ETV Bharat / city

ଓଡିଆଙ୍କ ପ୍ରାଣ ପଖାଳ, କଂସାଏରେ ଆତ୍ମତୃପ୍ତି

ଆଜି ପଖାଳ ଦିବସ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।

ଓଡିଆଙ୍କ ପ୍ରାଣ ପଖାଳ
ଓଡିଆଙ୍କ ପ୍ରାଣ ପଖାଳ
author img

By

Published : Mar 20, 2021, 7:38 AM IST

ଭୁବନେଶ୍ବର: ଆଜି ପଖାଳ ଦିବସ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।

ତେବେ ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟ୍ବିଟରରେ ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ବର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଖାସ କରି ଭୁବନେଶ୍ବରର ବିଭିନ୍ନ ବଡ ବଡ ହୋଟେଲ ମାନଙ୍କରେ ପଖାଳ ଦିବସ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଥାଏ ।

ଓଡିଆଙ୍କ ପ୍ରାଣ ପଖାଳ

ତେବେ ସାଧାରଣତଃ ବାସି ପଖାଳର ସ୍ବାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା ଥାଏ। । ଭାତ ଟିକିଏ ଖାଇ ତୋରାଣି ପିଇ ଦେଲେ ପେଟ ଶାନ୍ତି ହୋଇଯାଏ । ଘରମାନଙ୍କରେ ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ପୀଠଉ ଭଜା, ଚୁନା ମାଛ ଭଜା, ପୋହଳା ମାଛ ଭଜା ଆଦି ବିଭିନ୍ନ ପ୍ରକାରର ଡିସ୍‌ ତିଆରି ହୋଇଥାଏ ।

ହୋଟେଲ ମାନଙ୍କରେ ମଧ୍ୟ ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ସ୍ବତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ । ବଡବଡ ହୋଟେଲରେ ପଖାଳ ସହ ଖାଇବାକୁ ନାନାପ୍ରକାରର ଡିସ ସାଙ୍ଗକୁ ବିଭିନ୍ନ ରକମର ପଖାଳ ମିଳିଥାଏ । ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ ଇତ୍ୟାଦି ।

ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଛପନ ଭୋଗ ମଧ୍ୟରେ ବି ଏହା ଅନ୍ତର୍ଭୁକ୍ତ । ଖରାଦିନେ ଦେହରେ ତାପମାତ୍ରା ନିୟନ୍ତ୍ରଣ ରଖିବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଏହା ଏକ ଉପାଦେୟ ଖାଦ୍ୟ । ଆଜି ବିଶ୍ବ ପଖାଳ ଦିବସ ଅବସରରେ ଗାଁଠୁ ସହର....ପଖାଳ ବାସ୍ନାରେ ମହକିଛି ସଭିଙ୍କ ହାଣ୍ଡିଶାଳ । ରାଜଧାନୀରେ ବି ଆଜି ଓଡିଆଙ୍କ ପାରମ୍ପରିକ ଖାଦ୍ୟ ପଖାଳର କ୍ରେଜ ଦେଖିବାକୁ ମିଳିଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.