ଭୁବନେଶ୍ବର: ରାଜଭବନ ନିକଟ ପେଟ୍ରୋଲ ପମ୍ପ ବିସ୍ଫୋରଣ ଘଟଣାର ଆସିଲା ଡିଏନଏ ରିପୋର୍ଟ । ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ସୀମାଞ୍ଚଳ ପରିଡାଙ୍କ ହୋଇଥିବା ସ୍ପଷ୍ଟ କଲା ଡିଏନଏ ରିପୋର୍ଟ । ଡିଏନଏ ରିପୋର୍ଟ ଆନୁଯାୟୀ, ଘଟଣାସ୍ଥଳରୁ ମିଳିଥିବା ମାଂସ ଖଣ୍ଡ ହେଉଛି ସୀମାଞ୍ଚଳ ପରିଡାଙ୍କର । କମିଶନରେଟ ପୋଲିସ ଏହି ସୂଚନା ଦେଇଛି ।
ଏହି ରିପୋର୍ଟରେ ନିଖୋଜ ରହିଥିବା ସୀମାଞ୍ଚଳ ପରିଡାଙ୍କର ବୋଲି ଜଣାପଡିଛି । ଏହାକୁ ନେଇ ଡିଏନଏ ରିପୋର୍ଟ ସମ୍ପର୍କରେ ସୀମାଞ୍ଚଳଙ୍କ ପରିବାର ଓ ଆଇଓସିଏଲକୁ ଅବଗତ କରାଯାଇଛି । ଏହା ଫଳରେ ମୃତକ ପରିବାର ଷତିପୂରଣ ପାଇପାରିବେ । ସୀମାଞ୍ଚଳଙ୍କୁ ମିଶାଇ ବିସ୍ଫୋରଣ ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି ।
ଆସନ୍ତା ଦିନେ ଦୁଇ ଦିନରେ ତଦନ୍ତର ଅଗ୍ରଗତି ନେଇ ସୂଚନା ଦେବ କମିଶନରେଟ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ