ETV Bharat / city

‘ଅର୍ଥମନ୍ତ୍ରୀଙ୍କ ଘୋଷଣା ଶୁଣି ମୁଁ ହତାଶ’ - pcc president reaction on centre covid package

ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଶୁଣି ମୁଁ ହତାଶ। ଏହା ଋଣ ବିକ୍ରି ବିଜ୍ଞାପନ। ଏହା କାହାର ଉପକାରରେ ଆସିବ ମୁଁ ଅନୁଭବ କରିପାରୁନି ବୋଲି ଗତକାଲି ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଉପରେ ମନ୍ତବ୍ୟ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।

odisha pcc president
‘ଅର୍ଥମନ୍ତ୍ରୀଙ୍କ ଘୋଷଣା ଶୁଣି ମୁଁ ହତାଶ’
author img

By

Published : May 14, 2020, 1:35 PM IST

ଭୁବନେଶ୍ବର: ଅର୍ଥମନ୍ତ୍ରୀଙ୍କ ଆର୍ଥିକ ପ୍ୟାକେଜ ଘୋଷଣା ଶୁଣି ମୁଁ ହତାଶ। ଏହା ଋଣ ବିକ୍ରି ବିଜ୍ଞାପନ। ଏହା କାହାର ଉପକାରରେ ଆସିବ ମୁଁ ଅନୁଭବ କରିପାରୁନି। ଓଡିଶା କଥା ଭିନ୍ନ, କିଛି ମୁଷ୍ଟିମେୟ ରାଜ୍ୟ ଉପକୃତ ହେବେ ବୋଲି ଗତକାଲି ଅର୍ଥମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ ଉପରେ ମନ୍ତବ୍ୟ ଦେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହା କହିଛନ୍ତି ।

‘ଅର୍ଥମନ୍ତ୍ରୀଙ୍କ ଘୋଷଣା ଶୁଣି ମୁଁ ହତାଶ’

ସେହିପରି ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ଏଥିରେ ଉପକୃତ ହେବେ । ଓଡିଶା ବିଶେଷ ଉପକୃତ ହେବ ନାହିଁ। ଯେହେତୁ ସର୍ବାଧିକ ପ୍ରବାସୀ ଶ୍ରମିକ ଓଡିଶାର ତେଣୁ ସ୍ବତନ୍ତ୍ର ପ୍ୟାକେଜ ମାଗନ୍ତୁ କେନ୍ଦ୍ରକୁ। ଓଡିଶାରେ ଇପିକଲ ଓ ଏସ ଏଫ ସି(Odisha state Financial corporation) ବନ୍ଦ। କାହିଁକି ବନ୍ଦ ତାର କାରଣ ଅନୁଧ୍ୟାନ କଲେ ମୁଖ୍ୟମନ୍ତ୍ରୀ ନିଜେ ଜାଣିପାରିବେ। ଖାଲି ବିବୃତି ଦେଲେ ଯେ ନିଯୁକ୍ତି ବଢିଯିବ ତାହା ଯୁକ୍ତ ଯୁକ୍ତ ନୁହେଁ ବୋଲି ମଧ୍ୟ ସେ କହିଛନ୍ତି ।

ଦ୍ଵିତୀୟରେ କ୍ବାରେଣ୍ଟାଇନ ସେଣ୍ଟରରେ ଯେଉଁ ଅବ୍ୟବସ୍ଥା ଚାଲିଛି ତାହାର ସୁଧାର ପାଇଁ ଜନସାଧାରଣଙ୍କୁ ସେଥିରେ ସାମିଲ କରନ୍ତୁ । ଅନ୍ୟ ଦଳର ନେତାଙ୍କୁ ସାମିଲ ନକଲେ ନାହିଁ, ନିଜ ଦଳର ନେତା ଓ ବିଧାୟକଙ୍କୁ ସାମିଲ କରନ୍ତୁ । ତାହେଲେ ଅବସ୍ଥା ପରିବର୍ତ୍ତନ ହେବ ବୋଲି ପସିସି ସଭାପତି ଦର୍ଶାଇଛନ୍ତି।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.