ETV Bharat / city

ସାବଧାନ ! ଅଜାଣତରେ ଚୋରି ହୋଇପାରେ ମୋବାଇଲ ନମ୍ବର, ଆଉ କେହି ନିଜ ନାଁରେ କରିପାରନ୍ତି ବ୍ୟବହାର - କମିସନରେଟ ପୋଲିସ

ଚୋରି ହୋଇଛି କି ଆପଣଙ୍କ ମୋବାଇଲ ନମ୍ବର । ସତର୍କ ହୋଇଯାଆନ୍ତୁ, ହେଉଛି କି ଆପଣଙ୍କ ନମ୍ବରର ଅପବ୍ୟବହାର । ଅଧିକ ପଢନ୍ତୁ...

ମୋବାଇଲ ନମ୍ବର ଚୋରି ଦୁର୍ବୁତ୍ତଙ୍କୁ ଠାବ କଲା ପୋଲିସ, ନମ୍ବରର ଅପବ୍ୟବହାର ନେଇ ସତର୍କ କଲେ DCP

author img

By

Published : Sep 18, 2021, 7:44 PM IST

ଭୁବନେଶ୍ବର: ସାମ୍ନାକୁ ଆସିଛି ଭିଭିଆପି ମୋବାଇଲ ନମ୍ବର ଚୋରିର କାରନାମା । ଅର୍ଥାତ ଆପଣଙ୍କ ମୋବାଇଲ ନମ୍ବରକୁ ଚୋରି କରି ଆଉ କେହି ନିଜ ନାଁରେ କରି ବ୍ୟବହାର କରିପାରନ୍ତି । ଆଉ ଏହା ଦ୍ବାରା ଆପଣଙ୍କ ନମ୍ବର ଜରିଆରେ ବ୍ୟାଙ୍କ ଆକାଉଣ୍ଟ ସମେତ ଇନସ୍ୟୁରାନ୍ସ ନମ୍ବର ବ୍ୟବହାର କରି ଅର୍ଥ ଦେଣନେଣ ସମେତ ବିଭିନ୍ନ ଅପରାଧ ଘଟାଇପାରନ୍ତି । କାରଣ ଆଜି କାଲି ମୋବାଇଲ ନମ୍ବର ହେଉଛି ଜଣେ ବ୍ୟକ୍ତିଙ୍କର ପରିଚୟ । ଏନେଇ ୩୫ଜଣ ଲୋକଙ୍କ ମୋବାଇଲ ନମ୍ବର ବ୍ୟବହାର କରି କେଳେଙ୍କାରି ହେଉଥିବା ଘଟଣା ନଜରକୁ ଆସିଛି ।

ମୋବାଇଲ ନମ୍ବର ଚୋରି ଦୁର୍ବୁତ୍ତଙ୍କୁ ଠାବ କଲା ପୋଲିସ, ନମ୍ବରର ଅପବ୍ୟବହାର ନେଇ ସତର୍କ କଲେ DCP

ତେବେ ଏହି କଳାକାରନାମାର ପର୍ଦ୍ଦାଫାସ କରିଛି କମିସନରେଟ ପୋଲିସ । ଆଉ ଏହି ମାମଲାରେ ଏକ ଟେଲିକମ୍ କମ୍ପାନୀର ୨ ଜଣ ପୂର୍ବତନ କର୍ମଚାରୀ କେଶବ ଚନ୍ଦ୍ର ଧିର ଓ ସୁଜିତ କୁମାର ପଣ୍ଡାକୂ ଗିରଫ କରିଛି କମିଶନରେଟ ପୋଲିସ । ଅଭିଯୁକ୍ତଙ୍କ ଠାରୁ ପୋଲିସ ଜାଣିବାକୁ ପାଇଛି କି କେଉଁଭଳି ଉପାୟରେ ଟେଲିକମ କମ୍ପାନିର ଗଳାବାଟକୁ ବ୍ୟବହାର କରି ଭିଆଇପି ନମ୍ବର ଚୋରି ହେଉଛି ।

ସୂଚନାନୁଯାୟୀ ଏକ ନିର୍ଦ୍ଧିଷ୍ଟ ଟେଲିକମ କମ୍ପାନୀର ୩୫ ଭିଆଇପି ନମ୍ବର ଅର୍ଥାତ ଏକକ ବ୍ୟବହାର ହେଉଥିବା ନମ୍ବର ଯେପରି ୪ ଡିଜିଟ କମ୍ପାନୀର ନମ୍ବର ସିରିଜ ହେଲେ ପରବର୍ତ୍ତୀ ୬ଟି ନମ୍ବର ୧୧୧୧୧୧ ବା ୨୨୩୩୪୪ ଅଥବା ୫୫୫୬୬୬ ଏହିପରି ସିରିଜର ନମ୍ବର ଥିବା ୩୫ଟି ମୋଵାଇଲ ନମ୍ବରକୁ ଟାର୍ଗେଟ କରିଥିଲେ ଏହି ଦୁଇ ଅଭିଯୁକ୍ତ ।

ପରେ ସେହି ନମ୍ବରକୁ ପୂର୍ବତନ ଟେଲିକମ କର୍ମଚାରୀ ବ୍ୟବହାର କରୁଥିବା ଟେଲିକମ କମ୍ପାନୀର ମୋବାଇଲ ଆପ ଜରିଆରେ ସେମାନେ ସେହି ନମ୍ବରକୁ ଆଉ ଏକ ବ୍ଲାଙ୍କ ସିମକାର୍ଡକୁ ସ୍ବାପ କରାଇ ଆକ୍ଟିଭ କରିବା ସହ ଅନ୍ୟ ଏକ ସିମକାର୍ଡକୁ ଟ୍ରାନସଫର କରୁଥିଲେ । ଏହାଫଳରେ ଯଦି‌ ସେହି ନମ୍ବର କୌଣସି ବ୍ୟକ୍ତି ବ୍ୟବହାର କରୁଥିବା ସିମ ସ୍ବାପ କରାଯାଏ କିମ୍ବା ଡିଆକ୍ଟିଭେଟ ହୁଏ ତେବେ ସେହି ନମ୍ବରକୁ ଆଉ ଏକ ସିମକାର୍ଡରେ ବ୍ୟବହାର କରିହେବ ।

ସେହିପରି ସିମକାର୍ଡ ସ୍ବାପ କରି ସେହି ନମ୍ବରରେ ଥିବା ସର୍ଭିସ ପ୍ରୋଭାଇଡରରୁ ନମ୍ବର ପୋର୍ଟାବିଲିଟି କରି ଅନ୍ୟ ଏକ ସର୍ଭିସ ପ୍ରୋଭାଇଡରକୁ ପରିବର୍ତ୍ତନ କରିଥିଲେ । ଏନେଇ ଗୋଟିଏ କମ୍ପାନୀରୁ ଆଉ ଏକ ଟେଲିକମ କମ୍ପାନୀର ଗ୍ରାହକ ହୋଇଗଲେ ।

ତେବେ ନୂଆ ଗ୍ରାହକ ହେବାପରେ ଅନ୍ୟ ଏକ ପରିଚୟପତ୍ର ଦେଇ ପୂର୍ବରୁ ଥିବା ମାଲିକାନାରୁ ଆଉ ଜଣଙ୍କ ନାମକୁ ପରିବର୍ତ୍ତନ କରି ମାଲିକାନାକୁ ବଦଳାଇଥିଲେ । ଏଭଳି ଫ୍ୟାନସି ନମ୍ବର ଅନ୍ୟକୁ ବିକ୍ରି କରି ମୋବାଇଲ ନମ୍ବର ପିଛା ୫୦ ହଜାରରୁ ୬୦ହଜାର ପର୍ଯ୍ୟନ୍ତ ମୁନାଫା କମାଇଥିଲେ । ସେପଟେ ଏଭଳି ୩୫ଟି ଭିଆଇପି ନମ୍ବର ଯେଉଁଥିରେ ଭୁବନେଶ୍ଵରର ୩ଜଣ ବ୍ୟକ୍ତି ରହିଥିବା ବେଳେ ବାକି ସମସ୍ତ ନମ୍ବର ଅନ୍ୟ ଜିଲ୍ଲା ଲୋକ ମାନଙ୍କର ହୋଇଥିବା ସୂଚନା ମିଳିଛି ।

ଫଳରେ ପୁର୍ବରୁ ବ୍ୟବହାର କରୁଥିବା ଲୋକର ହ୍ବାଟସଆପ ଠାରୁ ଆରମ୍ଭ କରି ଫୋନ ପେ' ଓ ବ୍ୟାଙ୍କର ଓଟିପି ଏହି ଜରିଆରେ ହାସଲ କରି ଟଙ୍କା ହଡପ ପାଇଁ ଯୋଜନା କରିଥିଲେ । ଏନେଇ କମିସନରେଟ ପୋଲିସରେ ଅଭିଯୋଗ ହେବା ପରେ ପୋଲିସ ଏହାର ପର୍ଦ୍ଦାଫାସ କରି ଦୁଇଜଣଙ୍କୁ ଗିରଫ କରିବା ସହ ଆଇପିସିର ଧାରା 19,420,424,379,468,471,34,ଆଇଟି ଆକ୍ଟ ର66 c ,66d ଅନୁସାରେ କୋର୍ଟ ଚାଲାଣ କରିଛି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.