ETV Bharat / city

ଓଡିଶା ଅଭିଭାବକ ମହାସଂଘର ଚେତାବନୀ: ସ୍କୁଲ ଫି ଛାଡ ନହେଲେ ଆମରଣ ଅନଶନ - ସ୍କୁଲ ଫି ଛାଡ ପ୍ରସଙ୍ଗ

ସ୍କୁଲ ଫି ଛାଡ ନିର୍ଦ୍ଦେଶର ତୃଟି ସୁଧାର ତୁରନ୍ତ ସ୍ପଷ୍ଟ ନିର୍ଦ୍ଦେଶ ନଆଣିଲେ ଆସନ୍ତା 18ରେ ମନ୍ତ୍ରୀ ଓ ସଚିବଙ୍କ ଘର ଆଗରେ ଆମରଣ ଅନଶନ, ଓଡିଶା ଅଭିଭାବକ ମହାସଂଘ । ଅଧିକ ପଢନ୍ତୁ...

ଓଡିଶା ଅଭିଭାବକ ମହାସଂଘର ଚେତାବନୀ: ସ୍କୁଲ ଫି ଛାଡ ନହେଲେ ଆମରଣ ଅନଶନ

author img

By

Published : Jun 11, 2021, 7:20 AM IST

ଭୁବନେଶ୍ବର: ସ୍କୁଲ ଫି ଛାଡ ନିର୍ଦ୍ଦେଶର ତୃଟି ସୁଧାର ତୁରନ୍ତ ସ୍ପଷ୍ଟ ନିର୍ଦ୍ଦେଶ ନଆଣିଲେ ଆସନ୍ତା 18ରେ ମନ୍ତ୍ରୀ ଓ ସଚିବଙ୍କ ଘର ଆଗରେ ଆମରଣ ଅନଶନ, ଓଡିଶା ଅଭିଭାବକ ମହାସଂଘ ।

ସ୍କୁଲ ଫିକୁ ନେଇ ନିର୍ଦ୍ଦେଶରେ ପରିବର୍ତ୍ତନ କରି ଆଗାମୀ ବର୍ଷ ଭିତରେ ପୁରୁଣା ପଇସା ପୈଠ ପାଇଁ ଆଉ ଏକ ନିର୍ଦ୍ଦେଶନାମା ଆଣିବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବଙ୍କୁ ଦାବି କରିଛି । ଯଦି ଆସନ୍ତା 17ରେ ମଧ୍ୟରେ ଏହି ପରିବର୍ତ୍ତିତ ନିର୍ଦ୍ଦେଶ ନଆଣନ୍ତି ତେବେ ବାଧ୍ୟ ହୋଇ 18 ତାରିଖ ଦିନ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଘର ଆଗରେ ଅଭିଭାବକ ମହାସଂଘ ଆମରଣ ଅନଶନ କରିବ ବୋଲି ଚେତାବନୀ ଦେଇଛି।

ଓଡିଶା ଅଭିଭାବକ ମହାସଂଘର ଚେତାବନୀ: ସ୍କୁଲ ଫି ଛାଡ ନହେଲେ ଆମରଣ ଅନଶନ

ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାର ପୂର୍ବରୁ ଏମ.ଓ.ୟୁ କରିଥିବା ସ୍କୁଲକୁ ଛାଡି ଅନ୍ୟ ସମସ୍ତ ସ୍କୁଲ ପାଠ ପଢ଼ା ଜନିତ ବ୍ୟବହାର ସ୍କୁଲ ଫିରୁ 15% ପ୍ରତିଶତ ଫି ଛାଡ଼ କରି ଫି ଆଦାୟ ପାଇଁ ନିର୍ଦ୍ଦେଶନାମା କରିଥିଲେ । ଯେହେତୁ ଅନଲାଇନ କ୍ଲାସ ହେଉଛି ତେଣୁ ପାଠପଢ଼ା ଜନିତ ବା ବ୍ୟବହାର ଜନିତ ଫିରୁ 15% କାଟି କେବଳ ଫି ଆଦାୟ ହେବ ଓ ଅନ୍ୟ ସବୁ ଅବ୍ୟବହୃତ ଫି ଆଦାୟ ହେବନି l ଯଥା ଇଲେଟ୍ରିକ, ଗାଡି, ସ୍କୁଲ ଖର୍ଚ୍ଚ, ଖେଳ, ସେସନ, ରିଆଡ଼ମିସନ, ବିକାଶ ଖର୍ଚ୍ଚ ଓ ଅନ୍ୟାନ୍ୟ ଅଦରକାରୀ ଖର୍ଚ୍ଚ ଆଦାୟ ନକରି କେବଳ କର୍ମଚାରୀ ଦରମା ଓ ଅନଲାଇନ କ୍ଲାସ ଖର୍ଚ୍ଚ ଆଦାୟ ହେବ l

ସମୁଦାୟ ଖର୍ଚ୍ଚରୁ 15% ଛାଡ ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆମ ରାଜ୍ୟରେ ଭିନ୍ନ ଭିନ୍ନ ସ୍କୁଲ ମାନେ ଭିନ୍ନ ଉପାୟରେ ଫି ଜବରଦସ୍ତି ଆଦାୟ କରୁଛନ୍ତି l ତେଣୁ, କେମିତି ଓ କେଉଁ ଭିତ୍ତିରେ ସ୍କୁଲ ଫିରୁ ଏହି 15% ଛାଡ଼ କରିବେ ସେମିତି କିଛି ସ୍ପଷ୍ଟ ନିର୍ଦ୍ଦେଶ ଏହି ବିଜ୍ଞପ୍ତିରେ ନାହିଁ l ସରକାରଙ୍କ ନିର୍ଦ୍ଦେଶ ମୁତାବକ ଅବ୍ୟବହୃତ ସୁବିଧାର ଫି ପିଲାମାନେ ଦେବେନି l ସ୍କୁଲ ଦେଉଥିବା ଅନ୍ୟାନ୍ୟ ସୁବିଧା ଏ ବର୍ଷ ପିଲାମାନେ ବ୍ୟବହାର କରି ନାହାନ୍ତି l ତେଣୁ ସେହି ଭିତିରେ ସମସ୍ତ ସ୍କୁଲରେ ଅବ୍ୟବହୃତ ସୁବିଧାକୁ ବାଦ ଦେଇ ଫିରୁ 15% ଛାଡ଼ କଲେ ନିର୍ଦ୍ଦେଶ ସଠିକ ଅନୁପାଳନ ହୋଇପାରିବ l ଏହାକୁ ସ୍ପଷ୍ଟ କରି ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ମହାସଂଘ ଲିଖିତ ଭାବେ ଜଣେଇଛି l ଯେହେତୁ କେରଳ, ରାଜସ୍ଥାନ ଭଳି ଆମର ଫି ଆଦାୟକୁ ନେଇ କୌଣସି ସ୍ପଷ୍ଟ ନୀତି ନିର୍ଦ୍ଦେଶ ନାହିଁ, ତେଣୁ ଆଜି ଏ ଅସୁବିଧା ସୃଷ୍ଟି ହୋଇଛି l

ସେପଟେ ଗଣଶିକ୍ଷା ବିଭାଗ ଦେଇଥିବା ନିର୍ଦ୍ଦେଶ ନାମାରେ ଅନେକ ଭ୍ରମାତ୍ମକ ଓ ଦ୍ଵନ୍ଦାତ୍ମକ ଓ ଗୋଳାମାଳିଆ ନିର୍ଦ୍ଦେଶ ରହିଛି, ଯାହା ଫଳରେ ସ୍କୁଲ ମାଫିଆ ମlନେ ଏହାର ସୁଯୋଗ ନେଇ ଲୁଟିବା ଆରମ୍ଭ କରିଦେବେ l ଯେଉଁ ସ୍କୁଲ ମାନେ ନମାନିବେ ତାଙ୍କ ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନର କୌଣସି ଉଲ୍ଲେଖ ନିର୍ଦ୍ଦେଶନାମାରେ ନାହିଁ l ପୂର୍ବରୁ ଅନଲାଇନ ଶିକ୍ଷାଦାନ ହେଉଥିବା ଦୃଷ୍ଟିରୁ ଶିକ୍ଷାଦାନ ଜନିତ ଫିରେ ଛାଡ଼ ବ୍ୟତିତ ଅନ୍ୟାନ୍ୟ ସବୁ ଫିକୁ ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ଆଦାୟ ନକରିବାକୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶର ଏମଓୟୁରେ ଥିଲା l ସ୍କୁଲ ଗୁଡିକ ଏପର୍ଯ୍ୟନ୍ତ ଖୋଲି ନାହିଁ l ତେଣୁ ସ୍କୁଲ ନଖୋଲିବା ପର୍ଯ୍ୟନ୍ତ ସବୁ ନିର୍ଦ୍ଦେଶର ପାଳନ ହେବା ଉଚିତ କଥା l

ଏସବୁକୁ ଲକ୍ଷ ରଖି ଅଭିଭାବକ ମହାସଂଘ ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରି ଆଗାମୀ ବର୍ଷ ଭିତରେ ପୁରୁଣା ପଇସା ପୈଠ ପାଇଁ ଆଉ ଏକ ନିର୍ଦ୍ଦେଶନାମା ଆଣିବାକୁ ମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବଙ୍କୁ ଦାବି କରିଛି l ଯଦି ଆସନ୍ତା 17 ତାରିଖ ମଧ୍ୟରେ ଏହି ପରିବର୍ତ୍ତିତ ନିର୍ଦ୍ଦେଶ ନାମା ନଆଣନ୍ତି ତେବେ ବାଧ୍ୟ ହୋଇ 18 ତାରିଖ ଦିନ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଘର ଆଗରେ ମହାସଂଘ ଆମରଣ ଅନଶନ କରିବ ବୋଲି ଓଡିଶା ଅଭିଭାବକ ମହାସଂଘର ଅଧକ୍ଷ୍ୟ ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି l

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.