ETV Bharat / city

ରାଜ୍ୟ ମହିଳା କମିଶନର ଆନ୍ତର୍ଜାତିକ ମହିଳା ଦିବସ ପାଳିତ - womens day celebration

ରାଜ୍ୟ ମହିଳା କମିଶନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ । ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ମନ୍ତ୍ରୀ ଅଶୋକ ପଣ୍ଡା । ଅଧିକ ପଢନ୍ତୁ...

ରାଜ୍ୟ ମହିଳା କମିଶନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

author img

By

Published : Mar 10, 2021, 7:05 PM IST

ଭୁବନେଶ୍ବର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଇଡ଼କଲ ପ୍ରେକ୍ଷାଳୟରେ ରାଜ୍ୟ ମହିଳା କମିଶନ ପକ୍ଷରୁ ଆୟୋଜିତ ମହିଳାଙ୍କ ପାଇଁ ପୁରୁଷ ଶୀର୍ଷକ ଆଲୋଚନା ଚକ୍ର ଉଦଘାଟିତ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ମୁଖ୍ୟବକ୍ତା ଭାବେ ରାଜ୍ୟ ସୂଚନା କମିଶନ ଅଧ୍ୟକ୍ଷ ଦିଲ୍ଲୀପ କୁମାର ବିଷୋୟୀ ଯୋଗ ଦେଇଛନ୍ତି ।

ରାଜ୍ୟ ମହିଳା କମିଶନ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ

ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଡ଼ଃ ମିନତୀ ବେହେରା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଛନ୍ତି । ପରିବର୍ତ୍ତିତ ସମୟରେ ମହିଳାମାନେ ନିଜ ପ୍ରତିଭାରେ ଅନେକ ଶିଖର ଛୁଇଁଥିବାବେଳେ ସେମାନେ ସର୍ବଦା ସମ୍ମାନିତ ହୋଇଛନ୍ତି ଓ ଆଗରେ ରହିଛନ୍ତି । ତେଣୁ ସମୟ ଆସିଛି ଆସନ୍ତୁ ସେମାନଙ୍କୁ ତାଙ୍କ ଇଚ୍ଛାରେ ତାଙ୍କ ପସନ୍ଦର ଦିଗରେ ଅଗ୍ରସର ହେବାକୁ ଦିଅନ୍ତୁ । ତେବେ ହିଁ ସମାଜର ସର୍ବାଙ୍ଗୀନ ବିକାଶ ଅବଶ୍ୟମ୍ଭାବୀ ବୋଲି କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ସେହିପରି ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଦ ହ୍ୟୁମାନିଟି ଦ୍ଵାରା ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଛି । ଚଳିତ ବର୍ଷ ଅନୁଷ୍ଠାନ ପକ୍ଷରୁ "ମହିଳା ସ୍ଵାସ୍ଥ୍ୟ, ସୁରକ୍ଷା ଏବଂ ନେତୃତ୍ବ ,କୋଭିଡ୧୯ ବିଶ୍ଵ"କୁ ନେଇ ଏକ ଆଲୋଚନା ଚକ୍ର ଆୟୋଜନ କରାଯାଇଥିଲା । ଏଥିରେ ରାଜ୍ୟ ଭିନ୍ନକ୍ଷମ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର ନିଗମର ଉପଅଧ୍ୟକ୍ଷା ସୁଶ୍ରୀ ଗାୟତ୍ରୀ ସାମନ୍ତରାୟ ପ୍ରମୁଖ ଯୋଗ ଦେଇଥିଲେ । କୋରୋନା କାଳରେ ମହିଳାମାନେ ଯେମିତି ଉଦ୍ଭାବନା, ଉତ୍ଥାପନ ଠାରୁ ଆରମ୍ଭ କରି ମାସ୍କ, ପିପିଇ କିଟ୍ ସହ ଭୋକିଲା ପେଟରେ ଖାଦ୍ୟ ପହଁଞ୍ଚାଇଥିଲେ ତାହା ଉଲ୍ଲେଖନୀୟ ବୋଲି ଅତିଥିମାନେ ନିଜର ମତବ୍ୟକ୍ତ କରିଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.