ETV Bharat / city

ସପିଂ ମଲ, ମାର୍କେଟ କମ୍ପ୍ଲେକ୍ସରୁ ଆଦାୟ ହେବନି ପାର୍କିଂ ଫି: ପ୍ରତାପ ଜେନା

ଏଣିକି ରାଜଧାନୀର କୌଣସି ବଡ ବଡ ସପିଂ ମଲ ଓ ଅଟ୍ଟାଳିକାରେ ପାର୍କି ଫି ନିଆଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି ।

author img

By

Published : Oct 17, 2019, 2:51 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଣିକି ରାଜଧାନୀ ଭୁବନେଶ୍ବରରୁ ବନ୍ଦ ହେବ ପାର୍କିଂ ଫି ବ୍ୟବସ୍ଥା । ଗୁରୁବାର ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି । କୌଣସି ବଡ ବଡ ସପିଂ ମଲ ଓ ଅଟ୍ଟାଳିକାରେ ପାର୍କି ଫି ନିଆଗଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସୂଚନାନୁସାରେ, ରାଜଧାନୀରେ ବେଧଡକ ଭାବେ ବେଆଇନ ପାର୍କିଂ ଫି ଆଦାୟ ହେଉଥିଲା । ନକଲି ରସିଦରେ ବେଧଡକ ଭାବେ ଆଦାୟ ହେଉଥିଲା ଟଙ୍କା । ଏପରିକି ବଡ ବଡ ସପିଂ ମଲ, ହସ୍ପିଟାଲ, ମଲ୍ଟିପ୍ଲେକ୍ସ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ସାଧାରଣ ଲୋକଙ୍କ ଠାରୁ ପାର୍କି ଫି ଆଦାୟ କରାଯାଉଥିଲା । ବିଡିଏ ବିଏମସି ସପିଂ ମଲ ଭିତରେ ହେଉଥିବା ପାର୍କିଂ ପାଇଁ କୌଣସି ଅର୍ଥ ନେଇନଥାଏ । ତେଣୁ ଏଥିପାଇଁ କେହି ପାର୍କିଂ ଫି ନେଇପାରିବେ ନାହିଁ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ସେହିପରି ସହରର ବିଭିନ୍ନ ସ୍ଥାନରେ ବିଏମସି ନାମରେ ପାର୍କିଂ ଫି ଆଦାୟ ନେଇ ଅଭିଯୋଗ ହୋଇଛି । ଯଦ୍ବାରା ଉକ୍ତ ଜାଗାରେ ସ୍କ୍ବାର୍ଡ ଗଠନ କରାଯାଇ ଚଢାଉ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ଉବନେଶ୍ୱରରେ ଚାଲିଛି ବେଆଇନ ପାର୍କିଂ ଫି ଆଦାୟ | ନକଲି ରସିଦରେ ବେଧଡ଼କ ଚାଲିଛି ଟଙ୍କା ଆଦାୟ | ଏପରିକି ବଡ ବଡ ସପିଂ ମହଲ ଅଟାଳିକା ମାନଙ୍କରେ
ମଧ୍ୟ ଆଦାୟ ହେଉଛି ପାର୍କିଂ ପି ।ଏଭଳି ଅଭିଯୋଗ ଆସିବା ପରେ ତତ୍ପର ହୋଇଛି ନଗର ଉନ୍ନୟନ ବିଭାଗ ।Body:ଆଜି ଏନେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ ଯେତେ ଉଚ୍ଚ ଅଟାଳିକ ରହିଛି, ତାହା ଭିତରେ କୋଣସି ଅର୍ଥ ପାର୍କିଂ ପାଇଁ ଆଦାୟ ହୋଇପାରିବ ନାହିଁ। ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ସୂଚନା ଦେଇଛନ୍ତି ।ଏଥିରେ ସଂପିଙ୍ଗ ମହଲ,ମାର୍କେଟ କମ୍ପ୍ଲେକ୍ସ ଆଦି ସାମିଲ।ରାଜଧାନୀ ରେ ଥିବା ବିଭିନ୍ନ ସପିଂ ମହଲ ରେ ଥିବା ଅଣ୍ଡର ଗ୍ରାଉଣ୍ଡ ରେ ପାର୍କିଂ ପି ଆଦାୟ କରାଯାଉଥିଲା ।ଯେହେତୁ ବିଡିଏ ବିଏମସି ସପିଂ ମହଲ ଭିତରେ ହେଉଥିବା ପାର୍କିଂ ପାଇଁ କୈଣସି ଅର୍ଥ ନେଇ ନଥାଏ ।Conclusion:ତେଣୁ ସେମାନେ ପାର୍କିଂ ପି ନେଇ ପାରିବେ ନାହିଁ ।ଏହା ସହ ବିଭିନ୍ନ ସ୍ତାନରେ ବିଏମସି ନାମରେ ପାର୍କିଂ ପି ଆଦାୟ ନେଇ ଅଭିଯୋଗ ହେଉଛି ।ସେ ଯାଗାରେ ସ୍ଵାର୍ଡ ଗଠନ କରାଯାଇ ଛଢାଉ କରାଯିବା ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.