ETV Bharat / city

ପରୀ ହତ୍ୟା ମାମଲା: ଗଠନ ହେଲା SIT, ନେତୃତ୍ବ ନେବେ ଅରୁଣ ବୋଥ୍ରା

author img

By

Published : Nov 28, 2020, 4:24 PM IST

Updated : Nov 28, 2020, 5:41 PM IST

ପରୀ ମୃତ୍ୟୁ ଘଟଣାରେ ଏସଆଇଟି ତଦନ୍ତ ପାଇଁ ପ୍ରକ୍ରିୟା ଆରମ୍ଭ । ଆଇପିଏସ ଅରୁଣ ବୋଥ୍ରା ଏସଆଇଟି ଟିମ୍ ନେତୃତ୍ବ ନେବେ । ଏପଟେ ପ୍ରକାଶିତ ବିଜ୍ଞପ୍ତି ନେଇ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖାଯାଇଛି । ଅଧିକ ପଢନ୍ତୁ...

ପରୀ ମୃତ୍ୟୁ ଘଟଣା
ପରୀ ମୃତ୍ୟୁ ଘଟଣା

ଭୁବନେଶ୍ବର: ଚାପରେ ଚେପା ସରକାର ! ବିରୋଧୀଙ୍କ ଜୋରଦାର ବିରୋଧରେ ନଇଁଲା ବିଜେଡି ସରକାର ! ପରୀ ମୃତ୍ୟୁ ଘଟଣାର 4 ମାସ ପରେ ତ୍ବରାନ୍ବିତ ହେଉଛି ତଦନ୍ତ ପ୍ରକ୍ରିୟା । ଘଟଣାରେ ଏସଆଇଟି ତଦନ୍ତ ଆରମ୍ଭ ହେବା ନେଇ ଶୁକ୍ରବାର ଗୃହରେ ବିବୃତ୍ତି ରଖିଥିଲେ ମୁଖ୍ୟମନ୍ତ୍ରୀ ।

ପରୀ ମୃତ୍ୟୁ ଘଟଣା
ପରୀ ମୃତ୍ୟୁ ଘଟଣା

ତେବେ ଆଜି ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏସଆଇଟି ତଦନ୍ତ ନେଇ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଗୃହ ବିଭାଗ ଏସଆଇଟି ତଦନ୍ତ ପାଇଁ ପ୍ରକାଶ କରିଥିବା ବିଜ୍ଞପ୍ତିକୁ ଉପସ୍ଥାପିତ କରିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ । ଏହାସହ ଏସଂକ୍ରାନ୍ତରେ ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାରଙ୍କୁ ଏକ ଚିଠି ଲେଖାଯାଇଥିବା ସେ ସୂଚନା ଦେଇଛନ୍ତି ।

ତେବେ ଗଠିତ ଏସଆଇଟି ଟିମ୍‌ରେ ସରକାର 5 ଜଣ ସିନିଅର ପୋଲିସ ଅଫିସରଙ୍କ ନାମ ସୁପାରିଶ କରିଛନ୍ତି । ଯେଉଁଥିରେ ଆଇପିଏସ ଅରୁଣ ବୋଥ୍ରାଙ୍କୁ ଟିମ୍‌ର ମୁଖ୍ୟ ଭାବେ ସରକାର ଚୟନ କରିଥିବାବେଳେ କ୍ରାଇମବ୍ରାଞ୍ଚ ଏସପି ଆର.କେ ଦୋରା, ଏଏସପି ଆର.ସି ଥାମ୍ବା, ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା, କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ମମତାରାଣୀ ପଣ୍ଡା ବି ଟିମରେ ସାମିଲ ।

ତେବେ ଏସଆଇଟି ଗଠନ ନେଇ ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ଜଣାଇଛନ୍ତି ଗୃହ ବିଭାଗ ସ୍ୱତନ୍ତ୍ର ସଚିବ । ତଦନ୍ତ ତତ୍ତ୍ୱାବଧାନ ପାଇଁ ଜଣେ ସିଟିଂ ଜଜ୍‍ଙ୍କୁ ଦାୟିତ୍ୱ ଦେବାକୁ ନିବେଦନ କରିଛନ୍ତି ଗୃହ ବିଭାଗ ସ୍ବତନ୍ତ୍ର ସିଚିବ ।

ନୟାଗଡ ପରୀ ମୃତ୍ୟୁ ଘଟଣାକୁ ନେଇ କିଛି ଦିନ ହେବ ବିଧାନସଭା ଅଚଳ ହୋଇପଡୁଥିବାବେଳେ ସରକାର ଏସଆଇଟି ତଦନ୍ତ କରିବା ପାଇଁ କହିଥିଲେ । ହେଲେ ଏହାକୁ ନେଇ ବିରୋଧୀ ସନ୍ଦେହ ପ୍ରକାଶ କରିଥିଲେ । ଯେଉଁଥିପାଇଁ ସ୍ପଷ୍ଟୀକରଣ ସ୍ବରୂପ ମନ୍ତ୍ରୀ ଗୃହରେ ନୋଟିଫିକେସନକୁ ଉପସ୍ଥାପନ କରିଛନ୍ତି ।

ସେପଟେ ଘଟଣାରେ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ଦାବି କରି ଏବେ ବି ଗୃହରେ ହୋହଲ୍ଲା ଜରି ରଖିଛି ବିଜେପି । ଯାହାକୁ ନେଇ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡୁଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2020, 5:41 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.