ETV Bharat / city

ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଅବଧି ବୃଦ୍ଧି - ପେନସନ୍ ଅଦାଲତ

ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ବତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଅବଧି ବୃଦ୍ଧି
ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଅବଧି ବୃଦ୍ଧି
author img

By

Published : Apr 28, 2021, 9:00 PM IST

ଭୁବନେଶ୍ବର: ଅବସର ପ୍ରାପ୍ତ କର୍ମଚାରୀମାନଙ୍କ ପେନସନ୍ ସମ୍ବନ୍ଧିତ ଅଭିଯୋଗର ତୁରନ୍ତ ସମାଧାନ ନିମନ୍ତେ କରାଯାଇଥିବା ସ୍ବତନ୍ତ୍ର ଅଦାଲତ ପାଇଁ ଅଭିଯୋଗ ଗ୍ରହଣ ଅବଧି ବୃଦ୍ଧି କରାଯାଇଛି । ଏନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଂଜୀବ ଚୋପ୍ରା ସୂଚନା ଦେଇଛନ୍ତି ।

ଅନ୍‌ଲାଇନ୍‌ରେ ଦରଖାସ୍ତ ଗ୍ରହଣ ଲାଗି ଚଳିତ ଏପ୍ରିଲ୍ ମାସ ୩୦ ତାରିଖ ଧାର୍ଯ୍ୟ କରାଯାଇଥିଲା । କୋରୋନା ସ୍ଥିତିକୁ ଦୃଷ୍ଟିରେ ରଖୁ ଏହାକୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଫୌଜଦାରୀ, ଭିଜିଲାନ୍ସ ବା ଶୃଙ୍ଖଳାଗତ କାର୍ଯ୍ୟନୁଷ୍ଠାନ ଓ ବିଭାଗୀୟ ପ୍ରୋସିଡ଼ି ଆଦି ନାହିଁ, ସେମାନେ ଏହି ପେନସନ୍ ଅଦାଲତରେ ସୁଯୋଗ ନେଇପାରିବେ ।

ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଅବଧି ବୃଦ୍ଧି
ପେନସନ୍ ଅଦାଲତ ପାଇଁ ଦରଖାସ୍ତ ଅବଧି ବୃଦ୍ଧି

ଦରଖାସ୍ତ ଏଚ୍.ଆର୍.ଏମ୍ ଏସ୍ ପୋର୍ଟାଲ୍ ( http://pension.hrmsodisha.gov.in ) ମାଧ୍ୟମରେ ଗ୍ରହଣ କରାଯିବ । ଏହି ସମୟ ମଧ୍ୟରେ ମିଳିବା ଦରଖାସ୍ତ ବାବଦରେ ସ୍ଵୀକୃତିପତ୍ର ଅନ୍‌ଲାଇନ୍‌ରେ ଦରଖାସ୍ତକାରୀଙ୍କୁ ମିଳିବ । ନିଷ୍ପତ୍ତି ବାବଦ ସୂଚନା ଦରଖାସ୍ତକାରୀଙ୍କୁ ଇମେଲ୍, ଏସ୍ଏମ୍ଏସ୍ ବା ଅନ୍‌ଲାଇନ୍ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯିବ ।

ଯେଉଁ ଦରଖାସ୍ତ ଗୁଡ଼ିକର ସମାଧାନ ପେନସନ ମଞ୍ଜୁର କର୍ତ୍ତୁପକ୍ଷଙ୍କ ସ୍ତରରେ ହୋଇପାରିବ ସେଗୁଡ଼ିକୁ ସଂପୃକ୍ତ ବିଭାଗକୁ ପଠାଇ ଦିଆଯିବ । ପରବର୍ତ୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତ ଗୁଡ଼ିକର ବିଚାର ପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ବତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ ।

ଏହି ଅଦାଲତରେ ଶୁଣାଣୀ ତାରିଖ ଓ ନୋଟିସ୍ ଆଦି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍ ବା ଏସ୍ଏସ୍ଏସ୍ ମାଧ୍ୟମରେ ଜଣାଇ ଦିଆଯିବ । ଅନ୍‌ଲାଇନ୍‌ରେ ଦରଖାସ୍ତ ପଞ୍ଜିକରଣ କରିବାରେ ଅସୁବିଧାର ସମ୍ମୁଖୀନ ହେଲେ ହେଲ୍ପଲାଇନ ନମ୍ବର ମାଧ୍ୟମରେ ସହାୟତା ନେବାପାଇଁ ଅତିରିକ୍ତ ଶାସନ ସଚିବ ଅବନୀକାନ୍ତ ପଟ୍ଟନାୟକ ଜଣାଇଛନ୍ତି ।

ଏଥିପାଇଁ ୨ଟି ନମ୍ବରର ବ୍ୟବସ୍ଥା କରାଯାଇଛି । (୦୬୭୪) ୨୫୭୦ ୧୫୦ ଏବଂ ୨୫୭ ୨୪୧୦ । ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାର ସୁଯୋଗନେଇ ନିକ ନିଜ ପେସନ୍ ମଞ୍ଜୁରୀ କାର୍ଯ୍ୟ ଠିକ୍ ଭାବେ କରାଇ ନେବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁରୋଧ କରିଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ ଓ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.