାସ ବି ଦେଖାଇଥିଲେ । ହେଲେ ସେଠାରେ ଯାଞ୍ଚ ବେଳେ ପାଟିତୁଣ୍ଡ ହୋଇଥିଲା । ଥାନା ଅଧିକାରୀ ବିରେନଙ୍କୁ ମାଡ଼ ମାରିଥିଲେ । ବିରେନଙ୍କ ସ୍ତ୍ରୀ ଏହାର ପ୍ରତିବାଦ କରିବାରୁ ତାଙ୍କ ସ୍ତ୍ରୀଙ୍କୁ ମଧ୍ୟ ମାଡ଼ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ଏହାପରେ ବିରେନଙ୍କୁ ଜେଲକୁ ପଠାଇଦେଇଥିଲେ ବାଣିଗୋଛା ଥାନା ଅଧିକାରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.