ଭୁବନେଶ୍ବର: ରାଜଧାନୀରେ ହୋଲ୍ଡିଂ ଟିକସ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ସୋମବାର କଂଗ୍ରେସ ବିଏମସି ଅଫିସ ଘେରାଉ କରିବା ସହିତ ବିରୋଧ କରିଛି । ଲୋକଙ୍କର ଆୟ ନାହିଁ, ଏହି ସମୟରେ ଏତେ ଟିକସ କିଭଳି ଦେବେ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ସେହିପରି ରାଜ୍ୟ ସରକାର ଭୁବନେଶ୍ବରରେ ବର୍ଦ୍ଧିତ ହୋଲ୍ଡିଂ ଟିକସ ଉପରେ ସ୍ଥଗିତାଦେଶ ଜାରି କରିଥିବାରୁ ସେ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ହେଲେ ଏହାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସେ ଦାବି କରିଛନ୍ତି ।
ଅନ୍ୟପଟେ ଏନେଇ ହାଇକୋର୍ଟରେ କେସ ମଧ୍ୟ କରାଯାଇଥିଲା । ହୋଲଡିଂ ଟିକସର 50 ପ୍ରତିଶତ ଆଦାୟ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ବିଏମସି ଏହାକୁ ମାନିନଥିବା ନିରଞ୍ଜନ କହିଛନ୍ତି । ମୌଳିକ ସମସ୍ୟା ଉପରେ ବିଏମସି ପଦକ୍ଷେପ ନେଉନାହିଁ | ତୀବ୍ର ଜନ ଅସନ୍ତୋଷ ଦେଖାଦେଇଛି । ସରକାର ଏହାର ପୁନଃ ବିଚାର କରି ହୋଲ୍ଡିଂ ଟାକ୍ସକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି ପିସିସି ସଭାପତି ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ