ETV Bharat / city

ରାଜ୍ୟବାସୀ ଦେଖିବେନି ବିଜେପି ନାଟକ: ପ୍ରମିଳା ମଲ୍ଲିକ - ମଣ୍ଡି ସମସ୍ୟା ଖବର

ମଣ୍ଡି ସମସ୍ୟା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହାର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ଅଧିକ ପଢନ୍ତୁ...

BJP drama
ରାଜ୍ୟବାସୀ ଦେଖିବେନି ବିଜେପି ନାଟକ : ପ୍ରମିଳା ମଲ୍ଲିକ
author img

By

Published : Jun 29, 2021, 10:29 PM IST

ଭୁବନେଶ୍ବର: ମଣ୍ଡି ସମସ୍ୟା ନେଇ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେପି । ଏହାର ଜବାବ ରଖିଛନ୍ତି ବରିଷ୍ଠ ବିଜେଡି ନେତ୍ରୀ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ । ରାଜ୍ୟବାସୀ ଦେଖିବେନି ବିଜେପି ନାଟକ ବୋଲି କହି କଟାକ୍ଷ କରିଛନ୍ତି ପ୍ରମିଳା ।

ରାଜ୍ୟବାସୀ ଦେଖିବେନି ବିଜେପି ନାଟକ : ପ୍ରମିଳା ମଲ୍ଲିକ

ପ୍ରମିଳା କହିଛନ୍ତି ଯେ, ମଣ୍ଡିରୁ ଧାନ ଉଠାଇବା ଲାଗି ଶେଷ ତାରିଖ ଜୁନ 30 ବୋଲି କେନ୍ଦ୍ର ସରକାର ଧାର୍ଯ୍ୟ କରିଛନ୍ତି । ଯାହା ସମ୍ଭବ ଅଧିକରୁ ଅଧିକ ଧାନ ସଂଗ୍ରହ ଲାଗି ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ଯଦି କେନ୍ଦ୍ର ସରକାର ତାରିଖ ବଢାନ୍ତି ତେବେ ଆହୁରି ଧାନ ଉଠାଇବା ଲାଗି ରାଜ୍ୟ ବ୍ୟବସ୍ଥା କରିବ । ପଞ୍ଜିକରଣ କରିଥିବା ଚାଷୀଙ୍କ ଠାରୁ ଧାନ ସଂଗ୍ରହ ସରକାର କରୁଛନ୍ତି । ଯଦି ପ୍ରକୃତ ଚାଷୀଙ୍କ ଠାରୁ ଧାନ ସଂଗ୍ରହ ହେଉନି ତେବେ ବିଜେପି ତାଲିକା ଦେଉ । ସରକାର ଏ ନେଇ ତଦନ୍ତ କରି ଧାନ ଉଠାଇବା ଲାଗି ବ୍ୟବସ୍ଥା କରିବେ ।

ଆଗକୁ ନିର୍ବାଚନ ଅଛି । ବିଜେପି ଏମିତି ଅନେକ କଥା କହିବ । କିନ୍ତୁ ରାଜ୍ୟବାସୀ ତାଙ୍କ କଥାକୁ ଗ୍ରହଣ କରିବେନାହିଁ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେମିତି କାମ କରୁଛନ୍ତି । ବିଭିନ୍ନ ଉନ୍ନୟନ ମୂଳକ ହାତକୁ ନେଇଛନ୍ତି ଲୋକେ ନବୀନଙ୍କ କଥା ଶୁଣିବେ । ବିଜେପି କଥା ଶୁଣିବେ ନାହିଁ । କିମ୍ଵା ରାଜ୍ୟବାସୀ ବିଜେପି ନାଟକ ଦେଖିବେ ନାହିଁ ବୋଲି ପ୍ରମିଳା କହିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.