ETV Bharat / city

ଡିଜିଟାଲ ପ୍ଲାଟଫର୍ମ ପ୍ରଚାରରେ ଦଳକୁ ଫାଇଦା ହେବ କହିଲେ ବିଜେଡି-କଂଗ୍ରେସ - ଡିଜିଟାଲ ପ୍ଲାଟ୍‌ଫର୍ମରେ ନିର୍ବାଚନ ପ୍ରଚାର

ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । ଏଭଳି ନିର୍ଦ୍ଦେଶକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଏହାକୁ ସ୍ୱାଗତ କରିଛନ୍ତି । ଏହାଦ୍ବାରା ବହୁ ପ୍ରାର୍ଥୀ ଉପକୃତ ହେବେ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ଅଧିକ ପଢ଼ନ୍ତୁ

ଡିଜିଟାଲ ପ୍ଲାଟଫର୍ମ ପ୍ରଚାରରେ ଦଳକୁ ଫାଇଦା ହେବ କହିଲେ ବିଜେଡି-କଂଗ୍ରେସ

author img

By

Published : Jan 16, 2022, 7:57 PM IST

ଭୁବନେଶ୍ବର: କୋଭିଡର ନୂଆ ଭାରିଏଣ୍ଟ ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଡିଜିଟାଲ ପ୍ଲାଟ୍‌ଫର୍ମ ମାଧ୍ୟମରେ ନିର୍ବାଚନ ପ୍ରଚାର କରିବାକୁ ନିର୍ଦ୍ଦେଶନାମା ଜାରି କରିଛନ୍ତି ନିର୍ବାଚନ କମିଶନ । ଏଭଳି ନିର୍ଦ୍ଦେଶକୁ ଉଭୟ ବିଜେଡି ଓ କଂଗ୍ରେସ ଦଳ ଏହାକୁ ସ୍ୱାଗତ କରିଛନ୍ତି । ଏହାଦ୍ବାରା ବହୁ ପ୍ରାର୍ଥୀ ଉପକୃତ ହେବେ ବୋଲି କହିଛି କଂଗ୍ରେସ । ସେପଟେ ଦଳକୁ ଏଥିରୁ ଫାଇଦା ମିଳିବ ବୋଲି କହିଛି ବିଜେଡି ।

ଡିଜିଟାଲ ପ୍ଲାଟଫର୍ମ ପ୍ରଚାରରେ ଦଳକୁ ଫାଇଦା ହେବ କହିଲେ ବିଜେଡି-କଂଗ୍ରେସ

ଡିଜିଟାଲ ପ୍ଲାଟ୍‌ଫର୍ମରେ ନିର୍ବାଚନ ପ୍ରଚାରକୁ ନେଇ କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ କହିଛନ୍ତି ଯେ, "ଏହାଦ୍ବାରା ବହୁ ଗରିବ ପ୍ରାର୍ଥୀ ଉପକୃତ ହେବ । ଯେଉଁମାନଙ୍କ ପାଖରେ ଅର୍ଥ ସମ୍ବଳ ନାହିଁ ସେମାନେ ଆଗକୁ ଆସୁଛନ୍ତି । ସେମାନେ ମଧ୍ୟ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣ କରି ପାରିବେ ଏହାଦ୍ବାରା ପ୍ରତ୍ୟେକ ଦିନର ରାଲି, ଟଙ୍କା ବାଣ୍ଟିବା, ଅସ୍ତ୍ରଶସ୍ତ୍ର ବାଣ୍ଟିବା, ଝଗଡ଼ା ବନ୍ଦ ହେବ । କଂଗ୍ରେସ ଦଳ ଭଲ ପ୍ରାର୍ଥୀ ବା ସାମାଜିକ କର୍ମୀଙ୍କୁ ସରପଞ୍ଚ ଟିକେଟ ଦେଇଛି । କଂଗ୍ରେସ ଦଳ ସବୁବେଳେ ନିର୍ବାଚନ ପାଇଁ ପ୍ରସ୍ତୁତ । ତେବେ କଟକଣା କଡ଼ାକଡ଼ି ହେବା ଆବଶ୍ୟକ । ଖାଲି କଟକଣା ଲଗାଇ ଢିଲା ଛାଡ଼ିଦେଲେ ହେବନି । ଏବେ ବି ପ୍ରମୁଖ ରାଜନୈତିକ ଦଳ ସମ୍ମିଳନୀ, ମିଶ୍ରଣ ପର୍ବ ଆୟୋଜନ କରୁଛନ୍ତି ।"

ସେପଟେ ଶାସକ ଦଳ ବିଜେଡି ମଧ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ସ୍ବାଗତ କରିଛି । ବିଜେଡି ଡିଜିଟାଲ ମୁଖ୍ୟ ଏହାକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, "ଏହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ । ବିଜେଡି ଯୁବ ଛାତ୍ରଙ୍କୁ ନେଇ ଭଲ ଡିଜିଟାଲ୍‌ ଟିମ୍‌ ଗଢ଼ିଛି । କୋଭିଡ ମହାମାରୀ ଯୋଗୁଁ ରାଲି, ସଭା ସମିତି ଉପରେ ରୋକ୍‌ ଲଗାଇଛନ୍ତି ନିର୍ବାଚନ କମିଶନ । ସମସ୍ତ ପ୍ରଚାର ଡିଜିଟାଲ ମାଧ୍ୟମରେ ହେବ । ଗତବର୍ଷଠାରୁ ବିଜେଡି ତାର ଡିଜିଟାଲ୍‌ ଟିମ୍‌ ଗଢ଼ିଛି । ଯାହା ନିରନ୍ତର ଭାବାରେ କାମ କରି ଆସୁଛି । ନିଶ୍ଚିତ ଭାବରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଦଳକୁ ଏଥିରୁ ଫାଇଦା ମିଳିବ । ସାଧାରଣ ଲୋକଙ୍କ ପାଖରେ ଆମେ ପହଞ୍ଚୁଛୁ ।"

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.