ଭୁବନେଶ୍ବର: ତୃତୀୟ ସାମୁଖ୍ୟ ଗଠନ ନେଇ 37ଟି ରାଜନୈତିକ ଦଳ ମୁଖ୍ୟଙ୍କୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ସଭାପତି ଏମକେ ଷ୍ଟାଲିନ ଚିଠି ଲେଖିବା ପ୍ରସଙ୍ଗରେ ବିଜେପିର ପ୍ରତିକ୍ରିୟା । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର କହିଛନ୍ତି, ଭାରତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଏକ ବେଦାଗ ଚରିତ୍ରର ସରକାର ଆସିଛି ।
ଦୁର୍ନୀତି ଓ ଭ୍ରଷ୍ଟାଚାରରୁ ଉର୍ଦ୍ଧ୍ବରେ ରହିଛି ମୋଦି ସରକାର । ତେଣୁ ଯେଉଁମାନେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ମୁଖ୍ୟ ଆୟୁଦ୍ଧ କରିଥିଲେ ସେମାନେ ଆହତ ହୋଇଛନ୍ତି । ସେମାନେ ପୁଣି ଦେଶର ସମ୍ପତ୍ତିକୁ ଲୁଟ କରିବା ପାଇଁ ଯୋଜନା କରୁଛନ୍ତି । ହେଲେ ଏହା କେବେ ବି ସଫଳ ହେବନାହିଁ । ଦେଶରେ ବିକାଶ ହେଉଥିବା ବେଳେ ନକାରାତ୍ମକ ଚିନ୍ତାଧରା ନେଇ କୌଣସି ଗଠବନ୍ଧନ ତିଷ୍ଠିବ ନାହିଁ ।
ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ