ଭୁବନେଶ୍ବର: ବିଏମସି ପକ୍ଷରୁ କୋରୋନା ସଂକ୍ରମଣକୁ ନିୟନ୍ତ୍ରଣ ପାଇଁ ନିଆଯାଉଛି ଅନେକ ଗୁଡିଏ ପଦକ୍ଷେପ । ହଷ୍ଟେଲ, ସ୍କୁଲ, ମଲ ଗୁଡିକରେ ଏନଫୋର୍ସମେଣ୍ଟ ପ୍ରତିଦିନ ଜାରି ରହିଛି । ଆଜିଠାରୁ(ବୁଧବାର) ୧୦ ଦିନିଆ ଏନଫୋର୍ସମେଣ୍ଟ ଡ୍ରାଇଭ ଆରମ୍ଭ ହୋଇଛି । ପୂର୍ବରୁ ବିଏମସି ଏକୁଟିଆ ଏନଫୋର୍ସମେଣ୍ଟ କରୁଥିଲା ଆଉ ଏବେ କମିଶନରେଟ ପୋଲିସ ସହ ମିଶି ଏନଫୋର୍ସମେଣ୍ଟ କରାଯିବ । ବିଏମସି ଅନ୍ତର୍ଭୁକ୍ତ ଅଞ୍ଚଳରେ ପ୍ରତିଦିନ ୧୦ ହଜାର ଲୋକଙ୍କୁ ଭ୍ୟାକ୍ସିନ ଦିଆଯାଉଛି । ଯେଉଁ ସ୍ଥାନରେ କୋରୋନା ପଜିଟିଭ ବାହାରୁଛି ସେ ସ୍ଥାନକୁ ସାନିଟାଇଜ କରାଯାଉଛି ବୋଲି କହିଛନ୍ତି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ବିଏମସି ଅନ୍ତର୍ଭୁକ୍ତ ଅଞ୍ଚଳ ପାଇଁ କୋଭାକ୍ସିନ ଯଥେଷ୍ଟ ପରିମାଣରେ ମହଜୁଦ ରହିଛି ।
ଭୁବନେଶ୍ବର ରେଳ ଷ୍ଟେସନରେ ଆମକୁ କମ ସହଯୋଗ ମିଳୁଛି । ଯାହାକୁ ନେଇ ରେଲୱେ ଷ୍ଟେସନ ମାଷ୍ଟର ଏବଂ ଅନ୍ୟମାନଙ୍କ ସହ ଆଲୋଚନା ଜାରି ରହିଛି । ବିଗତ ୭ ଦିନରେ ବିଭିନ୍ନ ସ୍ଥାନରେ ରେଡ କରାଯାଇଛି ଏବଂ ଫାଇନ ମଧ୍ୟ ଆଦାୟ ହୋଇଛି । ଆଉ ୨ ଦିନ ମଧ୍ୟରେ ଆମର ହସ୍ପିଟାଲରେ ବେଡ ସଂଖ୍ୟା ବଢାଯିବ ସେନେଇ ନିଷ୍ପତ୍ତି ମଧ୍ୟ ହୋଇଥିବା କହିଛନ୍ତି କମିଶନର ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ