ETV Bharat / city

ଆସନ୍ତା ମେ 13ରେ ପିପିଲି ଉପ ନିର୍ବାଚନ

author img

By

Published : Apr 17, 2021, 8:12 PM IST

Updated : Apr 17, 2021, 9:06 PM IST

ଆସନ୍ତା ମେ 13ରେ ପିପିଲି ଉପ ନିର୍ବାଚନ
ଆସନ୍ତା ମେ 13ରେ ପିପିଲି ଉପ ନିର୍ବାଚନ

20:04 April 17

ଆସନ୍ତା ମେ 13ରେ ପିପିଲି ଉପ ନିର୍ବାଚନ

ଭୁବନେଶ୍ବର: ପିପିଲି ଉପ ନିର୍ବାଚନ ନେଇ ଶନିବାର ଘୋଷଣା ହୋଇଛି ସାନି ତାରିଖ । ମେ 13ରେ ଉପ ନିର୍ବାଚନ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ ଆୟୋଗ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି । ଆସନ୍ତା 19 ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ପ୍ରକ୍ରିୟାରେ ରୋକ ଲାଗିଥିଲା । ରିଟର୍ଣ୍ଣିଂ ଅଫିସରଙ୍କ ପାୱାର ବଳରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା । ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ଅନୁସାରେ 26 ଏପ୍ରିଲରେ ପ୍ରାର୍ଥୀ ପତ୍ର ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ । 27ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ସେହିପରି 29 ତାରିଖରେ ନାମାଙ୍କନ ପ୍ରତ୍ୟାହାର ଲାଗି ଧାର୍ଯ୍ୟ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ।

ନିର୍ବାଚନ କମିଶନ ତାରିଖ ଘୋଷଣା କରିବାର 7 ଦିନ ଭିତରେ ନୂଆ ନୋମିନେସନ ଫାଇଲ ହେବ । ଯେଉଁ ପ୍ରକ୍ରିୟା ପୂର୍ବରୁ ରହିଥିଲା, ସେହି ଅନୁସାରେ ନିର୍ବାଚନ ହେବ । କେବଳ କଂଗ୍ରେସ ନିଜର ଦଳୀୟ ପ୍ରାର୍ଥୀ ଦେବ । ଅତିକମରେ ନୂଆ କଂଗ୍ରେସ ପ୍ରାର୍ଥୀଙ୍କୁ ପ୍ରଚାର କରିବା ପାଇଁ 15 ଦିନ ସୁଯୋଗ ଦିଆଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ 

Last Updated : Apr 17, 2021, 9:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.