ETV Bharat / city

MGNREGAରେ କିଏ ଖର୍ଚ୍ଚ କରିଛନ୍ତି କେତେ ? ବିଧାନସଭାରେ ବିସ୍ତୃତ ତଥ୍ୟ - MGNREGA fund spending information

MGNREGA ଯୋଜନାରେ କେନ୍ଦ୍ର ଓ ରାଜ୍ୟ କିଏ କେତେ ଖର୍ଚ୍ଚ କରିଛନ୍ତି ଗୃହରେ ତାହାର ତଥ୍ୟ ପ୍ରଦାନ କରିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ । ଅଧିକ ପଢ଼ନ୍ତୁ...

MGNREGAରେ କେତେ ଖର୍ଚ୍ଚ କିଏ କରିଛନ୍ତି ? ବିଧାନସଭାରେ ମିଳିଲା ତଥ୍ୟ

author img

By

Published : Sep 7, 2021, 4:27 PM IST

ଭୁବନେଶ୍ବର: MGNREGA ଯୋଜନାରେ କେନ୍ଦ୍ର ଓ ରାଜ୍ୟ କିଏ କେତେ ଖର୍ଚ୍ଚ କରିଛନ୍ତି ? MGNREGA(Mahatma Gandhi National Rural Employment Guarantee Act) ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅନୁଦାନ କେତେ ରହିଛି ସେନେଇ ଆଜି ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ।

କେଉଁ ଭାଗରେ କେତେ ଶତାଂଶ କେନ୍ଦ୍ରୀୟ ଅନୁଦାନ ଓ କେତେ ଶତାଂଶ ରାଜ୍ୟ ବଜେଟରୁ ଦିଆଯାଇଛି ତାହାର ତଥ୍ୟ ଦେଇଛନ୍ତି ମନ୍ତ୍ରୀ । ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ MGNREGA ଯୋଜନାରେ କେତେ ପାଣ୍ଠି କେନ୍ଦ୍ରୀୟ ସହାୟତାରୁ ଓ କେତେ ପାଣ୍ଠି ରାଜ୍ୟ ବଜେଟରୁ ଖର୍ଚ୍ଚ ହୋଇଛି, କେତେ କାମ ହୋଇଛି, ସହ ବ୍ଳକୱାରୀ ଓ ଜିଲ୍ଲାୱାରୀ ତଥ୍ୟ ମାଗିଥିଲେ ବିଧାୟକ। ଯାହାର ଉତ୍ତର ମନ୍ତ୍ରୀ ଦର୍ଶାଇଛନ୍ତି ଯେ ମନରେଗା ଅଧୀନରେ ମଜୁରି ଉପାଦାନ ପାଇଁ କେନ୍ଦ୍ରୀୟ ଅଂଶ ୧୦୦ ପ୍ରତିଶତ ରୁହେ।

ତେବେ ମନରେଗା ଅଧୀନରେ ସାମଗ୍ରୀ ଉପାଦାନ ପାଇଁ କେନ୍ଦ୍ରୀୟ ଅଂଶ ୭୫ ପ୍ରତିଶତ ଓ ମନରେଗା ଅଧୀନରେ ସାମଗ୍ରୀ ଉପାଦାନ ପାଇଁ ରାଜ୍ୟ ଅଂଶ ୨୫ ପ୍ରତିଶତ ରହିଥିବା ନେଇ ମନ୍ତ୍ରୀ ଦର୍ଶାଇଛନ୍ତି। ଏହାସହ ମନରେଗା ଯୋଜନା କାର୍ଯ୍ୟକାରୀ କରିବା ପାଇଁ ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ କେନ୍ଦ୍ର ସରକାର ରାଜ୍ୟକୁ ଦେଇଥିବା ଅନୁଦାନ ଓ ରାଜ୍ୟ ସରକାର ନିଜସ୍ବ ବଜେଟରେ ଦେଇଥିବା ମ୍ୟାଚିଂ ସେୟାରରେ (Matching Share)ର ବର୍ଷୱାରୀ ମିଳିଥିବା ତଥ୍ୟରେ ଉତ୍ତର ଦେଇଛନ୍ତି ମନ୍ତ୍ରୀ ।

ସେ ଦର୍ଶାଇଛନ୍ତି ଯେ ୨୦୧୭-୧୮ ରେ କେନ୍ଦ୍ର ସରକାର ରାଜ୍ୟକୁ ତାଙ୍କ ଅଂଶ ବାବଦରେ ୨୧୯୮.୪୯ କୋଟି, ୨୦୧୮-୧୯ରେ ୨୧୬୩ ୨୮ କୋଟି, ୨୦୧୯-୨୦ରେ ୨୪୩୨.୮୭ କୋଟି, ୨୦୨୦-୨୧ରେ ୫୨୩୯.୫୩ କୋଟି ଓ ୨୦୨୧-୨୨ରେ ୩୨୮୨.୮୯ କୋଟି ଟଙ୍କା ଅନୁଦାନ ଦେଇଛନ୍ତି । ସେହିପରି ରାଜ୍ୟ ସରକାର ତାଙ୍କ ଅନୁଦାନ ଅଂଶ ବାବଦରେ ୨୦୧୭-୧୮ ରାଜ୍ୟ ଅଂଶ ବାବଦରେ୧୯୬.୩୭ କୋଟି, ୨୦୧୮-୧୯ରେ ୨୯୨.୬୪ କୋଟି, ୨୦୧୯-୨୦ରେ ୫୫.୭୦ କୋଟି ଓ ୨୦୨୦-୨୧ରେ ୧୯୬.୬୬ କୋଟି, ୨୦୨୧-୨୨ରେ ୧୯.୧୧କୋଟି ଟଙ୍କା ରହିଛି ।

ଏହାସହ ୪ଟି ଜିଲ୍ଲା ଯଥା କଳାହାଣ୍ଡି, ନୂଆପଡ଼ା, ବରଗଡ଼, ବଲାଙ୍ଗୀରର ୨୦ଟି ଦାଦନ ପ୍ରବଣ ବ୍ଲକ ପାଇଁ ୨୦୧୯-୨୦ ଓ ୨୦୨୦-୨୧ ଆର୍ଥିକ ବର୍ଷରେ ଯଥାକ୍ରମେ ୧୦୦ କୋଟି ଟଙ୍କା ଏବଂ ୪୦୦ କୋଟି ଟଙ୍କାର ଅତିରିକ୍ତ ରାଜ୍ୟ ଅଂଶ ପ୍ରଦାନ କରାଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ଏପ୍ରିଲ ୧ ୨୦୨୧ରୁ ଜୁନ୍ ୩୦ ତାରିଖ ମଧ୍ୟରେ ମନରେଗା ଅଧୀନରେ କାର୍ଯ୍ୟ କରିଥିବା ପ୍ରତ୍ୟେକ ଶ୍ରମିକମାନଙ୍କ ପାଇଁ ଦୈନିକ ୫୦ଟଙ୍କା ହିସାବରେ ସ୍ଵତନ୍ତ୍ର କୋଭିଡ ସହାୟତା ବାବଦରେ ୩୫୨.୯୭ କୋଟି ଟଙ୍କା ପ୍ରଦାନ କରାଯାଇଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.