ଭୁବନେଶ୍ବର: ପ୍ରକାଶ ପାଇଛି ଯୁକ୍ତ ଦୁଇ ଦ୍ବିତୀୟ କଟ ଅଫ ମାର୍କ ତାଲିକା। ବିଜ୍ଞାନରେ ରେଭେନ୍ସା କଲେଜ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହାର କଟ ଅଫ ମାର୍କ 86.33 ପ୍ରତିଶତ ରହିଛି। ସେହିପରି ବାଣିଜ୍ୟରେ ଯାଜପୁର କଲେଜରେ 79.67 ପ୍ରତିଶତ କଟ ଅଫ ମାର୍କ ରହିଥିବା ବେଳେ କଳାରେ କଟ ଅଫ ମାର୍କ 70 ପ୍ରତିଶତ ସହ ବିଜେବି କଲେଜ ରହିଛି ପ୍ରଥମ ସ୍ଥାନରେ ।
ମୋଟ 35 ହଜାର 591 ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି । ଏମାନଙ୍କ ମଧ୍ୟରୁ କଳାରେ 28 ହଜାର 181, ବାଣିଜ୍ୟରେ 2 ହଜାର 64, ବିଜ୍ଞାନରେ 4 ହଜାର 606 , ଧନ୍ଦାମୂଳକ ଶିକ୍ଷାରେ 371 ଓ ସଂସ୍କୃତରେ 369 ଜଣ ଛାତ୍ରଛାତ୍ରୀଙ୍କ ଚୟନ ହୋଇଛି। ତେବେ ଏମାନଙ୍କ ମଧ୍ୟରୁ 17 ହଜାର 806 ଜଣ ଛାତ୍ର ରହିଥିବା ବେଳେ ଛାତ୍ରୀ ଅଛନ୍ତି 17 ହଜାର 783 ଜଣ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ