ETV Bharat / city

‘ମୋ ସରକାର’ ଯୋଜନାକୁ ଶକ୍ତ ଚାପୁଡା: ବ୍ଲକ କାର୍ଯ୍ୟାଳୟକୁ ଆସୁନାହାନ୍ତି ଅଫିସର - panchayatiraj minister

ବାଲିପାଟଣା ବ୍ଲକକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ । ଗସ୍ତ ସମୟରେ ବ୍ଲକରେ ବିଭିନ୍ନ ଅବ୍ୟବସ୍ଥା ହେଉଥିବା ଜାଣି ବିଡିଓଙ୍କୁ ନୋଟିସ କରିଛନ୍ତି ମନ୍ତ୍ରୀ ।

ଡିଜାଇନ ଫଟୋ
author img

By

Published : Oct 21, 2019, 10:28 PM IST

Updated : Oct 22, 2019, 12:00 AM IST

ଭୁବନେଶ୍ବର: 5‘ଟି’ ଓ ମୋ ସରକାରର ସଫଳତାକୁ ନେଇ ରାଜ୍ୟ ସରକାର ଡିଣ୍ଡିମ ପିଟୁଥିବାବେଳେ ଏହାର ବାସ୍ତବ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ଖୋଦ ରାଜଧାନୀ ଉପକଣ୍ଠ ବାଲିପାଟଣା ବ୍ଳକ କାର୍ଯ୍ୟାଳୟରେ । ଲୋକଙ୍କୁ ସୁବିଧା ଅସୁବିଧା ବୁଝିବା ତ ଦୂରର କଥା ସକାଳ 10.40 ସୁଦ୍ଧା ବି କାର୍ଯ୍ୟାଳୟକୁ ଆସୁନାହାଁନ୍ତି ଅଫିସର । ମାସ ମାସ ଧରି ଅନୁପସ୍ଥିତ ରହୁଛନ୍ତି । ଏପରିକି ଉପସ୍ଥାନ ଖାତାରେ ବି ଆସିଥିବା କର୍ମଚାରୀ ଦସ୍ତଖତ କରୁନାହାଁନ୍ତି । ଆଜି ବ୍ଲକକୁ ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଅଚାନକ ଗସ୍ତ ପରେ ଏପରି କିଛି ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ମନ୍ତ୍ରୀ । ଏହା ସହ ଅବ୍ୟବସ୍ଥା ଗୁଡିକର ତଦନ୍ତ କରାଯିବ ବୋଲି ମଧ୍ୟ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆଜି ସକାଳ 10ଟା 40ରେ 5‘ଟି’ ଓ ମୋ ସରକାର ଯୋଜନା କେମିତି ଚାଲିଛି, ପ୍ରଶାସନ କେତେଦୂର ଲୋକଙ୍କ ପାଖରେ ପହଞ୍ଚି ପାରୁଛି ସେ ସବୁର ବାସ୍ତବତା ଜାଣିବା ପାଇଁ ବାଲିପାଟଣା ବ୍ଲକରେ ପହଞ୍ଚିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା । ସାଙ୍ଗରେ ଥିଲେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଦେଶକ ପ୍ରତାପ ଚନ୍ଦ୍ର ଦାଶ । ମନ୍ତ୍ରୀ ପହଞ୍ଚିବା ସମୟରେ ବ୍ଲକ କାର୍ଯ୍ୟାଳୟ ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ଜଗିଥିବାବେଳେ ବିଡିଓଙ୍କ ସମେତ ଅଧିକାଂଶ କର୍ମଚାରୀ ଦପ୍ତରରେ ଅନୁପସ୍ଥିତ ଥିଲେ । ତେବେ ବିଡିଓଙ୍କୁ ଲୋକପାଳଙ୍କ ପାଖରୁ ଡକରା ଆସିଥିବାରୁ ସେ ଅନୁପସ୍ଥିତ ଥିବା ଜଣାପଡିଥିଲା । ସ୍ଥିତି ଅନୁଧ୍ୟାନ ସମୟରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ଭଳି ସାମ୍ନାକୁ ଆସିଥିଲା ଅନେକ ଅବ୍ୟବସ୍ଥା । ଏହି ସମୟରେ ଆରଡବ୍ଲୁଏସଏସ ଯନ୍ତ୍ରୀ ଅନୁପସ୍ଥିତ ଥିବାରୁ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ତତକ୍ଷଣାତ ଫୋନ କରିଥିଲେ ମନ୍ତ୍ରୀ ।

ତେବେ କେବଳ ଆଜି ନୁହେଁ ମାସକୁ ପ୍ରାୟ ସବୁଦିନ ଏହି ଅଧିକାରୀମାନେ ବ୍ଲକ କାର୍ଯ୍ୟାଳୟରେ ଅନୁପସ୍ଥିତ ରହୁଥିବା ସ୍ଥାନୀୟ ଲୋକେ ବିଭାଗୀୟ ମନ୍ତ୍ରୀଙ୍କୁ ଅଭିଯୋଗ କରିଛନ୍ତି । ସେପଟେ ବାଲିପାଟଣା ବ୍ଲକ ଅତିରିକ୍ତ ଉନ୍ନୟନ ଅଧିକାରୀ ନୃସିଂହ ପ୍ରସାଦ ମିଶ୍ର ଏହାକୁ ଖଣ୍ଡନ କରିବା ସହ ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ଲକ କର୍ମଚାରୀଙ୍କୁ ଯିବାକୁ ପଡୁଛି, ତେଣୁ ଏପରି ଅଭିଯୋଗ ଆସୁଥିବା ସେ କହିଛନ୍ତି ।

ସେପଟେ ବ୍ଲକ ପରିସରରେ ଥିବା ପୋଖରୀର ଉନ୍ନତୀକରଣ ପାଇଁ ମନ୍ତ୍ରୀ ନିଜସ୍ବ ପାଣ୍ଠିରୁ ଟଙ୍କା ମଞ୍ଜୁର କରିବେ ବୋଲି କହିଛନ୍ତି । ଏହା ସହ ପ୍ରତ୍ୟେକ ସୋମବାର ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗର ଶୁଣାଣି ହେବା ସହ ଏହି ସମୟରେ ବ୍ଲକର ସମସ୍ତ ଅଧିକାରୀ ଉପସ୍ଥିତ ରହିବେ ବୋଲି ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ, 2018-19 ଆମ ଗାଁ ଆମ ବିକାଶରେ ଯୋଜନାରେ ବ୍ଲକକୁ 9 କୋଟି ଟଙ୍କା ମଞ୍ଜୁର ହୋଇଥିଲା । ସେଥିମଧ୍ୟରୁ ଅଗ୍ରୀମ ଦୁଇ କୋଟି ଟଙ୍କା ଆସିଥିଲା । ତେବେ ଆଜି ସୁଦ୍ଧା ସେଥିରୁ 22 ଲକ୍ଷ ଟଙ୍କା ଖର୍ଚ୍ଚ ହୋଇପାରିଛି । ଯାହା ବ୍ଲକର କାର୍ଯ୍ୟଶୈଳୀ ଉପରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ପଦାରେ ପଡିଲା ମୋ ସରକାର ବାସ୍ତବତା।

Body:5t ଓ ମୋ ସରକାରର ବାସ୍ତବ କାର୍ଯ୍ୟନ୍ଵୟନ ଧରା ପଡିଲା।5tର ମହାପ୍ରଭାଵ।ବାଲିପାଟଣା ବ୍ଳକରେ ଅଚାନକ ପରିଦର୍ଶନ କରି ସରଜମିନ ତଦନ୍ତ କଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।ଆଳୁ ଖୋଲୁ ଖୋଳୁ ମହାଦେବ ବାହାରିଲା ଭଳି ସାମ୍ନାକୁ ଆସିଲା ଅନେକ ଅବ୍ୟବସ୍ଥା।ଯାହାକୁ ନେଇ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ନୋଟିସ ଜାରି କରିଛନ୍ତି ବିଭାଗୀୟ ମନ୍ତ୍ରୀ।କେବଳ ବ୍ଲକ ଉନ୍ନୟନ ଅଧିକାରୀ ନୁହନ୍ତି ବ୍ଲକରେ ଥିବା ଏକାଧିକ ବିଭାଗରେ ଅବ୍ୟବସ୍ଥା ସାମ୍ନାକୁ ଆସିଛି ଯାହାର ତଦନ୍ତ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ।

ସମୟ ସକାଳ ୧୦.୪୦ ,ସ୍ଥାନ ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବ୍ଲକ ଜିଲ୍ଲା ଖୋର୍ଦ୍ଧା। 5t ଓ ମୋ ସରକାର ଆଧାରରେ କେମିତି ଚାଲିଛି ସରକାର ସାଧାରଣ ଲୋକଙ୍କ ସୁବିଧା କଣ ଅସୁବିଧା କଣ ,ପ୍ରଶାସନ କେତେଦୂର ଲୋକଙ୍କ ପାଖେ ପହଁଚିପାରୁଛି।ଏ ସବୁର ବାସ୍ତବତା ଜାଣିବା ପାଇଁ ବାଲିପାଟଣା ବ୍ଲକରେ ପହଞ୍ଚିଥିଲେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା।ସାଙ୍ଗରେ ଥିଲେ ପଞ୍ଚାୟତିରାଜ ବିଭାଗର ନିର୍ଦ୍ଧେଶକ ପ୍ରତାପ ଚନ୍ଦ୍ର ଦାଶ।ମନ୍ତ୍ରୀ ପହଂଚିଲା ସମୟରେ ଅଫିସ ଜଗିଥିଲେ ବ୍ଲକ ଉପଉନ୍ନୟନ ଅଧିକାରୀ । ଅଧିକାଂଶ କର୍ମଚାରୀ ଦପ୍ତରରେ ଅନୁପସ୍ଥିତ ଥିଲେ।ମୁଖ୍ୟ କଥା ମନ୍ତ୍ରୀ ବ୍ଲକ ରେଜିଷ୍ଟରରେ ଦୈନିକ ଉପସ୍ଥାନ ପଡୁନାହିଁ ବୋଲି ଦେଖିବାକୁ ପାଇଥିଲେ।ମନ୍ତ୍ରୀ ବ୍ଲକର ଗ୍ରାଉଣ୍ଡ ଜିରୋ ରିପୋର୍ଟ ଦେଖି ଜାଣିବାକୁ ପାଇଲେ ବିକାଶର ନଗ୍ନ ଚିତ୍ର।

ବିଭାଗୀୟ ମନ୍ତ୍ରୀ ସରଜମିନ ତଦନ୍ତ ପରେ ଜାଣିବାକୁ ପାଇଲେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ।ଏ କେବଳ ଆଜି ଗୋଟିଏ ଦିନ ନୁହେଁ ,ଅଚାନକ ଗସ୍ତ ପ୍ରମାଣିତ କଲା ନିୟମିତ ଭାବରେ ବ୍ଲକର ବିଭିନ୍ନ ବିଭାଗର ଅଧିକାରୀ ମାନେ ଆସନ୍ତିନାହିଁ କାର୍ଯ୍ୟକୁ ,ଲୋକଙ୍କର ଅସୁବିଧା ଶୁଣିବାତ ଦୂରର କଥା ସେମାନଙ୍କୁ ବ୍ଳକରେ ଦେଖିବାକୁ ମିଳେନାହିଁ।ବିଭିନ୍ନ ବିଭାଗର ଯନ୍ତ୍ରୀ,କୃଷି ବିଭାଗ, ଉଦ୍ୟାନ ବିଭାଗ ,ପାନୀୟଜଳ ବିଭାଗର ଅଧିକାରୀ ଙ୍କ ଅନୁପସ୍ଥିତ ମନ୍ତ୍ରୀଙ୍କୁ ଆଶ୍ଚର୍ଯ୍ୟ କରିଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଭୁବନେଶ୍ୱର ଉପକଣ୍ଠ ସିନା ହେଲେ ଆମେ ଭାବୁଛୁ ବାଲିପାଟଣା କୌଣସି ଆଦିବାସୀ ଅଧ୍ୟୁଷିତ ଅଂଚଳ ବୋଲି।ବ୍ଲକ ଉନ୍ନୟନ ଅଧିକାରୀ ମାସରେ କେବଳ ୫ ଦିନ ପାଇଁ ଆସନ୍ତି।ଅଧିକାଂଶ ଦିନ ବ୍ଲକ ରେ ଲୋକମାନଙ୍କ ଅଭିଯୋଗ ଶୁଣିବାକୁ କେହିନଥାନ୍ତି।ବାରମ୍ବାର ଦୌଡ଼ିକି ନିରାଶ ହେବା ପରେ ଲୋକମାନେ ଆଜି ବିଭାଗୀୟ ମନ୍ତ୍ରୀଙ୍କୁ ଭେଟି ନିଜର ଦୁଃଖ ଜାହିର କରିଛନ୍ତି।

ଆସନ୍ତୁ ଶୁଣିବା ବିଭାଗୀୟ ମନ୍ତ୍ରୀ ଅଚାନକ ପରିଦର୍ଶନ କରିବା ପରେ କଣ କଣ ସାମ୍ନା କରିଥିଲେ।ସୋମବାର ହୋଇଥିବାରୁ ଅଭିଯୋଗ ଦିବସ ଭାବି ଅଚାନକ ପରିଦର୍ଶନ କରିଥିଲି।ଦୁର୍ଭାଗ୍ୟର କଥା ବିଡ଼ିଓ ଓ ଅଧିକାଂଶ ଅଧିକାରୀ ଅନୁପସ୍ଥିତ ଅଛନ୍ତି।ବିଡ଼ିଓ ଲୋକପାଳ କେଶ ଆଟେଣ୍ଡ କରିବାକୁ ଯାଇଛନ୍ତି ବୋଲି ଖବର ମିଳିଛି ,ତାହାର ସତ୍ୟତା କାଗଜ,ପ୍ରମାଣପତ୍ର ଦେଖିବୁ।ସାଧାରଣ ଲୋକଙ୍କ ଅଭିଯୋଗକୁ ଅନୁଧ୍ୟାନ କରାଯିବ।ଆଜି ଅନୁପସ୍ଥିତ ଥିବା ଅଧିକାରୀ ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହେବ।ସୂଚନା ଅନୁସାରେ ବାଲିପାଟଣା ବ୍ଲକ ରେ ପିଏମ ଆବାସ ଯୋଜନ କାର୍ଯ୍ୟକାରିତା ଠିକ ଅଛି,ଆମ ଗାଁ ଆମ ବିକାଶର ଅଗ୍ରଗତି ହେଉନାହିଁ।ଦାୟିତ୍ୱରେ ଥିବା ତହସିଲଦାର ଙ୍କୁ ଗୃହ କାର୍ଯ୍ୟ ସରିବା ପାଇଁ ନିର୍ଦେଶ ଦିଆଯାଇଛି।ସ୍ୱଚ୍ଛ ଭାରତ ଟଏଲେଟ କାର୍ଯ୍ୟ ଖୁବ ଶୀଘ୍ର ତ୍ୱରାନ୍ୱିତ ହେବ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି।

ସେପଟେ ବାଲିପାଟଣା ବ୍ଲକ ଉପ ଉନ୍ନୟନ ଅଧିକାରୀ ନୃସିଂହ ପ୍ରସାଦ ମିଶ୍ରଙ୍କ ଯୁକ୍ତି ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ବ୍ଲକ କର୍ମଚାରୀଙ୍କୁ ଯିବାକୁ ପଡୁଛି,ଆଜି ବିଭାଗୀୟ ମନ୍ତ୍ରୀ ବ୍ଲକ ଗସ୍ତ କରି ବିଭିନ୍ନ ଯୋଜନା ବିଷୟରେ ଆଲୋଚନା କରିଛନ୍ତି।ଗ୍ରାମୀଣ ବିକାଶ,ଆମ ଗାଁ ଆମ ବିକାଶ ,ବାତ୍ୟା ଫନି ପରେ ବିଭିନ୍ନ କାର୍ଯ୍ୟକ୍ରମ ତଦାରଖ କରିଛନ୍ତି।ବିଡ଼ିଓ ଲୋକପାଳ କୋର୍ଟ ଯୋଗୁ ଅନୁପସ୍ଥିତ ଥିଲେ।ଦୈନିକ ରେଜିଷ୍ଟର ରେ ଅଧିକାଂଶ ଅଧିକାରୀ, ଯନ୍ତ୍ରୀ ଦସ୍ତଖତ କରିନଥିଲେ।

ଭାତ ହାଣ୍ଡିରୁ ଏ ହେଉଛି ଗୋଟିଏ ନମୁନା।କେମିତି ଚାଲିଛି ମୋ ସରକାର , କେମିତି 5t ଲୋକଙ୍କ ପାଖରେ ପହଁଚୁଛି ଏ ହେଉଛି ତାର ବାସ୍ତବ ଉଦାହରଣ।ବିଭିନ୍ନ ସ୍ଥାନରେ ସରଜମିନ ତଦନ୍ତ ପରେ ପଦାକୁ ଆସିଛି ଅନେକ ଅସମାହିତ ପ୍ରଶ୍ନ,ଅନେକ ଅଡୁଆ ସୁତା ।ମନ୍ତ୍ରୀ ବା ଉଚ୍ଚ ଅଧିକାରୀଙ୍କ ଅଚାନକ ଗସ୍ତ ଲୋକଙ୍କର ସରକାରୀ ଅଧିକାରୀଙ୍କ ଠକିବା ମାନସିକତାକୁ ବଦଳେଇ ପାରିବ ତ।ଗତ କିଛି ଦିନ ହେଲା ରାଜ୍ୟ ସରକାର ମୋ ସରକାର ଓ 5t ଆଧାରରେ ସାଧାରଣ ଲୋକଙ୍କ ଉନ୍ନୟନ ପାଇଁ ଯୋଜନା ଉପରେ ଯୋଜନା ଲୋକାର୍ପଣ କରୁଛନ୍ତି,ହେଲେ ଖୋଦ ରାଜ୍ୟ ରାଜଧାନୀ ଭୁବନେଶ୍ବର ଉପକଣ୍ଠରେ ଥିବା ବାଲିପାଟଣା ବ୍ଲକରେ ଏଭଳି ସ୍ଥିତି ମୋ ସରକାରର କାର୍ଯ୍ୟକାରିତା ଉପରେ ପ୍ରଶ୍ନ ଉଠାଉଛି।

Conclusion:
Last Updated : Oct 22, 2019, 12:00 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.