ETV Bharat / city

ହାଇସ୍କୁଲରେ ପାଠ ପଢ଼ିବେ ଯୁକ୍ତ ୨ ପିଲା, ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା - ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲରେ ଖୋଲିବ ଏକାଦଶ

ହାଇସ୍କୁଲରେ ଖୋଲିବ ଯୁକ୍ତ ଦୁଇ । 2023-24 ଶିକ୍ଷା ବର୍ଷରୁ ପ୍ରଥମ ପର୍ଯ୍ୟାୟରେ 40 ଟି ସ୍କୁଲରେ ଏକାଦଶ ଖୋଲିବ । ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିଛି । ଏକାଦଶ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା । ଅଧିକ ପଢନ୍ତୁ

ହାଇସ୍କୁଲରେ ପାଠ ପଢ଼ିବେ ଯୁକ୍ତ ୨ ପିଲା, ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା

author img

By

Published : Sep 26, 2022, 10:13 PM IST

ଭୁବନେଶ୍ବର: ହାଇସ୍କୁଲରେ ପଢିବେ ଯୁକ୍ତ ଦୁଇ ପିଲା । ଆସନ୍ତା ବର୍ଷରୁ ଆରମ୍ଭ ହେବ ଏକାଦଶ ପାଠପଢା । 2023-24 ଶିକ୍ଷା ବର୍ଷରୁ ପ୍ରଥମ ପର୍ଯ୍ୟାୟରେ 40ଟି ସ୍କୁଲରେ ଖୋଲିବ ଏକାଦଶ । ଏକାଦଶ ପାଇଁ ସ୍ଵତନ୍ତ୍ର ଶିକ୍ଷକ ନିଯୁକ୍ତି ହେବେ । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି ।

ହାଇସ୍କୁଲରେ ପାଠ ପଢ଼ିବେ ଯୁକ୍ତ ୨ ପିଲା, ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ପାଠପଢ଼ା

ସୂଚନା ଅନୁଯାୟୀ, ଯେଉଁ ପିଲାମାନେ ଠିକ ସମୟ ମଧ୍ୟରେ ସ୍କୁଲ ଓ କଲେଜରେ ପହଞ୍ଚି ପାରୁନାହାନ୍ତି । ଏଥିସହ ଅନେକ ସ୍ଥାନରେ କଲେଜରେ ପହଞ୍ଚିବାକୁ ହେଲେ ଅନେକ ସମସ୍ୟା ଓ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ଯେ ପିଲାମାନେ ପାଠ ପଢିବାକୁ ସୁଯୋଗ ପାଆନ୍ତୁ । ଯେଉଁ ଅଞ୍ଚଳରେ ହାଇସ୍କୁଲ ଠାରୁ କଲେଜ ଅନେକ ଦୂରତାରେ ରହିଛି ସେହି ଅଞ୍ଚଳରେ ସ୍କୁଲ ସହିତ କଲେଜ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି, " 5T ରୂପାନ୍ତରୀକରଣ ପରେ ସ୍କୁଲଗୁଡିକରେ ଭିତ୍ତିଭୂମିର ଅନେକ ପରିବର୍ତ୍ତନ ହୋଇଛି । ଯେଉଁ ଅଞ୍ଚଳର ସ୍କୁଲ ଠାରୁ କଲେଜ ଦୂରରେ ରହିଛି ସେସବୁ ଅଞ୍ଚଳର ପିଲାଙ୍କ ଅସୁବିଧା ଏବଂ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ସରକାର କେତେକ ସ୍କୁଲରେ ଏକଦଶ ଶ୍ରେଣୀ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ଶିକ୍ଷାବର୍ଷରୁ 40ଟି ସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ । ପ୍ରଥମ ପର୍ଯ୍ୟାୟରେ 40ଟି ସ୍କୁଲରେ ଖୋଲିବ ଏବଂ ପରବର୍ତ୍ତି ସମୟରେ ଶହେଟି ପର୍ଯ୍ୟନ୍ତ ସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିଯିବାର ଯୋଜନା ରହିଛି । ତେବେ ଏହିସବୁ ବିଦ୍ୟାଳୟ ନିମନ୍ତେ ସ୍ବତନ୍ତ୍ର ଭାବେ ଶିକ୍ଷକ ନିଯୁକ୍ତ କରାଯିବ । ସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିବା ପୂର୍ବରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଶେଷହେବ । ଏଥିନିମନ୍ତେ ଏବଠାରୁ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଯାହା ଦ୍ଵାରା ଶିକ୍ଷକ ସମସ୍ୟା ରହିବ ନାହିଁ । "

ଏପରି ଅନେକ ପିଲା ଅଛନ୍ତି ଯେଉଁମାନଙ୍କ ଘରଠାରୁ କଲେଜ ଦୂରରେ ରହିଥିବାରୁ କଲେଜରେ ପାଠ ପଢି ପାରୁନାହାନ୍ତି । ଦୂରତା ଦୃଷ୍ଟିରୁ ଅନେକ ପିଲାଙ୍କ ପାଠପଢାରେ ବାଧା ସୃଷ୍ଟି ହେଉଛି । ସ୍କୁଲରେ ଏକାଦଶ ଶ୍ରେଣୀ ଖୋଲିଲେ ସେହି ପିଲାଙ୍କ ପାଇଁ ସୁବିଧା ହୋଇପାରିବ । ଯେଉଁ ସ୍କୁଲ ଗୁଡିକରେ ହାଇସ୍କୁଲ ଅଛି ସେହି ସ୍କୁଲ ଗୁଡିକରେ ପର୍ଯ୍ୟାୟକ୍ରମେ ଏକାଦଶ ଶ୍ରେଣୀ ଖୋଲିବା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି ଶିକ୍ଷା ବିଭାଗୀୟ ଅଧିକାରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.