ETV Bharat / city

ପାର୍ବଣରେ ସତର୍କ ନ ରହିଲେ ସଂକ୍ରମଣ ବଢିବ: ILS ନିର୍ଦ୍ଦେଶକ

author img

By

Published : Sep 11, 2021, 4:24 PM IST

Updated : Sep 11, 2021, 5:52 PM IST

ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ନୂଆଖାଇ ଠାରୁ କାଳୀପୂଜା ଯାଏଁ ଆମକୁ ଜଗିରଖି ଚଳିବାକୁ ହେବ ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି। ଅଧିକ ପଢନ୍ତୁ...

ପାର୍ବଣରେ ସତର୍କ ନରିହଲେ ସଂକ୍ରମଣ ବଢିବ: ILS ନିର୍ଦ୍ଦେଶକ

ଭୁବନେଶ୍ବର: ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣ ବଢାଇପାରେ। କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ। ନୂଆଖାଇ ଠାରୁ କାଳୀପୂଜା ଯାଏଁ ଆମକୁ ଜଗିରଖି ଚଳିବାକୁ ହେବ ବୋଲି ILS ନିର୍ଦ୍ଦେଶକ ଅଜୟ ପରିଡା କହିଛନ୍ତି। ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି। ପଜିଟିଭ ସଂଖ୍ୟା ୬୦୦ ରୁ ୭୦୦ ଭିତରେ ରହୁଛି । ଏହାର ଅର୍ଥ ନୁହେଁ ଆମେ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିଛନ୍ତି ବୋଲି ସେ କହିଛନ୍ତି। ପାର୍ବଣରେ ସତର୍କ ରହିବାକୁ ପଡ଼ିବ । ଏବେର ପରିସ୍ଥିତିକୁ ଦେଖିଲେ କେରଳ ଏବଂ ଉତ୍ତର ପୂର୍ବରୁ ୮୦ ପ୍ରତିଶତ କେସ ଆସୁଥିବାବେଳେ, ମହାରାଷ୍ଟ୍ରରେ ଟିକେ ବଢିଛି ।

ରାଜ୍ୟରେ ଟୀକାକରଣ ପ୍ରକ୍ରିୟା ଭଲରେ ଚାଲିଛି । ଟିକାର ଏଫିକସି 70ରୁ 80% ରହୁଛି । 18 ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ । ଅନ୍ୟପଟେ ରାଜଧାନୀ ଭୁବନେଶ୍ବରରେ ଅଧିକ ଗହଳି ରହୁଛି । ଅଧିକ ଲୋକଙ୍କ ଯାତାୟାତ ହେଉଛି । ଯେଉଁଥିପାଇଁ ପଜିଟିଭ ସାମାନ୍ୟ ଅଧିକ ରହୁଛି । ତେବେ ପୂର୍ବରୁ ଏଠାରେ ଦୈନିକ ସଂକ୍ରମଣ 1 ହଜାର ଉପରେ ଥିଲା । ଏବେ 200ରୁ 300 ଭିତରେ ରହୁଛି । ହଜାରରୁ 300କୁ କମ ସମୟରେ ଖସିଥାଏ । 300ରୁ କମ ହେବାକୁ ଅଧିକ ସମୟ ଲାଗେ । ଦିଲ୍ଲୀରେ ବି ଏଭଳି ସ୍ଥିତି ରହିଥିଲା । ଭୁବନେଶ୍ୱରରେ ଆଉ 10ରୁ 15 ଦିନରେ ସଂକ୍ରମଣ କମିଯିବ ବୋଲି ଆଶା କରାଯାଉଛି ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡା।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Sep 11, 2021, 5:52 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.