ଭୁବନେଶ୍ବର: ବାତ୍ୟା ‘ଫନି’ ପରଠୁ ସବୁଜିମା ହରାଇଛି ସ୍ମାର୍ଟ ସିଟି ଭୁବନେଶ୍ବର । ତେଣୁ ଏହାକୁ ଫେରାଇବା ଲାଗି ଲାଗି ପଡିଛନ୍ତି ରାଜଧାନୀବାସୀ । ଭୁବନେଶ୍ବର କିପରି ସବୁଜ ସୁନ୍ଦର ଦେଖାଯିବ ସେନେଇ ସ୍ପର୍ଶ ହସ୍ପିଟାଲ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରିଛି ।
‘ଫନି’ ରେ ରାଜଧାନୀରେ ଅନେକ ବୃକ୍ଷ ଭାଙ୍ଗି ନଷ୍ଟ ହୋଇ ଯାଇଛି । ଫଳରେ ପରିଶେଷ ନଷ୍ଟ ହେଉଛି । ଏ ସବୁ ଜିନିଷକୁ ଦୃଷ୍ଟିରେ ରଖି ଭୁବନେଶ୍ବର ସ୍ପର୍ଶ ହସ୍ପିଟାଲ ଓ ମାଆ ଖଣ୍ଡୁଆଳି ଉଠା ବ୍ୟବସାୟୀ ସଙ୍ଘ ତରଫରୁ ସହିଦ ନଗରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସ୍ପର୍ଶ ହସ୍ପିଟାଲର ସମସ୍ତ କର୍ମଚାରୀ ସହ ମାଆ ଖଣ୍ଡୁଆଳି ଉଠା ବ୍ୟବସାୟୀ ସଙ୍ଘର ବ୍ୟକ୍ତି ବୃନ୍ଦ ଯୋଗ ଦେଇଥିଲେ । ଆଗାମୀ ଦିନରେ ଏଭଳି 500 କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସ୍ପର୍ଶ ହସ୍ପିଟାଲ ତରଫରୁ ସୂଚନା ମିଳିଛି ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ