ETV Bharat / city

+2 EXAM: ରାତି ପାହିଲେ ପ୍ରାକ୍ଟିକାଲ ପରୀକ୍ଷା, ଆସିବେନି ଏକ୍ସଟରନାଲ - ରାତି ପାହିଲେ ପରୀକ୍ଷା ଦେବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ

ରାତି ପାହିଲେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଚଳିତ ଥର ଏକ୍ସଟରନାଲ ଆସୁନଥିବା ବେଳେ ପରୀକ୍ଷା କରାଇବେ ସମ୍ପୃକ୍ତ କଲେଜର ଅଧ୍ୟାପକ । ଅଧିକ ପଢନ୍ତୁ

PLUS TWO EXAM: ରାତି ପାହିଲେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ, ଆସିବେନି ଏକ୍ସଟରନାଲ

author img

By

Published : Apr 3, 2022, 7:27 PM IST

ଭୁବନେଶ୍ବର: ରାତି ପାହିଲେ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା । ଏନେଇ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ ରହିଛି । କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା । ଆସନ୍ତକାଲି ଠାରୁ ଆରମ୍ଭ କରି 12 ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାକ୍ଟିକାଲ ପରୀକ୍ଷା । ପ୍ରାକ୍ଟିକାଲ ପରୀକ୍ଷା ପାଇଁ କେନ୍ଦ୍ରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ବିଜେବି କଲେଜର ଅଧ୍ୟକ୍ଷ ରଞ୍ଜନ ବଳ ।

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆସନ୍ତାକାଲି ଠାରୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେଉଛି । ଅନ୍ୟପଟେ ମେ 28 ତାରିଖରୁ ଆରମ୍ଭ ଯୁକ୍ତ ଦୁଇ ଥିଓରୀ ପେପର । କିନ୍ତୁ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଆଡମିଟ କାର୍ଡ ଦିଆସାରିଥିବା ବେଳେ ପରୀକ୍ଷା ପାଇଁ ପ୍ରଶ୍ନ ପତ୍ର କଲେଜକୁ ଆସିଯାଇଛି । ବିଜେବି କଲେଜର ପ୍ରିନ୍ସିପାଲ ରଞ୍ଜନ ବଳ କହିଛନ୍ତି ଯେ ପ୍ରାକ୍ଟିକାଲ ପରୀକ୍ଷା ପାଇଁ କେନ୍ଦ୍ରରେ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି । ବିଜେବି କଲେଜରେ ଅଧିକ ଛାତ୍ରଛାତ୍ରୀ ଥିବାରୁ ଦୁଇଟି ସିଟିଂରେ ପରୀକ୍ଷା କରାଯିବ ।

ସକାଳ 8 ଟା ରୁ 11 ଟା ପର୍ଯ୍ୟନ୍ତ ଏବଂ ଦ୍ବିତୀୟ ସିଟିଂରେ 12 ଟାରୁ 3 ଟା ପର୍ଯ୍ୟନ୍ତ ପରୀକ୍ଷା କରାଯିବ। ଏନେଇ ସମସ୍ତ ପ୍ରକାରର ପ୍ରସ୍ତୁତ ରହିଥିବା ବେଳେ ଆସନ୍ତକାଲିଠାରୁ ଆରମ୍ଭ ହୋଇ 12 ତାରିଖ ପର୍ଯ୍ୟନ୍ତ କଲେଜରେ ପ୍ରାକ୍ଟିକାଲ ପରୀକ୍ଷା କରାଯିବ। ପ୍ରାକ୍ଟିକାଲ ପାଇଁ ଏକ୍ସଟରନାଲ ଆସିବେନି । ସମ୍ପୃକ୍ତ କଲେଜର ଅଧ୍ୟାପକ ହିଁ ପ୍ରାକ୍ଟିକାଲ କରାଇବେ । ପ୍ରାକ୍ଟିକାଲ ପରୀକ୍ଷା ପାଇଁ କଲେଜରେ 8 ଟି ଗ୍ରୁପ କରାଯାଇଛି । ପରୀକ୍ଷାକୁ ନେଇ ପରୀକ୍ଷା କେନ୍ଦ୍ରରେ ସିସିଟିଭି କାର୍ଯ୍ୟକ୍ଷମ କରାଯାଇଛି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.