ETV Bharat / city

ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ

author img

By

Published : Mar 16, 2021, 5:00 PM IST

Updated : Mar 16, 2021, 6:42 PM IST

ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ
ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ

16:56 March 16

ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ

ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ
ଏପ୍ରିଲ 17ରେ ପିପିଲି ବିଧାନସଭା ଉପନିର୍ବାଚନ

ଭୁବନେଶ୍ବର: ବାଜିଲା ପିପିଲି ଉପନିର୍ବାଚନ ବିଗୁଲ ।  ଏପ୍ରିଲ 17ରେ ହେବ ପିପିଲି ବିଧାନସଭା ଉପନିର୍ବାଚନ । ପୁରୀ ଜିଲ୍ଲା ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ । ବିଜେଡିର ଦିବଙ୍ଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଛି ଏହି ଆସନ ।

ଉପନିର୍ବାଚନ ପାଇଁ ମାର୍ଚ୍ଚ 23ରେ ପ୍ରକାଶ ପାଇବ ବିଜ୍ଞପ୍ତି । ସେହିପରି ନାମାଙ୍କନପତ୍ର ଦାଖଲ ଶେଷ ତାରିଖ ମାର୍ଚ୍ଚ 30 ଓ ନାମାଙ୍କନ ପତ୍ର ପ୍ରତ୍ୟାହାର ଶେଷ ତାରିଖ ଏପ୍ରିଲ ୩ ରହିଛି । ମେ ୨ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।  

ସେପଟେ ପିପିଲିରେ ଉପ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ପିପିଲିରେ ରହିଛି ମୋଟ 273ଟି ବୁଥ । ତେବେ କୋରନା ମହାମାରୀକୁ ଦୃଷ୍ଟିରେ ଅତିରିକ୍ତ 75ଟି ସହାୟକ ବୁଥର ବ୍ୟବସ୍ଥା କରାଯାଇଛି । ପ୍ରତି ବୁଥରେ ହଜାରେ ଲେଖାଏଁ ଭୋଟର ଭୋଟ ଦେବା ଲାଗି ବ୍ୟବସ୍ଥା କରାଯାଇଛି । ସେହିପରି ପିପିଲିର ମୋଟ ଭୋଟର ସଂଖ୍ୟା ହେଉଛି 2 ଲକ୍ଷ 29 ହଜାର 903 । ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟର 1 ଲକ୍ଷ 19 ହଜାର 020 ଜଣ ଥିବାବେଳେ ମହିଳା ଭୋଟର ସଂଖ୍ୟା ହେଲା 110561 । ସେହିପରି ସର୍ଭିସ ଭୋଟର 320 ଥିବା ବେଳେ ତୃତୀୟ ଲିଙ୍ଗ ଭୋଟର ସଂଖ୍ୟା 2 ରହିଛି ।

ଭୁବେନଶ୍ବରରୁ ଭବାନୀ ଶଙ୍କର ଦାସଙ୍କ ସହ ତପନ ଦାସ, ଇଟିଭି ଭାରତ

Last Updated : Mar 16, 2021, 6:42 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.