ETV Bharat / city

Capital Hospital, ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ PGI ନାମଲେଖା

ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ 6 ଟି କ୍ଲିନିକାଲ ବିଭାଗରେ ପିଜିଆଇ ପାଠ୍ୟକ୍ରମ ନେଇ ଏନ୍‌ଏମ୍‌ସି (National Medical Commission ) ତଦାରଖ କରିଥିବାବେଳେ ଦୁଇଟି ବିଭାଗକୁ ନାମଲେଖା ପାଇଁ ଅନୁମୋଦନ କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Aug 23, 2022, 9:01 PM IST

PGI enrollment process may start from September in capital hospital bhubaneswar
ରାଜଧାନୀ ଚିକିତ୍ସାଳୟ, ସେପ୍ଟେମ୍ବରରୁ ଆରମ୍ଭ ହୋଇପାରେ ପିଜିଆଇ ନାମଲେଖା ପକ୍ରିୟା

ଭୁବନେଶ୍ବର: ପ୍ରତୀକ୍ଷାର ଅନ୍ତଃ ଘଟିଛି। ଶେଷରେ ରାଜଧାନୀ ଚିକିତ୍ସାଳୟରେ ପିଜିଆଇ ନାମଲେଖା ପାଇଁ ଦୁଇଟି ବିଭାଗକୁ ଏନଏମ୍‌ସି (National Medical Commission) ଅନୁମୋଦନ କରିଛନ୍ତି । ଯାହାଦ୍ବାରା ଆସନ୍ତା ସେପ୍ଟେମ୍ବରରେ ହେବାକୁ ଥିବା କାଉନସେଲିଂରେ ନାମଲେଖା ହୋଇ ପାଠ ପଢାଯିବା ହୋଇପାରେ ବୋଲି ଜଣାପଡିଛି। ଏନଏମ୍‌ସି ଅନୁମୋଦନ ପରେ ଏବେ ପିଜିଆଇ ପଥ ସମ୍ପୂର୍ଣ୍ଣ ପରିଷ୍କାର ହୋଇଛି।

ତେବେ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ପ୍ରାଥମିକ ପର୍ଯ୍ୟାୟରେ 6 ଟି କ୍ଲିନିକାଲ ବିଭାଗରେ ପିଜିଆଇ ପାଠ୍ୟକ୍ରମ ନେଇ ଏନ୍‌ଏମ୍‌ସି ତଦାରଖ କରିଥିବାବେଳେ ଦୁଇଟି ବିଭାଗକୁ ନାମଲେଖା ପାଇଁ ସବୁଜ ସଂକେତ ଦେଇଛନ୍ତି। ଭେଷଜ ବିଭାଗରେ 5 ଆସନ ଓ ଅସ୍ଥିଶଲ୍ୟ ବିଭାଗରେ 2 ଆସନ ପାଇଁ ନାମଲେଖା ହେବ। ଅନ୍ୟ ଚାରି ବିଭାଗ ଏମିତିକି ଶଲ୍ୟ, ସ୍ତ୍ରୀ ଓ ପ୍ରସୂତି ବିଭାଗ, ଶିଶୁ ବିଭାଗ ଏବଂ ଛାତି ବିଭାଗରେ ଆସନ୍ତା ସପ୍ତାହ ମଧ୍ୟରେ ଏନଏମ୍‌ସି ଅନୁମୋଦନ ଦେବ ବୋଲି ଚିକିତ୍ସାଳୟ କର୍ତ୍ତୃପକ୍ଷ ଆଶା ପୋଷଣ କରିଛନ୍ତି। ସେହିପରି ସମସ୍ତ ବିଭାଗରେ ପ୍ରଫେସର, ସହାକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଏବଂ ସିନିୟର ରେସିଡେନ୍ସି ନିଯୁକ୍ତି ପାଇସାରିଛନ୍ତି। ସମସ୍ତଙ୍କ ପାଇଁ ରହିଥିବା ବିଭାଗ ନିକଟରେ ଗୃହ ବା ଚାମ୍ବର ଯୋଗାଇ ଦିଆଯାଇ ଥିବାବେଳେ ଭିତ୍ତିଭୂମି କାର୍ଯ୍ୟ ଶେଷ ହେବା ପରେ ନନ-କ୍ଲିନିକାଲ ବିଭାଗରେ ପାଠ୍ୟକ୍ରମ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଚିକିତ୍ସାଳୟ ସୂତ୍ରରୁ ଜଣାପଡିଛି।

ଏହାଛଡା ଚିକିତ୍ସାଳୟ ପରିସରରେ ଥିବା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ଏକ କୋଠାକୁ ଅସ୍ଥାୟୀ ଭାବେ ପିଜିଆଇ କାର୍ଯ୍ୟାଳୟ କରାଯାଇଛି। ସେହିପରି ପିଜିଆଇ ନିମନ୍ତେ ଏକ ସ୍ବତନ୍ତ୍ର ୱେବସାଇଟ କରାଯାଉଛି। ଯାହାକି ଖୁବଶୀଘ୍ର କାର୍ଯ୍ୟକାରୀ ହେବ। ଅନ୍ୟପକ୍ଷରେ ମୋଟ ୧୫ଟି ବିଭାଗରେ ଶିକ୍ଷାଦାନ ଦିଆଯିବ । ଯେଉଁଥିରେ ୧୧ କ୍ଲିନିକାଲ ଓ ୪ ନନ କ୍ଲିନିକାଲ ବିଭାଗକୁ ମନୋନୟନ କରାଯାଇଛି । ଏଥିରେ ରହିଛି ଭେଷଜ, ସ୍ତ୍ରୀ ଓ ପ୍ରସୂତି, ଶଲ୍ୟ, ଅସ୍ଥିଶଲ୍ୟ, ଆନାସ୍ଥେସିଆ, ରେଡ଼ିଓ ଡାଇଗ୍ନୋସିସ, କର୍ଣ୍ଣ, ଗଳା ଓ ନାସା, ଶିଶୁ, ଚକ୍ଷୁ, ଛାତି ଓ ଜରୁରୀକାଳୀନ ଭେଷଜ ବିଭାଗ ସହ ନନ କ୍ଲିନିକାଲରେ ପାଥୋଲୋଜି, ମାଇକ୍ରୋ ବାଇଓଲୋଜି ସହିତ ବାଇଓ କେମିଷ୍ଟ୍ରି ଓ ଏଫଏମଟି ଶିକ୍ଷାଦାନ ଦିଆଯିବ । ମୋଟ ୫୩ ଛାତ୍ରଛାତ୍ରୀ ପାଠ ପଢିବେ। ଏଥିପାଇଁ ସ୍ୱତନ୍ତ୍ର ଭାବେ ଛାତ୍ରାବାସ, ପାଠାଗାର ପ୍ରଶାସନିକ କାର୍ଯ୍ୟାଳୟ ରହିବ। ପିଜିଆଇରେ ମୋଟ ୧୫ ବିଭାଗରେ ୧୭୮ ପଦବୀ ରହିଛି । ଶିକ୍ଷାଦାନରେ ୧୨୦, ଅନ୍ୟ କାର୍ଯ୍ୟ (ନନ୍ ଟିଚିଂ) ପାଇଁ ୫୦ ଏବଂ କାର୍ଯ୍ୟାଳୟ ପାଇଁ ୮ ଜଣଙ୍କୁ ନିଯୁକ୍ତି ମିଳିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.