ETV Bharat / city

କୋରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ଦୀପଦାନ

author img

By

Published : Nov 15, 2020, 2:23 AM IST

କୋରୋନାରେ ଲଢି ପ୍ରାଣ ହରାଇଥିବା ତଥା ବର୍ତ୍ତମାନ ସମୟର କୋରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଡୁଡନୁ ଫାଉଣ୍ଡେସନ ପକ୍ଷରୁ ସମୂହ ଦୀପଦାନ କରାଯାଇଛି । ଅଧିକ ପଢନ୍ତୁ...

କୋରୋନା ଯୋଦ୍ଧା
କୋରୋନା ଯୋଦ୍ଧା

ଭୁବନେଶ୍ବର: କୋରୋନା ଯୁଦ୍ଧରେ ହାରିଯାଇଥିବା ଯୋଦ୍ଧାଙ୍କୁ ମନେପକାଇଲା ରାଜଧାନୀର ଡୁଡନୁ ଫାଉଣ୍ଡେସନ । ଦୀପାବଳିରେ ଫାଉଣ୍ଡେସନ ପକ୍ଷରୁ କରାଗଲା ସମୂହ ଦୀପଦାନ । ଝାରପଡା ଦୁର୍ଗା ମଣ୍ଡପ ସମ୍ମୁଖରେ ଦୀପ ଦାନ କରି ଯୋଦ୍ଧାଙ୍କୁ ମନେପକାଇଲେ ଫାଉଣ୍ଡେସନ କାର୍ଯ୍ୟକର୍ତ୍ତା ।

କୋରୋନା ଯୋଦ୍ଧା

କୋରୋନା କାଳରେ ଦୀପାବଳି ପାଳନ ନେଇ ସରକାର ଅନେକ କଟକଣା ଗ୍ରହଣ କରିଛନ୍ତି । ଦୀପାବଳିରେ ମନ୍ଦିର ଓ ତୀର୍ଥସ୍ଥଳୀଗୁଡିକରେ ପୟା ଶ୍ରାଦ୍ଧ ସହିତ ପିଣ୍ଡ ଦାନ କରିବାକୁ ବାରଣ କରାଯାଇଥିବାବେଳେ ଏଥର ବାଣ ନ ଫୁଟାଇବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି । ହେଲେ ଏସବୁ ଭିତରେ ଡୁନ ଫାଉଣ୍ଡେସନ ଅଭିନବ ଉପାୟରେ ଦୀପାବଳି ପାଳନ କରିଛି ।

କୋରୋନାରେ ଲଢି ପ୍ରାଣ ହରାଇଥିବା ତଥା ବର୍ତ୍ତମାନ ସମୟର କୋରୋନା ଯୋଦ୍ଧାଙ୍କ ସମ୍ମାନ ପାଇଁ ଫାଉଣ୍ଡେସନ ପକ୍ଷରୁ ସମୂହ ଦୀପଦାନ କରାଯାଇଛି । କୋରୋନା ଯୁଦ୍ଧରେ ଯୋଦ୍ଧା ସାଜିଥିବା ଡାକ୍ତର, ନର୍ସ, ସାମ୍ବାଦିକ, ପୋଲିସ, ସଫେଇ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଫାଉଣ୍ଡେସନ ପକ୍ଷରୁ ଏପରି କରାଯାଇଛି ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.