ଭୁବନେଶ୍ବର:ଆଉ କଷ୍ଟ ସହିବେନି କର୍କଟ ରୋଗୀ, କାରଣ ରୋଗୀଙ୍କ କଷ୍ଟ ଦୂର କରିବା ପାଇଁ ଜିଲ୍ଲା ସ୍ତରରେ ଆରମ୍ଭ ହେଲା ପାଲିଆଟିଭ କେୟାର ପ୍ରୋଗ୍ରାମ । ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି ।

32ଟି ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟରେ ରହିବ ଏହି ବ୍ୟବସ୍ଥାା । 10 ଟି ଜିଲ୍ଲାରେ ଆରମ୍ଭ ହୋଇଛି ଏହି ବ୍ୟବସ୍ଥା । ବ୍ୟବସ୍ଥା ଲାଗୁ କରିବା ପାଇଁ 10 ଲକ୍ଷ ଟଙ୍କା ଲେଖାଏଁ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 6ଟି ବେଡ଼ର ସୁବିଧା ରହିବ ।

ହୃଦରୋଗ, ଯକୃତ ଭଳି ଦୂରାରୋଗ୍ୟର ଚିକିତ୍ସା ହେବା ନେଇ ସୂଚନା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଆଜି ଲୋକସେବା ଭବନରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ସ୍ଵାସ୍ଥ୍ୟମନ୍ତ୍ରୀ ,ସ୍ଵାସ୍ଥ୍ୟ ସଚିବ ଓ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ