ETV Bharat / city

Padma Awards: ସମ୍ମାନିତ ହେଲେ ୬ ଓଡିଆ, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

author img

By

Published : Nov 9, 2021, 9:52 PM IST

୨୦୨୧ ବର୍ଷ ପାଇଁ ସମ୍ମାନିତ ହୋଇଛନ୍ତି ପଦ୍ମ ବିଜେତା । ପଦ୍ମ ବିଭୂଷଣରେ ସମ୍ମାନିତ ହେଲେ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁ । ଅନ୍ୟ ୫ ବିଶିଷ୍ଟ ଓଡିଆଙ୍କୁ ପଦ୍ମଶ୍ରୀ । ଅଧିକ ପଢନ୍ତୁ...

Padma Awards 2021: ସମ୍ମାନିତ ହେଲେ ୬ ଓଡିଆ, ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣ

ଭୁବନେଶ୍ବର: ୨୦୨୧ ବର୍ଷ ପାଇଁ ସମ୍ମାନିତ ହୋଇଛନ୍ତି ପଦ୍ମ ବିଜେତା । ଆଜି ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ବିଭିନ୍ନ କ୍ଷେତ୍ରରେ ବିଶେଷ ଅବଦାନ ପାଇଁ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି ଦେଶର ଯୋଗ୍ୟ ସନ୍ତାନ । ସେହିପରି ଓଡ଼ିଶାରୁ ଆଜି ମୋଟ ୬ ଜଣ ଏହି ସମ୍ମାନଜନକ ପଦ୍ମ ଆଓ୍ବାର୍ଡ ଗ୍ରହଣ କରିଛନ୍ତି । ତେବେ ଗତକାଲି ମଧ୍ୟ ପଦ୍ମ ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା ।

ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ସୁଦର୍ଶନ ସାହୁଙ୍କୁ ପଦ୍ମ ବିଭୂଷଣରେ ସମ୍ମାନିତ କରାଯାଇ ଥିବାବେଳେ କଳା ପାଇଁ ପୂର୍ଣ୍ଣମାସୀ ଜାନି, ସାହିତ୍ୟ ପାଇଁ ରଜତ କରଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଛି । ସେହିପରି ଶିକ୍ଷା ପାଇଁ ନନ୍ଦ କିଶୋର ପୃଷ୍ଟି, ସାମାଜ ସେବା ପାଇଁ ଶାନ୍ତି ଦେବୀ ଓ ମେଡିସିନ କ୍ଷେତ୍ରରେ କୃଷ୍ଣ ମୋହନ ପାଢ଼ୀଙ୍କୁ ମିଳିଛି ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ।

ଆଜି ରାଷ୍ଟ୍ରପତି ଭବନର ଅଶୋକା ହଲ୍‌ରେ ଆୟୋଜିତ ବିଶେଷ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହଙ୍କ ସମେତ ଅନ୍ୟ ବରିଷ୍ଠ ନେତା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୨୦୨୧ ବର୍ଷ ପାଇଁ ମୋଟ ୧୧୯ ଜଣଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ସେମାନଙ୍କ ମଧ୍ୟରୁ ୭ ଜଣ ପଦ୍ମ ବିଭୂଷଣରେ , ୧୦ ଜଣ ପଦ୍ମ ଭୂଷଣରେ ଏବଂ ୧୦୨ ଜଣଙ୍କୁ ପଦ୍ମଶ୍ରୀରେ ସମ୍ମାନରେ ଭୂଷିତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.