ETV Bharat / city

ଜୁନ 2ରୁ ଯୁକ୍ତଦୁଇ ମୂଲ୍ୟାୟନ ଆରମ୍ଭ, ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା - ଯୁକ୍ତ ଦୁଇ ଖାତା ମୂଲ୍ୟାୟନ

ଜୁନ 2 ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ 2ରୁ ଜୁନ 12 ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ 13 ରୁ ଜୁନ 22 ଭିତରେ ଖାତା ଦେଖା ଶେଷ ହେବ । ଅଧିକ ପଢନ୍ତୁ

ଜୁନ 2ରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ:ଦୁଇଟି ପର୍ଯ୍ୟାୟରେ ହେବ ଖାତାଦେଖା

author img

By

Published : May 28, 2022, 2:12 PM IST

ଭୁବନେଶ୍ବର: ଜୁନ 2 ତାରିଖରୁ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ଆରମ୍ଭ ହେବ । ଦୁଇଟି ପର୍ଯ୍ୟାୟରେ ହେବ ଖାତା ଦେଖା । ପ୍ରଥମ ପର୍ଯ୍ୟାୟରେ ଜୁନ 2ରୁ ଜୁନ 12 ଏବଂ ଦ୍ବିତୀୟ ପର୍ଯ୍ୟାୟରେ ଜୁନ 13 ରୁ ଜୁନ 22 ଭିତରେ ଖାତା ଦେଖା ଶେଷ ହେବ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିବା ବିଷୟ ଗୁଡ଼ିକର ମୂଲ୍ୟାୟନ ପ୍ରଥମେ ଆରମ୍ଭ କରାଯିବ । ପରୀକ୍ଷା ସରିବା ପରେ ସମସ୍ତ ବିଷୟର ଖାତା ଗୁଡ଼ିକର ମୂଲ୍ୟାୟନ କରାଯିବ ।

ସମ୍ପୂର୍ଣ୍ଣ ବିଷୟଗୁଡ଼ିକର ମୂଲ୍ୟାୟନ ଲାଗି 24 ରୁ 26 ଦିନ ଲାଗିବ । ଅର୍ଥାତ୍‌ ଜୁନ୍‌ 20 ଭିତରେ ଖାତା ଦେଖା ସାରିବାକୁ ଲକ୍ଷ୍ୟ ରଖାଯାଇଥିଲା। ଫଳରେ ପରବର୍ତ୍ତୀ ସମୟରେ ମୂଲ୍ୟାୟନର ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଜୁଲାଇ ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ପରୀକ୍ଷା ଫଳ ପ୍ରକାଶ କରିବାକୁ ପରିଷଦ ଲକ୍ଷ୍ୟ ରଖିଛି।

ପ୍ରତିବର୍ଷ ପରି ଏଥର ମଧ୍ୟ ବିଜ୍ଞାନ ଓ ବାଣିଜ୍ୟର ସମସ୍ତ ଉତ୍ତର ଖାତା ଇ-ମୂଲ୍ୟାୟନ କରାଯିବ । ପରିଷଦର 4 ଟି ଜୋନ ଯଥା ବ୍ରହ୍ମପୁର, ସମ୍ବଲପୁର, ବାରିପଦା ଓ ସେଣ୍ଟ୍ରାଲ ଜୋନରେ 37 ରୁ ଅଧିକ ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର କରିବାକୁ ନିଷ୍ପତ୍ତି ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.