ଭୁବନେଶ୍ବର: ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାରେ ପେଟ୍ରୋଲିୟମ ମନ୍ତ୍ରାଳୟର ଛାନଭିନ ଜାରି। ଏନେଇ ସୋମବାର ସନ୍ଧ୍ୟାରୁ ଏକ ପେଟ୍ରୋଲିୟମ ସେକ୍ରେଟାରି ତରୁନ କପୁରଙ୍କର ଏକ ଟିମ ପହଁଛି ଘଟଣାର ଯାଞ୍ଚ କରିଛନ୍ତି। ଏନେଇ ପେଟ୍ରୋଲ ପମ୍ପରେ କାମ କରୁଥିବା କର୍ମଚାରିଙ୍କୁ ପେଟ୍ରୋଲ ପମ୍ପ ମାଲିକର କହିବା ଅନୁଯାୟୀ ପେଟ୍ରୋଲ ପମ୍ପ ନିକଟକୁ ଡ଼କାଯାଇଥିଲା। ପରେ ଏନେଇ ମନ୍ତ୍ରାଳୟର ୫ଜଣିଆ ଟିମ ଅପରାହ୍ନରେ ସେମାନଙ୍କୁ ପଚରା ଉଚରା କରିଛନ୍ତି।

ତେବେ କିପରି ହେଲା ଘଟଣା ସମ୍ପର୍କରେ କଣ ଜାଣିଛ, କେତେଜଣ ଉପସ୍ଥିତ ଥିଲେ। ଏସମ୍ପର୍କରେ ପଚରାଉଚରା କରିଥିବା କହିଛନ୍ତି ପେଟ୍ରୋଲପମ୍ପ କର୍ମଚାରୀ ଚନ୍ଦ୍ରମଣି ବେହେରା। ଏଥିସହ ସେମାନେ ପେଟ୍ରୋଲ ପମ୍ପ ନିକଟସ୍ଥ କ୍ଷତିଗ୍ରସ୍ତ ଅଞ୍ଚଳ ମଧ୍ୟ ବୁଲି ପଚରାଉଚରା କରିଛନ୍ତି।
କ୍ଷତିଗ୍ରସ୍ତ ହୋଇଥିବା ଘର ଓ ପାଖ ନିକଟ ଦୋକାନ ଆଦି ଲୋକଙ୍କୁ ପଚରା ଉଚରା କରିଛନ୍ତି। ସେପଟେ ଏନେଇ କମିସନରେଟ ପୋଲିସ କି ଆଇଓସିଏଲ ସହ କୌଣସି ଆଲୋଚନା କରିନଥିବା ବେଳେ ପୋଲିସକୁ ମଙ୍ଗଳବାର ସନ୍ଧ୍ୟାସୁଧା ଯୋଗାଯୋଗ କରିନଥିବା ଭୁବନେଶ୍ବର ଡିସିପି କହିଛନ୍ତି।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ