ETV Bharat / city

ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ମୋଦିଙ୍କ ଉପରେ ବର୍ଷିଲେ ନିରଞ୍ଜନ

author img

By

Published : Feb 24, 2021, 8:47 PM IST

ତୈଳ ଦର ବୃଦ୍ଧିକୁ ନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି ।ତୈଳ ଦର ବୃଦ୍ଧିକୁ ନେଇ ଦିନେ ମନମୋହନ ସିଂହଙ୍କୁ ଦେଶଦ୍ରୋହୀ କହିଥିଲେ ଆଜି ସେ ନିଜେ ଦେଶଦ୍ରୋହୀ ବୋଲି ନିରଞ୍ଜନ ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ...

pcc chief niranja pattnaik pressmeet on oil price hike
ତୈଳ ଦର ବୃଦ୍ଧି ପ୍ରସଙ୍ଗରେ ମୋଦିଙ୍କ ଉପରେ ବର୍ଷିଲେ ନିରଞ୍ଜନ

ଭୁବନେଶ୍ବର: ତୈଳ ଦର ବୃଦ୍ଧିକୁ ନେଇ ମୋଦିଙ୍କ ଉପରେ ବର୍ଷିଲେ ନିରଞ୍ଜନ। ଦେଶରେ ତୈଳ ଦର ବୃଦ୍ଧିକୁ ନେଇ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଭବନରେ ସାମ୍ବାଦିକ ସମ୍ମିଳନୀରେ ତୈଳ ଦରକୁ ନେଇ ବର୍ଷିଛନ୍ତି । ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ସମୟରେ ତୈଳ ଦର ବୃଦ୍ଧି ପାଉଥିବାରୁ ତତ୍କାଳୀନ କେନ୍ଦ୍ରରେ ଶାସିତ କଂଗ୍ରେସ ସରକାର ଉପରେ ଦେଶଦ୍ରୋହୀ ଟିପ୍ପଣୀ ଦେଇଥିଲେ। ସରକାର ଯଦି ତୈଳ ଦର ନିୟନ୍ତ୍ରଣ କରି ନପାରେ ସେ ଦେଶଦ୍ରୋହୀ ବୋଲି ନିରଞ୍ଜନ କହିଥିଲେ। ସେତେବେଳେ ଅନ୍ତର୍ଜାତୀୟ ସ୍ତରରେ ଅଶୋଧିତ ତୈଳ ମୂଲ୍ୟ ଅଧିକ ଥିଲା । ହେଲେ ଆଜି ଅଶୋଧିତ ତୈଳର ମୂଲ୍ୟ ଅନ୍ତର୍ଜାତୀୟ ସ୍ତରରେ କମ ଥିଲେ ବି ଦେଶରେ ତୈଳ ଦର ନିଆଁ ଭଳି ବୃଦ୍ଧି ପାଉଛି। ତେଣୁ ଏହି ସମୟରେ ଦେଶଦ୍ରୋହୀ କିଏ ବୋଲି ନିରଞ୍ଜନ ପ୍ରଶ୍ନ କରିଛନ୍ତି ।

ତେବେ କଂଗ୍ରେସ ଜନସାଧାରଣଙ୍କ ସହ ସବୁବେଳେ ରହିଛି । ଆସନ୍ତା ୨୬ ତାରିଖରେ ଯଦି ଓଡିଶା ବନ୍ଦରେ କିଏ ସହଯୋଗ ମାଗେ କଂଗ୍ରେସ ସାଥଦେବା ପାଇଁ ପ୍ରସ୍ତୁତ ବୋଲି ନିରଞ୍ଜନ କରିଛନ୍ତି । ଆସନ୍ତା 26 ତାରିଖ ଦିନ ସର୍ବଭାରତୀୟ ବାଣିଜ୍ୟ ସଂଗଠନ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.