ETV Bharat / city

CBSE Term 1 Exam: ଓଡିଆ ବିଷୟରେ ପିଲାଙ୍କୁ କମ୍‌ ନମ୍ବର ଅଭିଯୋଗ

ସିବିଏସଇ ଦଶମ ଓ ଦ୍ବାଦଶ ଶ୍ରେଣୀ ଟର୍ମ 1 ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ଛାତ୍ରଛାତ୍ରୀଙ୍କୁ ଦ୍ବିତୀୟ ଲାଙ୍ଗୁଏଜ ପେପରରେ ଓଡ଼ିଆ ବିଷୟରେ ପିଲାଙ୍କୁ କମ ନମ୍ବର ଦିଆଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢ଼ନ୍ତୁ

CBSE Term 1 Exam: ଓଡିଆ ବିଷୟରେ ପିଲାଙ୍କୁ କମ ନମ୍ବର ଅଭିଯୋଗ

author img

By

Published : Mar 13, 2022, 5:33 PM IST

ଭୁବନେଶ୍ବର: CBSE ଦଶମ ଓ ଦ୍ବାଦଶ ଶ୍ରେଣୀର ଟର୍ମ 1 ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତବର୍ଷ ଏହି ପରୀକ୍ଷା ଦେଇଥିବା ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ଦ୍ବିତୀୟ ଭାଷା(Second Language) ପେପରରେ ଓଡିଆ ବିଷୟରେ ପିଲାଙ୍କୁ ଆକ୍ରୋଶମୂଳକ ଭାବେ କମ ନମ୍ବର ଦିଆଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୋଷ ପ୍ରକାଶ କରିଛନ୍ତି ।

CBSE Term 1 Exam: ଓଡିଆ ବିଷୟରେ ପିଲାଙ୍କୁ କମ ନମ୍ବର ଅଭିଯୋଗ
CBSEରେ ଓଡ଼ିଆ ବିଷୟ ଥିବା ଛାତ୍ରଛାତ୍ରୀଙ୍କୁ କମ୍‌ ନମ୍ବର ଦିଆଯାଇଛି । ଏହ ଟର୍ମ 1 ପରୀକ୍ଷାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ବୋଲି କହିଛନ୍ତି ଅଭିଭାବକ । ଓଡ଼ିଆ ପିଲାଙ୍କ ପ୍ରତି CBSE ବୈମାତୃକ ମନୋଭାବ ପୋଷଣ କରୁଥିବା ଅଭିଯୋଗ ହେଉଛି । ଓଡ଼ିଆ ପିଲାମାନେ ଅନ୍ୟ ବିଷୟ ଗୁଡ଼ିକରେ ଭଲ ନମ୍ବର ପାଇଥିବା ବେଳେ Second Language ବିଷୟରେ କମ୍‌ ନମ୍ବର ରଖୁଛନ୍ତି ।

ଅନ୍ୟପଟେ ହିନ୍ଦୀ ଓ ଅନ୍ୟାନ୍ୟ ଆଞ୍ଚଳିକ ଭାଷା ନେଇଥିବା ପିଲାମାନଙ୍କୁ ଓଡିଆ ପିଲାଙ୍କ ତୁଳନାରେ ଭଲ ନମ୍ବର ପ୍ରଦାନ କରାଯାଇଛି । ଯାହାକୁ ନେଇ ଅସନ୍ତୋଷ ବଢିବା ସହ CBSE ଏହାର ତଦନ୍ତ କରି ପିଲାଙ୍କ Second Language ପେପରର ପୁନଃ ମୂଲ୍ୟାୟନ କରନ୍ତୁ ବୋଲି ଅଭିଭାବକ ମାନେ ଦାବି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.