ETV Bharat / city

ଧରମପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ - PM to inaugurate various projects of Shrimad Rajchandra Mission Dharampur Gujurat

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଆସନ୍ତାକାଲି (ଗୁରୁବାର) ଅପରାହ୍ନ ୪.୩୦ ରେ ଭିଡିଓ କନଫରେନ୍ସି ଯୋଗେ ଗୁଜୁରାଟର ଭାଲସାଦ ଜିଲ୍ଲାର ଧରମପୁରର ଶ୍ରୀମଦ ରାଜଚନ୍ଦ୍ର ମିଶନ (Shrimad Rajchandra Mission, Dharampur in Valsad district, Gujarat ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଅଧିକ ପଢନ୍ତୁ

Etv Bଧରମପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀharat

author img

By

Published : Aug 3, 2022, 10:38 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (Prime Minister Narendra Modi ) ଆସନ୍ତାକାଲି (ଗୁରୁବାର) ଅପରାହ୍ନ ୪.୩୦ ରେ ଭିଡିଓ କନଫରେନ୍ସି ଯୋଗେ ଗୁଜୁରାଟର ଭାଲସାଦ ଜିଲ୍ଲାର ଧରମପୁରର ଶ୍ରୀମଦ ରାଜଚନ୍ଦ୍ର ମିଶନ (Shrimad Rajchandra Mission, Dharampur in Valsad district, Gujarat ର ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।

ପ୍ରଧାନମନ୍ତ୍ରୀ ଭାଲସାଦର ଧରମପୁରରେ ଶ୍ରୀମଦ ରାଜଚନ୍ଦ୍ର ଡାକ୍ତରଖାନାର ଉଦଘାଟନ କରିବେ । ସମଗ୍ର ପ୍ରକଳ୍ପର ମୂଲ୍ୟ ପ୍ରାୟ ୨୦୦ କୋଟି ଟଙ୍କା । ଏହା ଏକ ୨୫୦ ଶଯ୍ୟା ବିଶିଷ୍ଟ ମଲ୍ଟି ସ୍ପେଶିଆଲିଟି ଡାକ୍ତରଖାନା ଯାହାକି ଅତ୍ୟାଧୁନିକ ଚିକିତ୍ସା ଭିତ୍ତିଭୂମି ସହିତ ବିଶ୍ୱ ସ୍ତରର ଚିକିତ୍ସା ସୁବିଧା ବିଶେଷ ଭାବରେ ଦକ୍ଷିଣ ଗୁଜୁରାଟ ଅଞ୍ଚଳର ଲୋକଙ୍କୁ ଯୋଗାଇବ ।

ସେହିପରି ପ୍ରଧାନମନ୍ତ୍ରୀ ଶ୍ରୀମଦ ରାଜଚନ୍ଦ୍ର ପ୍ରାଣୀ ଚିକିତ୍ସାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରାୟ ୭୦ କୋଟି ଟଙ୍କା ବ୍ୟୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ର୍ନିମାଣ କରାଯିବ । ଏହା ଡାକ୍ତରଖାନା ଅତ୍ୟାଧୁନିକ ଚିକିତ୍ସା ସୁବିଧା ଏବଂ ଉତ୍ସର୍ଗୀକୃତ ପ୍ରାଣୀ ଚିକିତ୍ସକ ଦଳ ଏବଂ ଅନ୍ୟାନ୍ୟ କର୍ମଚାରୀ ସହିତ ସଜ୍ଜିତ ହେବ । ପଶୁମାନଙ୍କର ଯତ୍ନ ଏବଂ ରକ୍ଷଣାବେକ୍ଷଣ ପାଇଁ ପାରମ୍ପାରିକ ଔଷଧ ସହିତ ଡାକ୍ତରଖାନା ସାମଗ୍ରିକ ଚିକିତ୍ସା ସେବା ଯୋଗାଇବ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ମହିଳାମାନଙ୍କ ପାଇଁ ଶ୍ରୀମଦ ରାଜଚନ୍ଦ୍ର ଉତ୍କର୍ଷ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏହା ପ୍ରାୟ ୪୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବ । ଏଥିରେ ମନୋରଞ୍ଜନ ପାଇଁ ସୁବିଧା, ଆତ୍ମ-ବିକାଶ ଅଧିବେଶନ ପାଇଁ ଶ୍ରେଣୀଗୃହ, ବିଶ୍ରାମ ସ୍ଥାନ ଆଦି ରହିବ । ଏହା ୭୦୦ରୁ ଅଧିକ ଆଦିବାସୀ ମହିଳାଙ୍କୁ ନିୟୋଜିତ କରିବ ଏବଂ ପରବର୍ତ୍ତୀ ସମୟରେ ହଜାର ହଜାର ଲୋକଙ୍କୁ ଜୀବିକା ଯୋଗାଇବ ।

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.