ଭୁବନେଶ୍ବର: ଏଣିକି ରାସ୍ତାରେ ଦେଖିବାକୁ ମିଳିବେନି ପୁରୁଷ ମାନସିକ ବିକାର ଗ୍ରସ୍ତ ରୋଗୀ । ରାସ୍ତାରେ ବୁଲୁଥିବା ମାନସିକ ରୋଗୀଙ୍କୁ ଥଇଥାନ କରିବା ପାଇଁ ଅଗ୍ରଣୀ ସ୍ବଚ୍ଛାସେବୀ ସଙ୍ଗଠନ ପିପୁଲସ ଫୋରମ ପକ୍ଷରୁ ଆରମ୍ଭ ହେବାକୁ ଯାଉଛି ‘ମିଶନ ଆଶାଲୋକ’।
ଏହି ମିଶନକୁ ବୁଧବାର ଉଦଘାଟନ କରାଯାଇଛି । ଏହି ମିଶନର ଲକ୍ଷ୍ୟ ହେଉଛି ରାସ୍ତାରେ ବୁଲୁଥିବା ପୁରୁଷ ମାନସିକ ରୋଗୀଙ୍କୁ ଚିକିତ୍ସାକେନ୍ଦ୍ରକୁ ଆଣି ଚିକିତ୍ସିତ କରାଇବା । ପୂର୍ବରୁ ମଧ୍ୟ ଏହି ଅନୁଷ୍ଠାନ ମହିଳା ମାନଙ୍କୁ ଆଣି ଚିକିତ୍ସା କରି ଥଇଥାନ କରିଛି । ଏବେ ପୁରୁଷ ମାନଙ୍କୁ ଚିକିତ୍ସା ପାଇଁ ଏହି ମିଶନ ଆରମ୍ଭ କରିଛି ସଙ୍ଗଠନ ।
ପ୍ରକାଶ ଯେ, ଏହି ମିଶନ ପାଇଁ 5 ଆମ୍ବୁଲାନ୍ସ ସହିତ 50 ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଛି । ଭୁବନେଶ୍ବର ,ପୁରୀ ସମେତ ବାଲେଶ୍ବର ଅଞ୍ଚଳରେ ଏହି ମିଶନ ପ୍ରାଥମିକ ପର୍ଯ୍ୟାୟରେ କରାଯିବ । ଏଥିରେ 60 ଜଣ ରୋଗୀଙ୍କୁ ଉଦ୍ଧାର କରି ତାଙ୍କର ଚିକିତ୍ସା କରାଯିବ ।
ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ