ETV Bharat / city

ରଥଯାତ୍ରାରେ ଛାଡ ହେବନି ପିପିଲି ଟୋଲଫି’ - fee

ରଥଯାତ୍ରା ପାଇଁ ପିପିଲି ଟୋଲ ଗେଟକୁ ଦେୟ ମୁକ୍ତ କରିବାକୁ ସରକାର ଏନଏଚଏଆଇକୁ ଅନୁରୋଧ କରିଥିଲେ । ତେବେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ ।

ଫାଇଲ ଫଟୋ
author img

By

Published : Jul 3, 2019, 11:35 PM IST

ଭୁବନେଶ୍ବର: ସରକାରଙ୍କ ଅନୁରୋଧକୁ ଏନଏଚଏଆଇ( ନ୍ୟାସନାଲ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ) କର୍ତ୍ତୃପକ୍ଷ ଅଗ୍ରାହ୍ୟ କରିଛନ୍ତି । ରଥଯାତ୍ରା ପାଇଁ ପିପିଲି ଟୋଲ ଗେଟକୁ ଦେୟ ମୁକ୍ତ କରିବାକୁ ସରକାର ଏନଏଚଏଆଇକୁ ଅନୁରୋଧ କରିଥିଲେ । ତେବେ ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି ଏନଏଚଏଆଇ କର୍ତ୍ତୃପକ୍ଷ ।

ଏପରି ଦିନ ମାନଙ୍କରେ ଟୋଲ ଫି ଆଦାୟକୁ ବନ୍ଦ କରିବାକୁ ଟୋଲ ଫି ରୁଲ୍‌ରେ ନଥିବା ଦର୍ଶାଇ ମନା କରିଦେଇଛନ୍ତି କର୍ତ୍ତୃପକ୍ଷ । ଏହା ସହ 2015 ମସିହାରୁ ଟୋଲ ଆଦାୟ କରାଯାଉଥିଲେ ମଧ୍ୟ ଏପରି କୌଣସି ବର୍ଷ ହୋଇନଥିବା କର୍ତ୍ତୃପକ୍ଷ ପୂର୍ତ୍ତ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି । ଫଳରେ ରଥଯାତ୍ରା, ବାହୁଡାଯାତ୍ରା ଓ ସୁନାବେଶ ଦିନ ପିପିଲି ଟୋଲ ଗେଟ୍‌ରେ ଦେୟ ମୁକ୍ତ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ପୂର୍ବରୁ ରଥଯାତ୍ରା ପାଇଁ ଜୁନ୍‌ 28ରେ ବସିଥିବା ଶେଷ ସମନ୍ବୟ ବୈଠକରେ ଶ୍ରୀଗୁଣ୍ଡିଚା, ବାହୁଡାଯାତ୍ରା ଓ ସୁନାବେଶରେ ଟୋଲ ଫି ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଏହାକୁ କାର୍ଯ୍ୟକାରୀ କରିବାକୁ ଏନଏଚଏଆଇ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରାଯାଇଥିଲା ।

ଭୁବନେଶ୍ବରରୁ ଅଜିତ୍‌ ଦାଶ, ଇଟିଭି ଭାରତ

Intro:ଓଡିଶା କଂଗ୍ରେସରେ ହେବ କି ପରିବର୍ତ୍ତନ ? ପିସିସି ସଭାପତି ପଦରୁ ଇସ୍ତଫା ଦେବା ପରେ ଦିଲ୍ଲୀରେ ଡେରା ପକାଇଛନ୍ତି ନିରଂଜନ ପଟ୍ଟନାୟକ। ଦଳର ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଭେଟିଛନ୍ତି ନିରଞ୍ଜନ। ମିଳିଥିବା ସୂଚନା ମୁତାବକ ନିରଞ୍ଜନଙ୍କୁ ସଭାପତି ଭାବେ ବସାଇବାକୁ କିଛି ନେତା ଲବି କରୁଛନ୍ତି। ଏପରିକି ଓଡିଶା ପ୍ରଭାରୀ ମଧ୍ୟ ନିରଂଜନଙ୍କ ସପକ୍ଷରେ ରହିଛନ୍ତି। ହେଲେ ରାହୁଲ ଗାନ୍ଧୀ କିନ୍ତୁ ଆମୂଳଚୂଳ ପରିବର୍ତ୍ତନ ସପକ୍ଷରେ ରହିଛନ୍ତି। ଯଦିଓ ସେ ତାଙ୍କ ପଦବୀକୁ ଫେରିବାକୁ ଆଣିଛୁକ ତେବେ ଦଳକୁ ସୁଦୃଢ କରିବାକୁ ହ୍ରଲେ ନୂଆ ଯୁବ ଟିମ ସପକ୍ଷରେ ସେ ରହିଛନ୍ତି।

Body:ଏପଟେ ଓଡ଼ିଶାର ନେତା ମାନେ ଏଆଇସିସି ନିଷ୍ପତ୍ତି କୁ ଅପେକ୍ଷା କରି ରହିଛନ୍ତି। ଅନେକ କର୍ମୀ ଓ ନେତା ବି ଆଶା ଆଶଙ୍କାରେ। କାହିଁକି ନା ଦଳ କିଭଳି ଆଗକୁ ଯିବା କାହାକୁ ନେଇ ଆଗକୁ ଯିବା ତାକୁ ନରି ସମସ୍ତେ ଦ୍ଵନ୍ଦରେ। ଆଗକୁ ଦୁଇ ଦୁଇଟି ଉପନିର୍ବାଚନ। ପୌର ନିର୍ବାଚନ ବି ମୁଣ୍ଡ ଉପରେ। ଏଭଳି ସମୟରେ ଦଳ ସବୁକିଛି ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀଙ୍କ ଉପରେ ଛାଫି ଦେଇଛି।
ବାଇଟ ତାରା ପ୍ରସାଦ ବାହିନୀପତି, କଂଗ୍ରେସ ନେତା
ବାଇଟ ସୁର ରାଉତରାୟ, କଂଗ୍ରେସ ବିଧାୟକ
ବାଇଟ ସନ୍ତୋଷ ସିଂ ସାଲୁଜ କଂଗ୍ରେସ ବିଧାୟକ

Conclusion:ନିର୍ବାଚନ ରେ କଂଗ୍ରେସର ବିପର୍ଯ୍ୟୟ ପରଠୁ ଦଳ ପୁରା ନୀରବ। ନେତା ବି ଘରୁ ବାହାରି ନାହାନ୍ତି। ଏଆଇସିସି ନିଷ୍ପତ୍ତିକୁ ସମସ୍ତେ ଚଟକ ପରି ଚାହିଁ ରହିଛନ୍ତି।
ଭୁବନେଶ୍ୱର ରୁ ଜ୍ଞାନାଦର୍ଶୀ ସାହୁ, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.