ETV Bharat / city

Odisha Assembly: ହଟ୍ଟଗୋଳ ମଧ୍ୟରେ ପଞ୍ଚାୟତ ସଂଶୋଧନ ବିଲ ପାରିତ

author img

By

Published : Sep 8, 2021, 5:21 PM IST

ବୁଧବାର ଗୃହରେ ପାରିତ ହୋଇଛି ପଞ୍ଚାୟତିରାଜ ବିଲ୍ । ସମ୍ବିଧାନର ଅନୁଚ୍ଛେଦ 243-Dରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ଅଧିକ ପଢ଼ନ୍ତୁ...

Odisha Assembly: ହଟ୍ଟଗୋଳ ମଧ୍ୟରେ ପଞ୍ଚାୟତିରାଜ ବିଲ ପାରିତ

ଭୁବନେଶ୍ବର: ବୁଧବାର ଗୃହରେ ପାରିତ ହୋଇଛି ପଞ୍ଚାୟତ ସଂଶୋଧନ ବିଲ । ସମ୍ବିଧାନର ଅନୁଚ୍ଛେଦ 243-Dରେ ପଞ୍ଚାୟତିରାଜ ଅନୁଷ୍ଠାନ ମାନଙ୍କରେ ସ୍ଥାନ ସଂରକ୍ଷଣର ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥାରେ ରାଜ୍ୟ ସରକାର ପଛୁଆ ବର୍ଗ ନାଗରିକଙ୍କ ପାଇଁ ଆବଶ୍ୟକତା ମତେ ସ୍ଥାନ ସଂରକ୍ଷଣ କରିବା ସ୍ଵତନ୍ତ୍ର ରହିବେ । ଏହି ପରିପ୍ରେକ୍ଷୀରେ ରାଜ୍ୟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ 1964, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ 1959 ଓ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ 1991ରେ ପଛୁଆ ବର୍ଗ ନାଗରିକଙ୍କ ପାଇଁ 27% ସ୍ଥାନ ସଂରକ୍ଷଣ ପାଇଁ ବ୍ୟବସ୍ଥା ରହିଛି ।

ସେହିଭଳି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ପାଇଁ ସମ୍ବିଧାନର ବ୍ୟବସ୍ଥା ମୁତାବକ ସେମାନଙ୍କ ଜନସଂଖ୍ୟା ଅନୁପାତରେ ସ୍ଥାନ ସଂରକ୍ଷଣ କରାଯାଇଛି । ଏହି ପରିପ୍ରେକ୍ଷୀରେ କେତେକ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ପଛୁଆ ବର୍ଗ ନାଗରିକଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନ ସଂରକ୍ଷଣର ପରିମାଣ 50%ରୁ ଊର୍ଦ୍ଧ୍ଵ ହୋଇଛି । ଓଡ଼ିଶା ଉଚ୍ଚ ନ୍ୟାୟାଳୟ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ପଛୁଆ ବର୍ଗର ନାଗରିକ ମାନଙ୍କ ପାଇଁ ସମୁଦାୟ ସ୍ଥାନ ସଂରକ୍ଷଣର ସର୍ବୋଚ୍ଚ ସୀମା 50%କୁ ଅତିକ୍ରମ କରିବା ଉଚିତ ନୁହେଁ ବୋଲି ରାୟ ପ୍ରକାଶ କରିଥିଲେ । ରାଜ୍ୟ ସରକାରଙ୍କୁ ନ୍ୟାୟାଳୟଙ୍କ ଉପରୋକ୍ତ ଆଦେଶର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଥିଲେ l

ଏହି ରାୟ ତଥା ସମ୍ବିଧାନର ବ୍ୟବସ୍ଥା ମୁତାବକ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ 1964, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ 1959, ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ 1991ରେ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ପାଇଁ ଉପଲବ୍ଧ ବ୍ୟବସ୍ଥାରେ କୌଣସି ସଂଶୋଧନର ଆବଶ୍ୟକତା ନାହିଁ l କିନ୍ତୁ କେ. କ୍ରିଷ୍ଣାମୂର୍ତ୍ତି ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଆଧାରରେ ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅନୁପାଳନ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନଗୁଡିକରେ ନିର୍ବାଚନରେ ସ୍ଥାନ ସଂରକ୍ଷଣକୁ 50% ମଧ୍ୟରେ ସୀମିତ ରଖିବା ଆବଶ୍ୟକ ହେଉଛି ।

ଏହି ପରିସ୍ଥିତିରେ ପଛୁଆବର୍ଗ ନାଗରିକ ମାନଙ୍କ କ୍ଷେତ୍ରରେ ପ୍ରଚଳିତ ବିଧିବ୍ୟବସ୍ଥାରେ ପରିବର୍ତ୍ତନ ଆବଶ୍ୟକତା ରହିଛି l ଏଣୁ ରାଜ୍ୟ ସରକାରଙ୍କ ନିକଟରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ 1964, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ 1959 ଓ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ 1991ରେ ସଂପୃକ୍ତ ବ୍ୟବସ୍ଥା ଗୁଡିକର ସଂଶୋଧନ ବ୍ୟତୀତ ଅନ୍ୟ ବିକଳ୍ପ ନାହିଁ l ଏଣୁ ରାଜ୍ୟ ସରକାର ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ନିର୍ବାଚନ ପାଇଁ ପଛୁଆବର୍ଗ ନାଗରିକ ମାନଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନର ସର୍ବୋଚ୍ଚ ସ୍ଥାନ ସଂରକ୍ଷଣର ସୀମାକୁ 27% ମଧ୍ୟରେ ସୀମିତ ରଖି ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ତଥା ପଛୁଆ ବର୍ଗର ନାଗରିକ ମାନଙ୍କ ପାଇଁ ସମୁଦାୟ ସ୍ଥାନ ସଂରକ୍ଷଣର ସର୍ବୋଚ୍ଚ ସୀମାକୁ 50% ରଖିବା ପାଇଁ ଉପରୋକ୍ତ ଅଧିନିୟମ ଗୁଡିକରେ ସଂଶୋଧନ ପାଇଁ ପ୍ରସ୍ତାବ ଦେଇଥିଲେ । ମଙ୍ଗଳବାର ବିଧାନସଭାରେ ପଞ୍ଚାୟତିରାଜ ବିଲ୍ ଆଗତ କରାଯାଇଥିବା ବେଳେ ଆଜି ଗୃହରେ ହଟ୍ଟଗୋଳ ମଧ୍ୟରେ ଏହି ବିଲ୍ ପାରିତ ହୋଇଛି ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.