ETV Bharat / city

ଜୁନରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କଲା କେନ୍ଦ୍ର - ପଙ୍ଗପାଳ ବିପଦ

ଓଡିଶା ପ୍ରତି ପଙ୍ଗପାଳ ବିପଦ ରହିଛି । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର । କେନ୍ଦ୍ରଠାରୁ ଏହି ସଂକେତ ମିଳିବା ପରେ ଏବେ ଓୟୁଏଟି ପୁରା ଦମରେ କାମ ଚଳାଇଛି । ସେଥିପାଇଁ ଓୟୁଏଟି ପକ୍ଷରୁ ଏକ ଟିମ ଗଠନ କରାଯାଇଛି ବୋଲି ଓୟୁଏଟି ଡିନ ଲଳିତମୋହନ ଗଡ଼ନାୟକ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

ଜୁନରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କଲା କେନ୍ଦ୍ର

author img

By

Published : May 31, 2020, 1:34 PM IST

ଭୁବନେଶ୍ବର: ଓଡିଶା ପ୍ରତି ପଙ୍ଗପାଳ ବିପଦ ରହିଛି । ଏନେଇ ସ୍ପଷ୍ଟ କରିଛି କେନ୍ଦ୍ର । କେନ୍ଦ୍ରଠାରୁ ଏହି ସଂକେତ ମିଳିବା ପରେ ଏବେ ଓୟୁଏଟି ପୁରା ଦମରେ କାମ ଚଳାଇଛି । ସେଥିପାଇଁ ଓୟୁଏଟି ପକ୍ଷରୁ ଏକ ଟିମ ଗଠନ କରାଯାଇଛି ବୋଲି ଓୟୁଏଟି ଡିନ ଲଳିତମୋହନ ଗଡ଼ନାୟକ ସୂଚନା ଦେଇଛନ୍ତି ।

ସେହିପରି ଜୁନରେ ପଙ୍ଗପାଳ ଦଳ ବିହାର ଓ ଓଡିଶାକୁ ଆସିବାର ସମ୍ଭାବନା ନେଇ କେନ୍ଦ୍ର ସରକାର ସୂଚନା ଦେଇଥିବା ସେ ଉଲ୍ଲେଖ କରିଛନ୍ତି । ମୌସୁମୀ ପୂର୍ବରୁ ଆସିବେ ଓ ବର୍ଷା ଆରମ୍ଭ ହେଲେ ପଳେଇବେ ବୋଲି କହିଛନ୍ତି ଓୟୁଏଟି ଡିନ ।

ଜୁନରେ ଓଡିଶାକୁ ଆସିପାରନ୍ତି ପଙ୍ଗପାଳ, ସତର୍କ କଲା କେନ୍ଦ୍ର

ଗତକାଲି ଓୟୁଏଟି ପକ୍ଷରୁ ଏକ ବୈଠକ କରାଯାଇଥିବା ବେଳେ ପଙ୍ଗପାଳ ମୁକାବିଲା ପାଇଁ ଖୁବ ଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ସେ କହିଛନ୍ତି । ଅନ୍ୟ ପକ୍ଷରେ ଏନେଇ ଚାଷୀମାନଙ୍କୁ ସଚେତନ କରାଯିବ ।

ଅନ୍ୟପକ୍ଷରେ ସେ କହିଛନ୍ତି, ଦୈନିକ ରିପୋର୍ଟ ଜିଲ୍ଲା ଓ ବ୍ଲକ ସ୍ତରରୁ ଅଣାଯିବା ପାଇଁ କୃଷି ନିର୍ଦ୍ଦେଶକଙ୍କ ଅଧୀନରେ ଏକ କଣ୍ଟ୍ରୋଲ ରୁମ ଖୋଲା ଯାଇଛି । ପରିସ୍ଥିତିର ମୁକାବିଲା ପାଇଁ ପର୍ଯ୍ୟାପ୍ତ ପରିମାଣର ଔଷଧ ଯଥା malathaion, chlorpyriphus, ଡେଲ୍ଟାମେଥନୀ ରଖିବା ପାଇଁ ସରକାରଙ୍କୁ କୁହାଯାଇଛି । ମୁକାବିଲାରେ ସାହାଯ୍ୟ ପାଇଁ ବଡ଼ ବଡ ସ୍ପେୟର ସହ ଟ୍ରାକ୍ଟର ଉପଯୋଗ କରାଯିବାକୁ କୁହାଯାଇଛି । ଏହା ସହ ସବୁ ଝିଣ୍ଟିକା ପଙ୍ଗପାଳ ନୁହେଁ ବୋଲି ସେ ସୂଚନା ଦେଇଛନ୍ତି । ସେହିପରି 60ବର୍ଷ ତଳେ ପଙ୍ଗପାଳ ଆସିଥିବା କଥା ବିଧ୍ୟାଧରପୁର ଧାନ ଗବେଷଣା କେନ୍ଦ୍ରର କୀଟ ତତ୍ତ୍ବବିତ ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ହଳଦିଆ ରଙ୍ଗର ପଙ୍ଗପାଳ ବିପଦର କାରଣ ହେଉନଥିବା ବେଳେ ପିଙ୍କ ପଙ୍ଗପାଳ କ୍ଷତିକାରକ ହୋଇଥିବା ସେ ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.