ETV Bharat / city

'ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଲେ ଅଧିକ ପ୍ଲେଟଲେଟ ଆବଶ୍ୟକ'

author img

By

Published : Aug 2, 2021, 7:35 PM IST

ରାଜ୍ୟରେ ଯେତେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବ ସେତେ ଅଧିକ ପ୍ଲେଟଲେଟ ଆବଶ୍ୟକ ପଡିବ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ । ସେନେଇ ପ୍ରତିକ୍ରିୟା ରଖିଛନ୍ତି DMET । ଅଧିକ ପଢନ୍ତୁ...

'ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଲେ ଅଧିକ ପ୍ଲେଟଲେଟ ଆବଶ୍ୟକ'
'ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଲେ ଅଧିକ ପ୍ଲେଟଲେଟ ଆବଶ୍ୟକ'

ଭୁବନେଶ୍ବର: ରାଜ୍ୟରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି । ଭୁବନେଶ୍ବରରେ ଡେଙ୍ଗୁ ସଂକ୍ରମଣ ଏବେ ଅଣାୟତ ହେବାରେ ଲାଗିଛି । ଫଳରେ ପ୍ଲେଟଲେଟର ଆବଶ୍ୟକତା ମଧ୍ୟ ବୃଦ୍ଧି ପାଉଛି। ଅଧିକରୁ ଅଧିକ ରକ୍ତ ଦେଲେ ପ୍ଲେଟଲେଟର ଅଭାବ ଦୂର ହେବ ବୋଲି କହିଛନ୍ତି ଡିଏମଇଟି ସିବିକେ ମହାନ୍ତି ।

ପ୍ଲେଟଲେଟ ନିଅଣ୍ଟ ପ୍ରସଙ୍ଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି DMET । ପ୍ଲେଟଲେଟ କୌଣସି ଫ୍ୟାକ୍ଟ୍ରିରେ ତିଆରି ହେଉନାହିଁ। ଏହାକୁ ମଣିଷମାନେ ଦେଉଛନ୍ତି। ଏଣୁ ଯେତେ ଅଧିକ ଲୋକ ରକ୍ତଦାନ କରିବେ ସେହି ଅନୁସାରେ ପ୍ଲେଟଲେଟ ଅଭାବ ଦୂର ଦେବ। ଏଥିପାଇଁ ରକ୍ତ ଦାନ କରିବାକୁ ଆଗେଇ ଆସିବା ପାଇଁ ଲୋକମାନଙ୍କୁ କହିଛନ୍ତି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ପ୍ରତିଦିନ କ୍ୟାପିଟାଲ ହସ୍ପିଟାଲରେ 10ରୁ 15 ଜଣ ରୋଗୀଙ୍କୁ ପ୍ଲେଟଲେଟର ଆବଶ୍ୟକତା ହେଉଛି ।

ଯଦି ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକ ବଢେ ତେବେ ଅଧିକ ପ୍ଲେଟଲେଟ ଆବଶ୍ୟକତା ପଡିବ। ସେଥିପାଇଁ ରାଜ୍ୟ ସରକାର ଜୀବନବିନ୍ଦୁ ସମେତ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ବ୍ଲଡ଼ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଉଛି ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.