ETV Bharat / city

କାମନା ପିଶାଚଙ୍କୁ ମୃତ୍ୟୁଦଣ୍ଡ, ନାବାଳିକାଙ୍କୁ ନ୍ୟାୟ ଦେଉଛି POCSO

ଆକ୍ସନ ମୋଡରେ ପୋକ୍ସୋ କୋର୍ଟ । 3 ମାସରେ 4ଟି ଫାଶୀଦଣ୍ଡ । ଜୁଲାଇ ୨୬ରୁ ଆଜି ସୁଦ୍ଧା ୪ ଜଣଙ୍କୁ ଶୁଣାଯାଇଛି ଫାଶୀ ଦଣ୍ଡାଦେଶ ।

ଡିଜାଇନ ଫଟୋ
author img

By

Published : Sep 19, 2019, 4:01 PM IST

Updated : Sep 19, 2019, 5:10 PM IST

ଭୁବନେଶ୍ବର: ଆକ୍ସନ ମୋଡରେ ପୋକ୍ସୋ କୋର୍ଟ । 3 ମାସରେ 4ଟି ଫାଶୀଦଣ୍ଡ । ଜୁଲାଇ ୨୬ରୁ ବର୍ତ୍ତମାନ ସୁଦ୍ଧା ୪ ଜଣଙ୍କୁ ଶୁଣାଯାଇଛି ଫାଶୀ ଦଣ୍ଡାଦେଶ ।

ଦୁଷ୍କର୍ମକାରୀଙ୍କୁ ମୁକ୍ତି ନାହିଁ

ଅନୁଗୋଳ, ମୟୂରଭଞ୍ଜ, ଜଗତସିଂହପୁର ଓ ସାଲେପୁରରେ ମିଳିଛି ମୃତ୍ୟୁ ଦଣ୍ଡାଦେଶ । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ 4 ଜଣ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେଇଛନ୍ତି କୋର୍ଟ । ପୋକ୍ସୋ ଆଇନ ବଳରେ ସମସ୍ତଙ୍କୁ ଦିଆଯାଇଛି ଦଣ୍ଡ ।

ଅନୁଗୋଳ କାଙ୍ଗୁଲରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ପ୍ରଥମେ ପୋକ୍ସୋ ଆଇନ ବଳରେ ଜୁଲାଇ ୨୬ରେ ଅନାମ ଦେହୁରୀକୁ ଫାଶୀଦଣ୍ଡ ହୋଇଥିଲା । ପରେ ମୟୂରଭଞ୍ଜ ବେତନଟୀରେ 9 ବର୍ଷର ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଯାମିନୀକାନ୍ତ ମହାନ୍ତକୁ ଅଗଷ୍ଟ ୨୮ରେ ଫାଶୀ ଦଣ୍ଡାଦେଶ ହୋଇଥିଲା । ଏଡିଜେ କୋର୍ଟ ଦୋଷୀକୁ ଫାଶୀଦଣ୍ଡ ଶୁଣାଇଥିଲେ ।

ସେହିପରି ଜଗତସିଂହପୁର ଏରସମାରେ ନାବାଳିକାକୁ ଦୁଷ୍କର୍ମ ଓ ହତ୍ୟା ଅପରାଧରେ ଅଭିଯୁକ୍ତକୁ ସେପ୍ଟେମ୍ବର ୧୦ରେ ଫାଶୀଦଣ୍ଡ ମିଳିଥିଲା । ପରେ ସେପ୍ଟେମ୍ବର 19 ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଫାଶୀ ଦଣ୍ଡ ଶୁଣାଇଛନ୍ତି କୋର୍ଟ । ସେପ୍ଟେମ୍ବର 18 ରେ ମହମ୍ମଦ ମୁସ୍ତାକ ଦୋଷୀ ସାବ୍ୟସ୍ତ ହୋଇଥିବାବେଳେ 19ରେ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରିଛନ୍ତି କୋର୍ଟ ।

ତେବେ ରାଜ୍ୟରେ ଦିନକୁ ଦିନ ନାବାଳିକା ଦୁଷ୍କର୍ମ ଓ ହତ୍ୟା ବଢୁଥିବାବେଳେ ପୋକ୍ସୋ କୋର୍ଟର କଠୋର ଦଣ୍ଡ ଅପରାଧକୁ କମାଇବ ବୋଲି ଆଶା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK

Conclusion:
Last Updated : Sep 19, 2019, 5:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.